ଘାଟିରେ ଓଲଟିଲା ଅଟୋ, ୨୦ ଆହତ
ବ୍ରହ୍ମପୁର : ଘାଟିରେ ଓଲଟିଲା ଅଟୋ। ଡାଲା ଅଟୋ ଓଲଟି ୨୦ ଆହତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ବରୀ ଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶେରଗଡ଼ ନିକଟସ୍ଥ କରଡ଼ାକଣାରୁ କିଛି ଗ୍ରାମବାସୀ ଆସି ବାଙ୍କେଶ୍ୱରୀରେ ମାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଘାଟିରେ ଅଟୋ ଓହ୍ଲାଉଥିବା ବେଳେ ପ୍ରାୟ ତିରିଶି ଫୁଟ ତଳକୁ ଖସି ପଡିଥିଲା। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ଉଦ୍ଧାର କରିବା ସହ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ। ୨୦ଜଣଙ୍କୁ […] The post ଘାଟିରେ ଓଲଟିଲା ଅଟୋ, ୨୦ ଆହତ appeared first on KNews Odisha.

ବ୍ରହ୍ମପୁର : ଘାଟିରେ ଓଲଟିଲା ଅଟୋ। ଡାଲା ଅଟୋ ଓଲଟି ୨୦ ଆହତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ବରୀ ଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶେରଗଡ଼ ନିକଟସ୍ଥ କରଡ଼ାକଣାରୁ କିଛି ଗ୍ରାମବାସୀ ଆସି ବାଙ୍କେଶ୍ୱରୀରେ ମାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।
ଘାଟିରେ ଅଟୋ ଓହ୍ଲାଉଥିବା ବେଳେ ପ୍ରାୟ ତିରିଶି ଫୁଟ ତଳକୁ ଖସି ପଡିଥିଲା। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ଉଦ୍ଧାର କରିବା ସହ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ। ୨୦ଜଣଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଠଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
The post ଘାଟିରେ ଓଲଟିଲା ଅଟୋ, ୨୦ ଆହତ appeared first on KNews Odisha.