ଘରେ ରାନ୍ଧିବା ପାଇଁ ସ୍ତ୍ରୀ ନେଉଛନ୍ତି ଦରମା

ସାଧାରଣତଃ ବିବାହ ପରେ ସମସ୍ତଙ୍କ ଘରେ ମହିଳାମାନେ ରୋଷେଇ କରିଥାଆନ୍ତି ଏବଂ ସେହି କାମ ସେମାନେ ମାଗଣାରେ କରିଥାଆନ୍ତି । ହେଲେ ବର୍ତ୍ତମାନ ଏକ ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ କଣ୍ଟେଣ୍ଟ କ୍ରିଏଟର ଘରେ ଖାଇବା ରାନ୍ଧିବା ପାଇଁ ନିଜ ସ୍ୱାମୀଙ୍କ ଠାରୁ ଦରମା ନେଉଥିବା ପ୍ରକାଶ କରିବାପରେ ଏହା ଚର୍ଚ୍ଚାର ପରିସରକୁ ଆସିଛି । ସୂଚନା ଅନୁସାରେ ମହିଳାଙ୍କର ଦୁଇଟି ଛୁଆ ଥିବାବେଳେ ସେ ପେଷାରେ ଜଣେ କଣ୍ଟେଣ୍ଟ କ୍ରିଏଟର । […]

ଘରେ ରାନ୍ଧିବା ପାଇଁ ସ୍ତ୍ରୀ ନେଉଛନ୍ତି ଦରମା

ସାଧାରଣତଃ ବିବାହ ପରେ ସମସ୍ତଙ୍କ ଘରେ ମହିଳାମାନେ ରୋଷେଇ କରିଥାଆନ୍ତି ଏବଂ ସେହି କାମ ସେମାନେ ମାଗଣାରେ କରିଥାଆନ୍ତି । ହେଲେ ବର୍ତ୍ତମାନ ଏକ ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ କଣ୍ଟେଣ୍ଟ କ୍ରିଏଟର ଘରେ ଖାଇବା ରାନ୍ଧିବା ପାଇଁ ନିଜ ସ୍ୱାମୀଙ୍କ ଠାରୁ ଦରମା ନେଉଥିବା ପ୍ରକାଶ କରିବାପରେ ଏହା ଚର୍ଚ୍ଚାର ପରିସରକୁ ଆସିଛି । ସୂଚନା ଅନୁସାରେ ମହିଳାଙ୍କର ଦୁଇଟି ଛୁଆ ଥିବାବେଳେ ସେ ପେଷାରେ ଜଣେ କଣ୍ଟେଣ୍ଟ କ୍ରିଏଟର । ସେ ତାଙ୍କ ଭିଡିଓରେ ଏନେଇ ସୂଚନା ଦେଇଥିଲେ । ସେ ପ୍ରତିଦିନ ତାଙ୍କ ସ୍ୱାମୀଙ୍କ ପାଇଁଖାଇବା ପ୍ରସ୍ତୁତ କରିବା ପାଇଁ ପାଖାପାଖି ୧୧୫୦ ଟଙ୍କା ଦାବି କରନ୍ତି । ମହିଳାଙ୍କ ମତରେ ଯଦି ତାଙ୍କ ସ୍ୱାମୀ ବାହାରେ ଖାଇବାବେଳେ ସେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି ତେବେ ସେ ତାଙ୍କୁ କଣ ପାଇଁ ମାଗେଣା ଖାଇବାକୁ ଦେବେ । ଏହାପରେ କିଛି ଲୋକ ମହିଳାଙ୍କୁ ସମର୍ଥନ କରୁଥିବାବେଳେ କିଛି ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛି ।