ଘାଟିରେ ଓଲଟିଲା ଡାଲା ଅଟୋ, ୨୦ରୁ ଊର୍ଦ୍ଧ୍ୱ ଗୁରୁତର
ଶେରଗଡ଼ କରଡ଼ାକଣା ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ବାଙ୍କେଶ୍ୱରୀ ଦେବୀଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ। ମାଆଙ୍କ ଆଶୀର୍ବାଦ ନେଇ ଅପରାହ୍ଣରେ ସମସ୍ତେ ଘରକୁ ଫେରୁଥିଲେ।
ବୁଲିବାକୁ ଯାଇଥିଲା। ଫେରିଲା ବେଳେ ଘାଟି ରାସ୍ତାରେ ଓଲଟିଲା ଡାଲା ଅଟୋ। ଯାହାଫଳରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ଣରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।
ଶେରଗଡ଼ କରଡ଼ାକଣା ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ବାଙ୍କେଶ୍ୱରୀ ଦେବୀଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ। ମାଆଙ୍କ ଆଶୀର୍ବାଦ ନେଇ ଅପରାହ୍ଣରେ ସମସ୍ତେ ଘରକୁ ଫେରୁଥିଲେ। ହେଲେ ଘାଟି ରାସ୍ତାରେ ଡାଲା ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ୧୦୮ ଆମ୍ୱୁଲାନ୍ସରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି। ତେବେ ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।