ଘୁଞ୍ଚାଇ ଦିଆଯିବ ଲୋକ ସଭା ନିର୍ବାଚନ, ନିର୍ବାଚନ କମିଶନ- ସିଜେଆଇ ଚନ୍ଦ୍ରଚୁଡଙ୍କ ନିକଟରେ ଆବେଦନ କଲା…

ନୂଆଦିଲ୍ଲୀ,୪।୪: ରାଜନୈତିକ ଦଳମାନଙ୍କ ସହିତ ନିର୍ବାଚନ କମିଶନ ମଧ୍ୟ ଲୋକ ସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେପଟେ ଦିଲ୍ଲୀ ମୈତେଇ କୋଅର୍ଡିନେଟିଂ ବା ସମନୱୟ କମିଟି (ଡିଏମସିସି) ମଣିପୁରରେ ଲୋକ ସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛି। ଡିଏମସିସିରେ ଅନେକ ମୈତେଇ ସଂଗଠନ ଅନ୍ତର୍ଭୁକ୍ତ, ଯେଉଁମାନେ ଜାତୀୟ ହିଂସା କାରଣରୁ ମଣିପୁରରେ ଲୋକ ସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରି ନିର୍ବାଚନ ଆୟୋଗ ଏବଂ ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ […] The post ଘୁଞ୍ଚାଇ ଦିଆଯିବ ଲୋକ ସଭା ନିର୍ବାଚନ, ନିର୍ବାଚନ କମିଶନ- ସିଜେଆଇ ଚନ୍ଦ୍ରଚୁଡଙ୍କ ନିକଟରେ ଆବେଦନ କଲା… appeared first on Dharitri Odia News.

ଘୁଞ୍ଚାଇ ଦିଆଯିବ ଲୋକ ସଭା ନିର୍ବାଚନ, ନିର୍ବାଚନ କମିଶନ- ସିଜେଆଇ ଚନ୍ଦ୍ରଚୁଡଙ୍କ ନିକଟରେ ଆବେଦନ କଲା…

ନୂଆଦିଲ୍ଲୀ,୪।୪: ରାଜନୈତିକ ଦଳମାନଙ୍କ ସହିତ ନିର୍ବାଚନ କମିଶନ ମଧ୍ୟ ଲୋକ ସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେପଟେ ଦିଲ୍ଲୀ ମୈତେଇ କୋଅର୍ଡିନେଟିଂ ବା ସମନୱୟ କମିଟି (ଡିଏମସିସି) ମଣିପୁରରେ ଲୋକ ସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛି। ଡିଏମସିସିରେ ଅନେକ ମୈତେଇ ସଂଗଠନ ଅନ୍ତର୍ଭୁକ୍ତ, ଯେଉଁମାନେ ଜାତୀୟ ହିଂସା କାରଣରୁ ମଣିପୁରରେ ଲୋକ ସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରି ନିର୍ବାଚନ ଆୟୋଗ ଏବଂ ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି।
ଏପ୍ରିଲ ୧୯ ଏବଂ ୨୬ରେ ମଣିପୁରର ଦୁଇଟି ସଂସଦୀୟ ଆସନ ପାଇଁ ଭିତର ମଣିପୁର ଏବଂ ବାହ୍ୟ ମଣିପୁର ପାଇଁ ଭୋଟ ଅନୁଷ୍ଠିତ ହେବ। ଡିଏମସିସିଏହି କ୍ଷେତ୍ରରେ ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡିଛି।

ଏପ୍ରିଲ ୧, ୨୦୨୪ରେ ଦିଲ୍ଲୀ ମୈତେଇ ସମନୱୟ କମିଟି ଦେଇଥିବା ଆବେଦନରେ ମଣିପୁରରେ ଅଶାନ୍ତି ଏବଂ ଆଇନ ଶୃଙ୍ଖଳା ସମ୍ପର୍କରେ ଅନେକ ଗଣମାଧ୍ୟମର ରିପୋର୍ଟ ଦର୍ଶାଇ ଚିନ୍ତା ପ୍ରକଟ କରାଯାଇଥିଲା। ଦିଲ୍ଲୀ ମୈତେଇ ସମନୱୟ କମିଟିରେ ଦିଲ୍ଲୀ ମେତେଇ, ଲିକଲାମ ନାଗକପା, ଏରାମଡମ ମଣିପୁର ଏବଂ ଆନ୍ତର୍ଜାତୀୟ ମୈତେଇ ଭଳି ସଂଗଠନ ଅନ୍ତର୍ଭୁକ୍ତ, ଯାହାକି ୩ ମେ’ ୨୦୨୩ରେ ହୋଇଥିବା ଜାତୀୟ ହିଂସାକୁ ନେଇ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ଏହି ସଂଗଠନ ଅନୁଯାୟୀ ମଣିପୁରରେ ହୋଇଥିବା ହିଂସା ସେଠାକାର ଲୋକଙ୍କ ପାଇଁ ମାନସିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷତି ଘଟାଇଛି।
ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ବିଷୟରେ ଜାଣିବା ପାଇଁ ନିର୍ବାଚନ ଆୟୋଗର ଏକ ଦଳ ମଣିପୁରର ରାଜଧାନୀ ଇମ୍ଫାଲ ପରିଦର୍ଶନ କରିଥିଲେ। ରାଜ୍ୟର ବରିଷ୍ଠ ଅଧିକାରୀମାନେ ନିର୍ବାଚନ କମିଶନଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଶ୍ୱାସନା ଦେଇଥିଲେ ଏବଂ ଅନୁସନ୍ଧାନ ପାଇଁ ଏକ ଦଳ ପଠାଇଥିଲେ।
ଡିଏମସିସି ଅନୁଯାୟୀ, ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସାରେ ୨୨୧ ଜଣ ଲୋକ ପ୍ରାଣ ହରାଇଛନ୍ତି, ଯାହାର ପରିଣାମ ମୈତେଇ, କୁକି ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟ ବହନ କରୁଛନ୍ତି। ଏହି ହିଂସା ହେତୁ ବହୁ ସଂଖ୍ୟାରେ ବେକାରୀ ସହିତ ଚାଷୀଙ୍କୁ ମଧ୍ୟ ଚାଷ କ୍ଷେତ୍ରରେ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି।

The post ଘୁଞ୍ଚାଇ ଦିଆଯିବ ଲୋକ ସଭା ନିର୍ବାଚନ, ନିର୍ବାଚନ କମିଶନ- ସିଜେଆଇ ଚନ୍ଦ୍ରଚୁଡଙ୍କ ନିକଟରେ ଆବେଦନ କଲା… appeared first on Dharitri Odia News.