ଘରୋଇ ନର୍ସିଂ କଲେଜରେ ଝାଡ଼ାବାନ୍ତିରେ ୧୩ ଛାତ୍ରୀ ଅସୁସ୍ଥ

ଘରୋଇ ନର୍ସିଂ କଲେଜରେ ୧୩ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି

ଘରୋଇ ନର୍ସିଂ କଲେଜରେ ଝାଡ଼ାବାନ୍ତିରେ ୧୩ ଛାତ୍ରୀ ଅସୁସ୍ଥ

ବ୍ରହ୍ମପୁର ଉପକଣ୍ଠ ଚଣ୍ଡିପଦରରେ ରହିଥିବା ଏକ ଘରୋଇ ନର୍ସିଂ କଲେଜରେ ୧୩ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଏମକେସିଜି ମେଡିକାଲର ବରିଷ୍ଠ ଡ଼ାକ୍ତର ମାନଙ୍କ ଦ୍ୱାରା ଛାତ୍ରୀ ମାନଙ୍କ ଚିକିତ୍ସା କରାଯାଉଛି। ଫୁଡ ପଏଜନରୁ ସେମାନଙ୍କର ଝାଡ଼ାବାନ୍ତି ହୋଇଥିବା କାଜୁଆଲଟି ମ୍ୟାନେଜର କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ନେଇ କଲେଜ କର୍ତ୍ତୃପକ୍ଷ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି।