ଘରେ ବସି ଜାଣିପାରିବେ ଆପଣଙ୍କ ନାମରେ କେତେ ସିମ୍ ରହିଛି…

ନୂଆଦିଲ୍ଲୀ : ଦେଶରେ ନୂତନ ‘ଟେଲିକମ୍ ଆକ୍ଟ ୨୦୨୩’ ଲାଗୁ ହୋଇଛି। ଏଥିରେ ଜଣେ ବ୍ୟକ୍ତି ୯ରୁ ଅଧିକ ସିମ୍ କାର୍ଡ ନେଇପାରିବେନାହିଁ। ଏଭଳିସ୍ଥଳେ ଜାଲିଆତି କରି ସିମ୍‌ କାର୍ଡ ହାତେଇବା ଘଟଣା ବଢ଼ିଯିବ। ଏପରି ପରିସ୍ଥିତିରେ ବେଳେବେଳେ ଯଦି ଅନ୍ୟ କେହି ସେହି ସିମ୍‌କୁ ଅପବ୍ୟବହାର କରନ୍ତି ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆପଣଙ୍କ ଆଇଡିରେ କେତେ ସିମ୍ ସକ୍ରିୟ ଅଛି ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଘରେ ବସି ଜାଣିପାରିବେ ଆପଣଙ୍କ ନାମରେ […]

ଘରେ ବସି ଜାଣିପାରିବେ ଆପଣଙ୍କ ନାମରେ କେତେ ସିମ୍ ରହିଛି…
How to check active mobile numbers registered on your name

ନୂଆଦିଲ୍ଲୀ : ଦେଶରେ ନୂତନ ‘ଟେଲିକମ୍ ଆକ୍ଟ ୨୦୨୩’ ଲାଗୁ ହୋଇଛି। ଏଥିରେ ଜଣେ ବ୍ୟକ୍ତି ୯ରୁ ଅଧିକ ସିମ୍ କାର୍ଡ ନେଇପାରିବେନାହିଁ। ଏଭଳିସ୍ଥଳେ ଜାଲିଆତି କରି ସିମ୍‌ କାର୍ଡ ହାତେଇବା ଘଟଣା ବଢ଼ିଯିବ। ଏପରି ପରିସ୍ଥିତିରେ ବେଳେବେଳେ ଯଦି ଅନ୍ୟ କେହି ସେହି ସିମ୍‌କୁ ଅପବ୍ୟବହାର କରନ୍ତି ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆପଣଙ୍କ ଆଇଡିରେ କେତେ ସିମ୍ ସକ୍ରିୟ ଅଛି ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଘରେ ବସି ଜାଣିପାରିବେ ଆପଣଙ୍କ ନାମରେ କେତୋଟି ସିମ୍ ଏବଂ କେଉଁ କେଉଁ ନମ୍ବର ଆକ୍ଟିଭ୍‌ ରହିଛି। ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବନାହିଁ।

ପ୍ରକ୍ରିୟା ବିଷୟରେ ଜାଣିବା

  • ପ୍ରଥମେ tafcop.dgtelecom.gov.in ପୋର୍ଟାଲକୁ ଯାଆନ୍ତୁ
  • ବକ୍ସରେ ଆପଣଙ୍କର ମୋବାଇଲ୍ ନମ୍ବର ଏଣ୍ଟ୍ରି କରନ୍ତୁ ଏବଂ ଓଟିପି ସାହାଯ୍ୟରେ ଲଗ୍ଇନ୍ କରନ୍ତୁ
  • ଏବେ ସେହି ସମସ୍ତ ନମ୍ବରର ସବିଶେଷ ତଥ୍ୟ ଆସିବଯିବ ଯାହା ଆପଣଙ୍କ ଆଇଡିରୁ ଚାଲୁଛି
  • ତାଲିକାରେ ଯଦି କୌଣସି ମୋବାଇଲ ନମ୍ବର ଆପଣଙ୍କ ଆଇଡିରେ ରହିଛି, ତେବେ ସେ ସମ୍ପର୍କରେ ଅଭିଯୋଗ କରନ୍ତୁ
  • ଏହାପରେ ନମ୍ବର ଏବଂ ‘ଏହା ମୋର ନମ୍ବର ନୁହେଁ’କୁ ସିଲେକ୍ଟ କରନ୍ତୁ
  • ଏବେ ଉପରେ ଦିଆଯାଇଥିବା ବକ୍ସରେ ଆଇଡିରେ ଲିଖିତ ନାମରେ ଏଣ୍ଟ୍ରି କରନ୍ତୁ
  • ଅଭିଯୋଗ ଦାଖଲ କରିବା ପରେ ଆପଣଙ୍କୁ ଟିକେଟ୍ ଆଇଡି ରେଫରେନ୍ସ ନମ୍ବର ମିଳିଯିବ