ଘରେ ପସି ଶତ୍ରୁ ନିପାତ କରୁଛି ଭାରତୀୟ ସେନା, ସିନ୍ଦୂର ପରେ ବିଶ୍ୱ ଦେଖିବ ଅପରେସନ୍ କେଲର୍...

ନୂଆଦିଲ୍ଲୀ ୧୪/୦୫: ଘରେ ପସି ଶତ୍ରୁ ନିପାତ କରୁଛି ଭାରତୀୟ ସେନା । ଅପରେସନ୍ ସିନ୍ଦୂର ପରେ ବିଶ୍ୱ ଦେଖିବ ଅପରେସନ୍ କେଲର୍‌ । ଆତଙ୍କବାଦୀଙ୍କୁ ନାକରେ ପାଣି ପିଆଇବ ଇଣ୍ଡିଆନ ଆର୍ମି । ଘରେ ପସିବ ଖୋଜି ଖୋଜି ଆତଙ୍କୀଙ୍କୁ ମାରିବେ ଯବାନ । ଅପରେସନ୍ ସିନ୍ଦୂର ପରେ, ଏବେ ଭାରତୀୟ ସେନା ଆରମ୍ଭ କରିଛି ଓପେରେସନ୍ 'କେଲର'। ଯାହା ଏକ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଭିଯାନ, ଯେଉଁଥିରେ ଆତଙ୍କବାଦୀମାନଙ୍କୁ ସେନା ଚିହ୍ନଟ କରୁଛନ୍ତି। ଆଉ ଘରେ ପସି ମାରୁଛନ୍ତି। ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଦ୍ୱାରା ପ୍ରାପ୍ତ ସଠିକ୍ ଗୁପ୍ତ ସୂଚନା ଆଧାରରେ ଜମ୍ମୁ ଏବଂ କାଶ୍ମୀରର ଶୋପିଆନ ଜିଲ୍ଲାରେ ମେ ୧୩ରେ ଆରମ୍ଭ କରାଯାଇଛି ଅପରେସନ କେଲର। ଯେଉଁଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ଅପରେସନ୍ କେଲର ସମ୍ପର୍କରେ ସୂଚନା ଦେଇଛି। ଏହା ଅନ୍ତର୍ଗତ, ଜମ୍ମୁ ଏବଂ କାଶ୍ମୀର ଶୋପିଆନ ଜିଲ୍ଲାର ସୋଏକାଲ କେଲର ଅଞ୍ଚଳରେ ଏକ ବଡ଼ ଆତଙ୍କବାଦୀ ବିରୋଧୀ ଅପରେସନ କରାଯାଇଥିଲା। ଯବାନ ମାନେ ସର୍ଚ୍ଚ ଆଣ୍ଡ ଡେଷ୍ଟ୍ରୋୟ୍ ମିଶନରେ ଆଗକୁ ବଢ଼ିଥିବା ବେଳେ, ଆତଙ୍କବାଦୀମାନେ ପ୍ରବଳ ଗୁଳିଚାଳନା ଆରମ୍ଭ କରିଦେଇଥିଲେ। ସେନା ଏହାର ଜବାବରେ ଏକ ଭୟଙ୍କର ଏନକାଉଣ୍ଟର କରିଥିଲା ଯେଉଁଥିରେ ଲସ୍କର-ଏ-ତୈବାର ତିନି ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ନିହତ ହୋଇଥିଲେ। ଅପରେସନ ସିନ୍ଦୂର ପରେ ଏକ ବୃହତ୍ତର ଅପରେସନର ଅଂଶ ହେଉଛ

ଘରେ ପସି ଶତ୍ରୁ ନିପାତ କରୁଛି ଭାରତୀୟ ସେନା, ସିନ୍ଦୂର ପରେ ବିଶ୍ୱ ଦେଖିବ ଅପରେସନ୍ କେଲର୍...

ନୂଆଦିଲ୍ଲୀ ୧୪/୦୫: ଘରେ ପସି ଶତ୍ରୁ ନିପାତ କରୁଛି ଭାରତୀୟ ସେନା । ଅପରେସନ୍ ସିନ୍ଦୂର ପରେ ବିଶ୍ୱ ଦେଖିବ ଅପରେସନ୍ କେଲର୍‌ । ଆତଙ୍କବାଦୀଙ୍କୁ ନାକରେ ପାଣି ପିଆଇବ ଇଣ୍ଡିଆନ ଆର୍ମି । ଘରେ ପସିବ ଖୋଜି ଖୋଜି ଆତଙ୍କୀଙ୍କୁ ମାରିବେ ଯବାନ । ଅପରେସନ୍ ସିନ୍ଦୂର ପରେ, ଏବେ ଭାରତୀୟ ସେନା ଆରମ୍ଭ କରିଛି ଓପେରେସନ୍ 'କେଲର'। ଯାହା ଏକ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଭିଯାନ, ଯେଉଁଥିରେ ଆତଙ୍କବାଦୀମାନଙ୍କୁ ସେନା ଚିହ୍ନଟ କରୁଛନ୍ତି। 

ଆଉ ଘରେ ପସି ମାରୁଛନ୍ତି। ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଦ୍ୱାରା ପ୍ରାପ୍ତ ସଠିକ୍ ଗୁପ୍ତ ସୂଚନା ଆଧାରରେ ଜମ୍ମୁ ଏବଂ କାଶ୍ମୀରର ଶୋପିଆନ ଜିଲ୍ଲାରେ ମେ ୧୩ରେ ଆରମ୍ଭ କରାଯାଇଛି ଅପରେସନ କେଲର। ଯେଉଁଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ଅପରେସନ୍ କେଲର ସମ୍ପର୍କରେ ସୂଚନା ଦେଇଛି। ଏହା ଅନ୍ତର୍ଗତ, ଜମ୍ମୁ ଏବଂ କାଶ୍ମୀର ଶୋପିଆନ ଜିଲ୍ଲାର ସୋଏକାଲ କେଲର ଅଞ୍ଚଳରେ ଏକ ବଡ଼ ଆତଙ୍କବାଦୀ ବିରୋଧୀ ଅପରେସନ କରାଯାଇଥିଲା। 

ଯବାନ ମାନେ ସର୍ଚ୍ଚ ଆଣ୍ଡ ଡେଷ୍ଟ୍ରୋୟ୍ ମିଶନରେ ଆଗକୁ ବଢ଼ିଥିବା ବେଳେ, ଆତଙ୍କବାଦୀମାନେ ପ୍ରବଳ ଗୁଳିଚାଳନା ଆରମ୍ଭ କରିଦେଇଥିଲେ। ସେନା ଏହାର ଜବାବରେ ଏକ ଭୟଙ୍କର ଏନକାଉଣ୍ଟର କରିଥିଲା ଯେଉଁଥିରେ ଲସ୍କର-ଏ-ତୈବାର ତିନି ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ନିହତ ହୋଇଥିଲେ। 

ଅପରେସନ ସିନ୍ଦୂର ପରେ ଏକ ବୃହତ୍ତର ଅପରେସନର ଅଂଶ ହେଉଛି ଅପରେସନ କେଲର। ଅପରେସନ ସିନ୍ଦୁର ଅଧୀନରେ, ସେନା ସୀମା ଆରପାରିରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରିଥିଲା। ଏବେ ଜମ୍ମୁ ଏବଂ କାଶ୍ମୀର ମଧ୍ୟରେ ଆତଙ୍କବାଦୀ ନେଟୱାର୍କକୁ ନଷ୍ଟ କରିବା ପାଇଁ ଆରମ୍ଭ  ହୋଇଛି ଅପରେସନ୍ କେଲର।