ଘରୋଇ ସଂସ୍ଥାର ଋଣ ଭାର ସହି ନପାରି ଆତ୍ମହତ୍ୟା
ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା (୫୦) ନାମକ ଜଣେ ବ୍ୟକ୍ତି ଋଣ ଭାର ସହି ନପାରି କୀଟନାଶକ ଖାଇ ଦେଇଥିଲେ। ଗତକାଲି ଅପରାହ୍ନ ୪ଟା ସମୟରେ ସେ କୀଟନାଶକ ଖାଇ ଦେବା ପରେ ତାଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଭୋର ସମୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ ପାଟଣା […]

ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା (୫୦) ନାମକ ଜଣେ ବ୍ୟକ୍ତି ଋଣ ଭାର ସହି ନପାରି କୀଟନାଶକ ଖାଇ ଦେଇଥିଲେ। ଗତକାଲି ଅପରାହ୍ନ ୪ଟା ସମୟରେ ସେ କୀଟନାଶକ ଖାଇ ଦେବା ପରେ ତାଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଭୋର ସମୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନାରେ ଅପମୃତ୍ୟୁ ମାମଲା ୨୮/୨୦୨୪ ରୁଜ୍ଜୁ ହୋଇଛି। କେନ୍ଦୁଝର ଯାଇ ମୃତକର ଶବ ବ୍ୟବଛେଦ କରାଇ ମର ଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ସୂଚନା ଅନୁଯାୟୀ ରାମ ମୁଣ୍ଡା ଓ ତାଙ୍କ ପତ୍ନୀ ରୁକ୍ମଣୀ ମୁଣ୍ଡା ୨ଟି ଘରୋଇ ଅର୍ଥଲଗାଣ ସଂସ୍ଥାର ଋଣ ସୁଝି ସାରିଥିବା ପରେ ଆଉ ଗୋଟିଏ ସଂସ୍ଥା ଠାରୁ ନେଇଥିବା ଋଣ ସମ୍ପୂର୍ଣ୍ଣ ସୁଝି ନପାରି ମାନସିକ ଦୁଶ୍ଚିନ୍ତାରେ ଥିଲେ।