ଘାଟି ରାସ୍ତାରେ ଧସିଲା ମାଟି ଅତଡ଼ା, ଅଟକିଛି ଚାରିଚକିଆ ଗାଡି

ନାରାୟଣପାଟଣା ୨୪।୦୯ : ଧସିଲା ମାଟି ଅତଡ଼ା ।  ଘାଟି ରାସ୍ତାରେ ଯାତାୟତ ଠପ୍‌ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଜାଘାଟି ଡେଙ୍ଗାନାଗୁଡ଼ା ନିକଟରେ ଖସିଛି ଏହି ମାଟି ଅତଡ଼ା । ଖବର ଅନୁଯାୟୀ, ସୋମବାର ରାତିଠାରୁ ବିଜାଘାଟି ଡେଙ୍ଗାନା ଗୁଡ଼ା ନିକଟରେ ହଠାତ୍‌ ଖସିଥିଲା ମାଟି ଅତଡ଼ା । ଯାହାଫଳରେ ଏହି ରାସ୍ତାରେ ପୁରା ଯାତାୟତ ଠପ୍‌ ରହିଛି । ନାରାୟଣପାଟଣାରୁ ଦାମନଯୋଡିକୁ ଏହି ରାସ୍ତା ସଂଯୋଗ କରୁଛି । ତେଣୁ ମାଟି ଅତଡ଼ା ଖସି ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି । ଯାହାଫଳରେ ଏହି ଘାଟି ରାସ୍ତାରେ ଦୁଇ ଚକିଆ ଯାନ ଯିବାଆସିବା କରିପାରୁଛି । ବାକି ଚାରିଚକିଆ ଯାନର ଯିବାଆସିବାରେ କଷ୍ଟ ହେଉଛି । ଏପିରିକି ସମସ୍ତ ଚାରିଚକିଆ ଗାଡି ଅଧାରାସ୍ତାରେ ଅଟକି ରହିଛି । 

ଘାଟି ରାସ୍ତାରେ ଧସିଲା ମାଟି ଅତଡ଼ା, ଅଟକିଛି ଚାରିଚକିଆ ଗାଡି

ନାରାୟଣପାଟଣା ୨୪।୦୯ : ଧସିଲା ମାଟି ଅତଡ଼ା ।  ଘାଟି ରାସ୍ତାରେ ଯାତାୟତ ଠପ୍‌ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଜାଘାଟି ଡେଙ୍ଗାନାଗୁଡ଼ା ନିକଟରେ ଖସିଛି ଏହି ମାଟି ଅତଡ଼ା । 

ଖବର ଅନୁଯାୟୀ, ସୋମବାର ରାତିଠାରୁ ବିଜାଘାଟି ଡେଙ୍ଗାନା ଗୁଡ଼ା ନିକଟରେ ହଠାତ୍‌ ଖସିଥିଲା ମାଟି ଅତଡ଼ା । ଯାହାଫଳରେ ଏହି ରାସ୍ତାରେ ପୁରା ଯାତାୟତ ଠପ୍‌ ରହିଛି । ନାରାୟଣପାଟଣାରୁ ଦାମନଯୋଡିକୁ ଏହି ରାସ୍ତା ସଂଯୋଗ କରୁଛି । ତେଣୁ ମାଟି ଅତଡ଼ା ଖସି ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି । ଯାହାଫଳରେ ଏହି ଘାଟି ରାସ୍ତାରେ ଦୁଇ ଚକିଆ ଯାନ ଯିବାଆସିବା କରିପାରୁଛି । ବାକି ଚାରିଚକିଆ ଯାନର ଯିବାଆସିବାରେ କଷ୍ଟ ହେଉଛି । ଏପିରିକି ସମସ୍ତ ଚାରିଚକିଆ ଗାଡି ଅଧାରାସ୍ତାରେ ଅଟକି ରହିଛି ।