ଘରେ ପଶିଲା ବନ୍ୟାପାଣି: ଧାନ, ପରିବା ଫସଲ ଜଳମଗ୍ନ

ବାଙ୍କୀ,୯ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର ): ଲଗାଣ ବର୍ଷା ଯୋଗୁ ବାଙ୍କୀ ଉପଖଣ୍ଡର ବହୁ ସ୍ଥାନ ଜଳମଗ୍ନ ହେଇଛି। ବାଙ୍କୀ କଚେରି ପଡ଼ିଆରେ ୩/୪ଫୁଟ ପାଣି ଥିବାବେଳେ କଲେଜ ପଡ଼ିଆରେ ପାଣି ଭର୍ତ୍ତି ହୋଇ ରହିଛି । ବାଙ୍କୀ ଏନ୍‌ଏସିର ଜଳ ନିଷ୍କାସନ ସୁବିଧା ନ ଥିବାରୁ ଅଧିକାଂଶ ଲୋକଙ୍କ ଘରେ ଡ୍ରେନ ପାଣି ପଶିଯାଇଛି। ସେହିପରି ବର୍ଷା ଯୋଗୁ ଧାନ ଫସଲ ସମେତ ପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ […] The post ଘରେ ପଶିଲା ବନ୍ୟାପାଣି: ଧାନ, ପରିବା ଫସଲ ଜଳମଗ୍ନ appeared first on Dharitri Odia News.

ଘରେ  ପଶିଲା ବନ୍ୟାପାଣି:  ଧାନ, ପରିବା ଫସଲ ଜଳମଗ୍ନ

ବାଙ୍କୀ,୯ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର ): ଲଗାଣ ବର୍ଷା ଯୋଗୁ ବାଙ୍କୀ ଉପଖଣ୍ଡର ବହୁ ସ୍ଥାନ ଜଳମଗ୍ନ ହେଇଛି। ବାଙ୍କୀ କଚେରି ପଡ଼ିଆରେ ୩/୪ଫୁଟ ପାଣି ଥିବାବେଳେ କଲେଜ ପଡ଼ିଆରେ ପାଣି ଭର୍ତ୍ତି ହୋଇ ରହିଛି । ବାଙ୍କୀ ଏନ୍‌ଏସିର ଜଳ ନିଷ୍କାସନ ସୁବିଧା ନ ଥିବାରୁ ଅଧିକାଂଶ ଲୋକଙ୍କ ଘରେ ଡ୍ରେନ ପାଣି ପଶିଯାଇଛି।
ସେହିପରି ବର୍ଷା ଯୋଗୁ ଧାନ ଫସଲ ସମେତ ପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନେ ପ୍ରାଥମିକ ସେବା ସମବାୟ ସମିତି ଏବଂ ଜାତୀୟକରଣ ବ୍ୟାଙ୍କରୁ ଋଣନେଇ ଧାନ ଫସଲ କରି ପିଡିଆ ପକାଇଥିଲେ । କିନ୍ତୁ ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ବୁଡିଯିବା ଫଳରେ ସେମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି । ଡମପଡ଼ା ବ୍ଲକରେ ଚଳିତ ବର୍ଷ ୬,୨୦୦ ହେକ୍ଟର ଧାନ ଚାଷ ହୋଇଥିବା ବେଳେ ସେଥିରୁ ୨୦୩ ହେକ୍ଟର ଧାନଜମି ପାଣିରେ ବୁଡି ରହିଛି। ସେହିପରି ୪୫୦୦ ହେକ୍ଟର ଜମିରେ ପରିବା ଚାଷ ହୋଇଥିବାବେଳେ ୪୫ ହେକ୍ଟର ପାଣିରେ ବୁଡି ରହିଛି । ବାଙ୍କୀ ବ୍ଲକରେ ୬୨୧୦ ହେକ୍ଟର ଧାନ ଚାଷ ହୋଇଥିବା ବେଳେ ସେଥିରୁ ୩୧୦ ହେକ୍ଟର ପାଣିରେ ବୁଡି ରହିଛି। ପରିବା ଫସଲ ୧୨୫ ହେକ୍ଟରରେ ହୋଇଥିବା ବେଳେ ସେଥିରେ ୯୩ ହେକ୍ଟର ଜଳମଗ୍ନ ହୋଇଛି । ଏହିପରି ଅଧିକ ୨/୩ଦିନ ପାଣିରେ ବୁଡି ରହିଲେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ହୀରାକୁଦ ବନ୍ୟାଜଳ ଛାଡିବା ଫଳରେ ମହାନଦୀରେ ବନ୍ୟାଜଳ ବୃଦ୍ଧି ହୋଇଛି । ଏଠାରେ ବିପଦ ସଙ୍କେତ ୭.୮ମିଟର ଥିବା ବେଳେ ଜଳସ୍ତର ଅପରାହ୍ନ ୫ଟା ସୁଦ୍ଧା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଏନେଇ ଜନସାଧାରଣଙ୍କ ଚିନ୍ତା ବଢ଼ିଯାଇଛି। ଅପରପକ୍ଷେ ଏନ୍‌ଏସିର ଯେଉଁଠାରେ ପାଣି ନିଷ୍କାସନ ହୁଏ ସେହି ନାଳ ମୁହଁରେ ଲୋକେ ଘର କରିଥିବା ଯୋଗୁ ପାଣି ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା କୁହାଯାଇଛି।

The post ଘରେ ପଶିଲା ବନ୍ୟାପାଣି: ଧାନ, ପରିବା ଫସଲ ଜଳମଗ୍ନ appeared first on Dharitri Odia News.