ଘାରିଛି ଉଦ୍‌ଘାଟନ ନିଶା, କାମ ସରୁ ବା ନସରୁ

କାମ ଶତପ୍ରତିଶତ ସରିନି। ସବୁ ଜାଣିଲେ। ତଥାପି କହିଲେ, ଉଦ୍‌ଘାଟନ ହେବ।

ଘାରିଛି ଉଦ୍‌ଘାଟନ ନିଶା, କାମ ସରୁ ବା ନସରୁ

ଦୁଇଟି ସ୍ମାର୍ଟ କ୍ଲାସ୍ ରୁମ୍ ହୋଇଛି। ଲାଇବ୍ରେରୀ ହୋଇଛି। ଲାବୋରୋଟାରୀ ହୋଇଛି। ଆହୁରି ଅନେକ କାମ ବାକି ଅଛି। ଶୌଚାଳୟ ହୋଇଛି। କିନ୍ତୁ ଟାଙ୍କି କରାଯାଇ ନାହିଁ କି ଜଳ ଯୋଗାଣ ନାହିଁ। ସବୁ ଫିଡ୍‌ବ୍ୟାକ୍ ନେବା ସତ୍ତ୍ୱେ ଅଧପନ୍ତରିଆ ସ୍କୁଲକୁ ଉଦ୍‌ଘାଟନ କରିବାକୁ ସରକାର ନେଲେ ନିଷ୍ପତ୍ତି। ଏହାକୁ ନେଇ ପୂରା ଗାଁ ହୋଇଗଲା ଅସନ୍ତୁଷ୍ଟ। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କନପୁରରେ।