ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୁସ୍ତକ
ଭୁବନେଶ୍ୱର, ୧୦।୪(ଅସମାପିକା ସାହୁ):ରାଜ୍ୟର ସମସ୍ତ ଘରୋଇ ଏବଂ ଅନୁଦାନପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ମାଗଣା ପୁସ୍ତକ ପ୍ରଦାନ କରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ ଟେକ୍ସଟ ବୁକ୍ ପ୍ରଡକ୍ସନ ଆଣ୍ଡ୍ ମାର୍କେଟିଂ (ଟିବିପିଏମ୍)କୁ ପୁସ୍ତକ ଛପା ଓ ବଣ୍ଟନ ନିମନ୍ତେ ଶ୍ରେଣୀ, ବ୍ଲକ ଏବଂ ଜିଲାସ୍ତରରେ ନାମଲେଖା ତଥ୍ୟ ଦିଆଯାଇଛି। ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ କରିବା ପାଇଁ ୨୦୨୪-୨୫ […] The post ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୁସ୍ତକ appeared first on Dharitri Odia News.
ଭୁବନେଶ୍ୱର, ୧୦।୪(ଅସମାପିକା ସାହୁ):ରାଜ୍ୟର ସମସ୍ତ ଘରୋଇ ଏବଂ ଅନୁଦାନପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ମାଗଣା ପୁସ୍ତକ ପ୍ରଦାନ କରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ ଟେକ୍ସଟ ବୁକ୍ ପ୍ରଡକ୍ସନ ଆଣ୍ଡ୍ ମାର୍କେଟିଂ (ଟିବିପିଏମ୍)କୁ ପୁସ୍ତକ ଛପା ଓ ବଣ୍ଟନ ନିମନ୍ତେ ଶ୍ରେଣୀ, ବ୍ଲକ ଏବଂ ଜିଲାସ୍ତରରେ ନାମଲେଖା ତଥ୍ୟ ଦିଆଯାଇଛି। ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ କରିବା ପାଇଁ ୨୦୨୪-୨୫ ଶିକ୍ଷାବର୍ଷର ସମସ୍ତ ଘରୋଇ ଏବଂ ଅନୁଦାନପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲ ତାଲିକା ମାଗିଛି ଗଣଶିକ୍ଷା ବିଭାଗ। ଏ ନେଇ ଓସେପା ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କୁ ମାଗଣା ପୁସ୍ତକ କିପରି ସୁରୁଖୁରୁରେ ଦିଆଯିବ, ସେ ଦିଗରେ ଉଚିତ ପଦକ୍ଷେପ ନେବା ପାଇଁ କୁହାଯାଇଛି।
The post ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୁସ୍ତକ appeared first on Dharitri Odia News.