ଘରୋଇ ବସ୍‌ କ୍ୟାଣ୍ଟର ମାଲିକଙ୍କ ମନମାନି, ଯାତ୍ରୀ ହନ୍ତସନ୍ତ

ଗଞ୍ଜାମ,୧୨ା୫(ବିଦ୍ୟାଧର ସାହୁ): ଜିଲା ସଦର ମହକୁମା ଛତ୍ରପୁରଠାରୁ ପୁରୁଷୋତ୍ତମପୁର ରାସ୍ତାରେ ଯାତ୍ରୀବାହୀ କ୍ୟାଣ୍ଟର ଓ ବସ୍‌ଗୁଡ଼ିକର ମନମାନି ଯୋଗୁ ଅନେକ ସମୟରେ ଅପେକ୍ଷାରତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ଯାତ୍ରୀ ଗାଡ଼ିକୁ ଅପେକ୍ଷା କରି ନିର୍ଦ୍ଧାରିତ ଗାଡ଼ିରେ ବସିଲା ବେଳକୁ ଗାଡ଼ି ନିର୍ଦ୍ଧାରିତ ସ୍ଥଳକୁ ନ ଯାଇ ଅଧା ରାସ୍ତାରେ ଯାତ୍ରୀକୁ ଛାଡ଼ିଦେବା ଅନେକ ସମୟରେ ଘଟୁଥିବା ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି। ଫଳରେ ଏହି […] The post ଘରୋଇ ବସ୍‌ କ୍ୟାଣ୍ଟର ମାଲିକଙ୍କ ମନମାନି, ଯାତ୍ରୀ ହନ୍ତସନ୍ତ appeared first on Dharitri Odia News.

ଘରୋଇ ବସ୍‌ କ୍ୟାଣ୍ଟର ମାଲିକଙ୍କ ମନମାନି, ଯାତ୍ରୀ ହନ୍ତସନ୍ତ

ଗଞ୍ଜାମ,୧୨ା୫(ବିଦ୍ୟାଧର ସାହୁ): ଜିଲା ସଦର ମହକୁମା ଛତ୍ରପୁରଠାରୁ ପୁରୁଷୋତ୍ତମପୁର ରାସ୍ତାରେ ଯାତ୍ରୀବାହୀ କ୍ୟାଣ୍ଟର ଓ ବସ୍‌ଗୁଡ଼ିକର ମନମାନି ଯୋଗୁ ଅନେକ ସମୟରେ ଅପେକ୍ଷାରତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ଯାତ୍ରୀ ଗାଡ଼ିକୁ ଅପେକ୍ଷା କରି ନିର୍ଦ୍ଧାରିତ ଗାଡ଼ିରେ ବସିଲା ବେଳକୁ ଗାଡ଼ି ନିର୍ଦ୍ଧାରିତ ସ୍ଥଳକୁ ନ ଯାଇ ଅଧା ରାସ୍ତାରେ ଯାତ୍ରୀକୁ ଛାଡ଼ିଦେବା ଅନେକ ସମୟରେ ଘଟୁଥିବା ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି। ଫଳରେ ଏହି ଗ୍ରୀଷ୍ମ କାଳରେ ଗରମରେ ଯାତ୍ରୀ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି।
ଛାତ୍ରୀଛାତ୍ର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ରୋଗୀ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଯିବା ଆସିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଛତ୍ରପୁରରେ ଥିବା ପୁରୁଷୋତ୍ତମପୁର ବସ୍‌ ପାଇଁ କିଛି ସୂଚନାଫଳକ ନ ଥିବା ବେଳେ ବସ୍‌ କର୍ମଚାରୀଙ୍କ ନିଷ୍ପତ୍ତି ହିଁ ନିର୍ଦ୍ଧାରିତ ସମୟ ବୋଲି ଧରାଯାଏ l ଛତ୍ରପୁରରୁ ପୁରୁଷୋତ୍ତମପୁର ମଧ୍ୟରେ ଡାଇରେକ୍ଟ କୌଣସି ସରକାରୀ ବସ୍‌ ଚଳାଚଳ ନ ହେବା ଫଳରେ ଘରୋଇ ବସ୍‌ବାଲାଙ୍କ ଏଭଳି ମନମାନି ଦେଖିବାକୁ ମିଳୁଛି। ଏଥିପାଇଁ ସରକାରୀ କର୍ତ୍ତୃପକ୍ଷ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି। ତେଣୁ ଏହି ରାସ୍ତାରେ ସରକାରୀ ବସ୍‌ ଚଳାଚଳ ପାଇଁ ବ୍ୟବସ୍ଥା କରିବା ସହ ଘରୋଇ ବସ ଚଳାଚଳରେ ନିର୍ଦ୍ଦିଷ୍ଟ ନିୟମ କଡ଼ାକଡ଼ି କରିବାକୁ ନିୟମ ପ୍ରସ୍ତୁତ କରିବା ପାଇଁ ସାଧାରଣରେ ଦାବି ହେଉଛି।

The post ଘରୋଇ ବସ୍‌ କ୍ୟାଣ୍ଟର ମାଲିକଙ୍କ ମନମାନି, ଯାତ୍ରୀ ହନ୍ତସନ୍ତ appeared first on Dharitri Odia News.