ଘରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା, ଅଭିଯୁକ୍ତ ହତ୍ୟାକାରୀ ଗିରଫ

ରେଢ଼ାଖୋଲ: ବିଳମ୍ବିତ ରାତ୍ରୀରେ ଶୋଇଥିବା ସମୟରେ ଘର ଭିତରେ ପଶି ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରି ସ୍ବାମୀ ସ୍ତ୍ରୀ ଦମ୍ପତିକୁ ହତ୍ୟା, ଅଭିଯୁକ୍ତ ହତ୍ୟାକାରୀ ସଢୁ ଗିରଫ। ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି ରେଢ଼ାଖୋଲ ଥାନା ଅନ୍ତର୍ଗତ ନାକଟିଦେଉଳ ବ୍ଲକ ଅଧୀନ ଘୁଷୁରାମାଲ ଗ୍ରାମ ପଞ୍ଚାୟତ ପାଣ୍ଡିରିଶିଳା ଗ୍ରାମରେ। ଦମ୍ପତି ଦ୍ବୟ ହେଲେ ସ୍ବାମୀ ଆବ୍ରାହାମ କୁଜୁର ଓ ସ୍ତ୍ରୀ କୁଆଁରୀ କୁଜୁର। ଏଥିରେ ଅଭିଯୁକ୍ତ ହତ୍ୟାକାରୀ ମୃତକ ଆବ୍ରାହାମଙ୍କ ସଢ଼ୁ ଡ଼ଇଁଚା ଗ୍ରାମ ବୁଢ଼ୀପାଣି […]

ଘରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା, ଅଭିଯୁକ୍ତ ହତ୍ୟାକାରୀ ଗିରଫ
death
ରେଢ଼ାଖୋଲ: ବିଳମ୍ବିତ ରାତ୍ରୀରେ ଶୋଇଥିବା ସମୟରେ ଘର ଭିତରେ ପଶି ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରି ସ୍ବାମୀ ସ୍ତ୍ରୀ ଦମ୍ପତିକୁ ହତ୍ୟା, ଅଭିଯୁକ୍ତ ହତ୍ୟାକାରୀ ସଢୁ ଗିରଫ। ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି ରେଢ଼ାଖୋଲ ଥାନା ଅନ୍ତର୍ଗତ ନାକଟିଦେଉଳ ବ୍ଲକ ଅଧୀନ ଘୁଷୁରାମାଲ ଗ୍ରାମ ପଞ୍ଚାୟତ ପାଣ୍ଡିରିଶିଳା ଗ୍ରାମରେ। ଦମ୍ପତି ଦ୍ବୟ ହେଲେ ସ୍ବାମୀ ଆବ୍ରାହାମ କୁଜୁର ଓ ସ୍ତ୍ରୀ କୁଆଁରୀ କୁଜୁର। ଏଥିରେ ଅଭିଯୁକ୍ତ ହତ୍ୟାକାରୀ ମୃତକ ଆବ୍ରାହାମଙ୍କ ସଢ଼ୁ ଡ଼ଇଁଚା ଗ୍ରାମ ବୁଢ଼ୀପାଣି ଗାଁର ବାସିନ୍ଦା ସିରିକା କିର୍ମାକୁ ଗିରଫ କରିଛି ରେଢ଼ାଖୋଲ ପୋଲିସ।
ସୂଚନାଯୋଗ୍ୟ ଯେ ବିଳମ୍ବିତ ରାତ୍ରୀରେ ଶୋଇଥିବା ସମୟରେ ନିଜ ସଢୁ ଘର ଭିତରକୁ ପଶି ଅତି ନିର୍ମମ ଭାବରେ ଅତର୍କିତ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରି ଫେରାର ମାରିଥିଲା, ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରି ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଉକ୍ତ ଘରେ ଦୁଇଟି ପରିବାର ମିଳିମିଶି ରହୁଥିଲେ। ବଡ଼ଭାଇଙ୍କ ପରିବାର ଓ ସାନ ଭାଇର ପରିବାର ତେବେ ସାନଭାଇ ଆବ୍ରାହାମ ଓ ସ୍ତ୍ରୀ କୁଆଁରୀ ଗତ ରାତିରେ ଘର ଅଗଣାରେ ଦମ୍ପତିଙ୍କ ତିନି ସନ୍ତାନଙ୍କ ମଧ୍ୟରୁ ଦୁଇ ଝିଅ ନାବାଳିକା ସନ୍ତାନ ଶୋଇଥିବା ସମୟରେ ରାତିରେ ହତ୍ୟାକାରୀ ସଢୁ ସିରିକା ପୂର୍ବ ଶତ୍ରୁତା ଯୋଗୁଁ ଆସି ଘରେ ଏତେ ସଦସ୍ୟ ଥିବା ସତ୍ତ୍ବେ ଏହି ସ୍ବାମୀ ସ୍ତ୍ରୀ ଦମ୍ପତିକୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ମାରିଥିଲା। ଏ ସମ୍ପର୍କରେ ରେଢ଼ାଖୋଲ ପୋଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେର ଓ ଥାନା ଅଧିକାରୀ ସବିତାଲତା ସେଠୀ ଖବର ପାଇ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ କେସ ନଂ ୧୮୮/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ହତ୍ୟାକାରୀ ସିରିକା କିର୍ମାକୁ ଗିରଫ କରିଛି।