ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ନଗଦ ୩୦ କୋଟି ଟଙ୍କା ଜବତ କରିଛି। ୬ଟି କ୍ୟାଶ କାଉଣ୍ଟିଂ ମେଶିନ୍‌ରେ ଟଙ୍କା ଗଣିବା ପାଇଁ ଇଡି କର୍ମଚାରୀମାନଙ୍କୁ ୧୨ ଘଣ୍ଟା ଲାଗିଥିଲା। ଘରୋଇ ସହାୟକ ଜାହାଙ୍ଗୀରଙ୍କ ଘରୁ ଟଙ୍କାର ପାହାଡ଼ ଠାବ ହୋଇଛି। ଗ୍ରାମାଞ୍ଚଳ ବିକାଶ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର ରାମଙ୍କ ୬ଟି ସ୍ଥାନରେ ଥିବା […] The post ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ appeared first on Dharitri Odia News.

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ନଗଦ ୩୦ କୋଟି ଟଙ୍କା ଜବତ କରିଛି। ୬ଟି କ୍ୟାଶ କାଉଣ୍ଟିଂ ମେଶିନ୍‌ରେ ଟଙ୍କା ଗଣିବା ପାଇଁ ଇଡି କର୍ମଚାରୀମାନଙ୍କୁ ୧୨ ଘଣ୍ଟା ଲାଗିଥିଲା। ଘରୋଇ ସହାୟକ ଜାହାଙ୍ଗୀରଙ୍କ ଘରୁ ଟଙ୍କାର ପାହାଡ଼ ଠାବ ହୋଇଛି। ଗ୍ରାମାଞ୍ଚଳ ବିକାଶ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର ରାମଙ୍କ ୬ଟି ସ୍ଥାନରେ ଥିବା ଘର ଉପରେ ଇଡି ଚଢ଼ାଉ ଚଳାଇଥିବାବେଳେ ଜାହାଙ୍ଗୀରଙ୍କ ଘରେ ତଲାସି ନିଆଯାଇଥିଲା। ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ରାମ ଗତବର୍ଷ ଗିରଫ ହୋଇଥିଲେ। ଲୋକ ସଭା ନିର୍ବାଚନ ସମୟରେ ବିପୁଳ ଅର୍ଥ ଜବତ ହେବା ଘଟଣାରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଜବତ ଟଙ୍କା ସହ କଂଗ୍ରେସ ଦଳର ମନ୍ତ୍ରୀ ସମ୍ପୃକ୍ତ ଥିବା ଭାଜପା ଅଭିଯୋଗ କରିଛି। ଓଡ଼ିଶାରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡରୁ ଟଙ୍କା ଜବତ ପ୍ରସଙ୍ଗ ଉଠାଇ ତାଙ୍କ ସରକାର କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି।

The post ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ appeared first on Dharitri Odia News.