ଘରେ ମଧ୍ୟାହ୍ନଭୋଜନ ରାନ୍ଧି ସ୍କୁଲକୁ ଆଣୁଛନ୍ତି ଏସ୍‌ଏଚ୍‌ଜି ମହିଳା

କୋଷାଗୁମୁଡ଼ା, ୧୪।୭(ପ୍ରସାଦ ବିଷୋୟୀ)ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସ୍କୁଲ ଖୋଲାଯାଇଛି। କିନ୍ତୁ ସେଠାରେ ଭିତ୍ତିଭୂମିର ଅଭାବ ରହିଛି। ଏପରି ଏକ ସ୍କୁଲ ହେଉଛି ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ୍‌ ଅଧୀନ ମୋତିଗାଁ ପଞ୍ଚାୟତ ଝାଲିଆଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ। ସ୍କୁଲରେ ୩୫ ପିଲାଙ୍କୁ ମାତ୍ର ୨ଜଣ ଶିକ୍ଷକ। ଏଥିସହ ଏଠାରେ ସ୍କୁଲ ପାଚେରି ଓ ରୋଷେଇ ଘର ନ ଥିବା ଜଣାପଡ଼ିଛି। ସ୍କୁଲରେ ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ୩୫ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ସେମାନଙ୍କ ପାଇଁ […] The post ଘରେ ମଧ୍ୟାହ୍ନଭୋଜନ ରାନ୍ଧି ସ୍କୁଲକୁ ଆଣୁଛନ୍ତି ଏସ୍‌ଏଚ୍‌ଜି ମହିଳା appeared first on Dharitri Odia News.

ଘରେ ମଧ୍ୟାହ୍ନଭୋଜନ ରାନ୍ଧି ସ୍କୁଲକୁ ଆଣୁଛନ୍ତି ଏସ୍‌ଏଚ୍‌ଜି ମହିଳା

କୋଷାଗୁମୁଡ଼ା, ୧୪।୭(ପ୍ରସାଦ ବିଷୋୟୀ)ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସ୍କୁଲ ଖୋଲାଯାଇଛି। କିନ୍ତୁ ସେଠାରେ ଭିତ୍ତିଭୂମିର ଅଭାବ ରହିଛି। ଏପରି ଏକ ସ୍କୁଲ ହେଉଛି ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ୍‌ ଅଧୀନ ମୋତିଗାଁ ପଞ୍ଚାୟତ ଝାଲିଆଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ। ସ୍କୁଲରେ ୩୫ ପିଲାଙ୍କୁ ମାତ୍ର ୨ଜଣ ଶିକ୍ଷକ। ଏଥିସହ ଏଠାରେ ସ୍କୁଲ ପାଚେରି ଓ ରୋଷେଇ ଘର ନ ଥିବା ଜଣାପଡ଼ିଛି।
ସ୍କୁଲରେ ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ୩୫ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ସେମାନଙ୍କ ପାଇଁ ୨ଜଣ ଶିକ୍ଷକ ଅଛନ୍ତି। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଗୋଟିଏ କକ୍ଷରେ ଓ ଚତୁର୍ଥ ପଞ୍ଚମ ଶ୍ରେଣୀ ପିଲା ଅନ୍ୟ ଏକ କକ୍ଷରେ ବସି ପଢ଼ନ୍ତି। ଫଳରେ ସେମାନଙ୍କ ପଢ଼ାରେ ଅସୁବିଧା ହୁଏ। ଏଥିସହ ଏଠାରେ ରୋଷେଇ ଘରଟିଏ ନାହିଁ। ଏଠାରେ ରୋଷେଇ ଦାୟିତ୍ୱରେ ଥିବା ଏସ୍‌ଏଚ୍‌ଜି ମହିଳାମାନେ ନିଜ ଘରେ ରୋଷେଇ କରି ଆଣୁଛନ୍ତି I ବର୍ଷା ଦିନରେ ଘରେ ରୋଷେଇ କରି ବୋହି ଆଣିବା ସମସ୍ୟା ବଢ଼ାଉଛି। ଆଗକୁ ବର୍ଷା ବଢ଼ିବା ସହ ଏହି ସମସ୍ୟା ମଧ୍ୟ ବଢ଼ିବା ଆଶଙ୍କା ରହିଛି। ବହୁ ବର୍ଷ ହେଲାଣି ସ୍କୁଲ ରୋଷେଇ ଘର ଭାଙ୍ଗି ଯାଇଥିବା ବେଳେ ବ୍ଲକ ପ୍ରଶାସନ, ବିଇଓଙ୍କ ନଜରକୁ କେମିତି ଏ ସମସ୍ୟା ଆସୁନାହିଁ ସେ ନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସେହିଭଳି ବିଦ୍ୟାଳୟରେ ପାଚେରି ନାହିଁ। ଛୁଟି ଦିନରେ ଗୋରୁ ପଶି ଗଛ ପତ୍ର ସବୁ ଭାଙ୍ଗି ଦେଉଛନ୍ତି। ଏ ନେଇ ବିଇଓ ସୌମେନ୍ଦ୍ର ଭୌମିକଙ୍କୁ ପଚାରିବାରୁ ସ୍କୁଲ ସମସ୍ୟା ସମ୍ପର୍କରେ ଅବଗତ ରହିଛି। ୨ ଦିନ ତଳେ ଯାଞ୍ଚ କରାଯାଇ ଜିଲାସ୍ତରକୁ ରିପୋର୍ଟ ଦିଆଯାଇଛି। କିଛି ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ ବୋଲି ସେ କହିଛନ୍ତି।

The post ଘରେ ମଧ୍ୟାହ୍ନଭୋଜନ ରାନ୍ଧି ସ୍କୁଲକୁ ଆଣୁଛନ୍ତି ଏସ୍‌ଏଚ୍‌ଜି ମହିଳା appeared first on Dharitri Odia News.