ଘୁଞ୍ଚିଲା UPSC ପ୍ରିଲିମନାରୀ ପରୀକ୍ଷା; ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଗଲା ଏଭଳି ନିଷ୍ପତ୍ତି 

ଘୁଞ୍ଚିଲା ୟୁପିଏସ୍‌ସି ପରୀକ୍ଷା । ବିଳମ୍ୱରେ ହେବ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା । ମେ ୨୬ରେ ହେବନି ପ୍ରିଲିମନାରୀ ଟେଷ୍ଟ ।

ଘୁଞ୍ଚିଲା UPSC ପ୍ରିଲିମନାରୀ ପରୀକ୍ଷା; ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଗଲା ଏଭଳି ନିଷ୍ପତ୍ତି 

ଘୁଞ୍ଚିଲା ୟୁପିଏସ୍‌ସି ପରୀକ୍ଷା । ବିଳମ୍ୱରେ ହେବ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା । ମେ ୨୬ରେ ହେବନି ପ୍ରିଲିମନାରୀ ଟେଷ୍ଟ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏନେଇ ୟୁନିଅନ୍‌ ପବ୍ଲିକ ସର୍ଭିସ କମିସନ୍‌ ବିଜ୍ଞପ୍ତି ପ୍ରକାଶ କରିଛି । ମେ ୨୫ରେ ହୋଇଥାନ୍ତି ପରୀକ୍ଷା । 

ସୂଚନା ଅନୁସାରେ, ଚଳିତ ବର୍ଷର UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ବିଳମ୍ବରେ ହେବ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ ୨୫ରେ ହେବାକୁ ଥିବା ପରୀକ୍ଷାସୂଚିକୁ ବଦଳା ଯାଇଛି । ନିର୍ବାଚନ ସରିବା ପରେ ପରୀକ୍ଷା ତାରିଖ ଘୋଷଣା କରିବେ ଆୟୋଗ ।  

ନିକଟରେ ମିଳିଥିବା ୟୁପିଏସ୍‌ସି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଚଳିତ ବର୍ଷର ପରୀକ୍ଷା ମାଧ୍ୟମରେ ପ୍ରାୟ ୧,୦୫୫ଟି ପଦବୀ ପୂରଣ ହେବ। ୟୁପିଏସସି ଦ୍ୱାରା ପ୍ରତିବର୍ଷ ଆୟୋଜିତ ସିଭିଲ୍ ସର୍ଭିସ୍ ପରୀକ୍ଷା ତିନୋଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ମାଧ୍ୟମରେ କରାଯାଏ । ଏହି ପରୀକ୍ଷା ଅଧୀନରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS) ଏବଂ ଭାରତୀୟ ପୋଲିସ ସେବା (IPS) ପଦବୀ ପାଇଁ ଅଧିକାରୀ ଚୟନ କରାଯାଏ ।

UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୪: ବିଜ୍ଞପ୍ତିକୁ କିପରି ଡାଉନଲୋଡ୍ କରିବେ ?

ଏହି ଷ୍ଟେପ୍‌ ଦ୍ୱାରା ଡାଉନଲୋଡ୍ କରନ୍ତୁ ପରୀକ୍ଷାର ନୋଟିସ୍‌...

  • UPSCର ଅଫିସିଆଲ୍ ୱେବସାଇଟ୍‌ upsc.gov.inକୁ ଯାଆନ୍ତୁ ।
  • ପ୍ରଥମ ପେଜ୍‌ରେ ଥିବା UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୪ ନୋଟିସ୍ ଲିଙ୍କରେ କ୍ଲିକ୍ କରନ୍ତୁ।
  • ଏକ ନୂଆ PDF ଫାଇଲ୍ ଖୋଲିବ ଯେଉଁଠାରେ ସୂଚନା ଯାଞ୍ଚ କରିପାରିବେ । 
  • ପେଜ୍‌ ଡାଉନଲୋଡ୍ କରନ୍ତୁ ଓ ପରବର୍ତ୍ତୀ ଆବଶ୍ୟକତା ପାଇଁ ବିଜ୍ଞପ୍ତିର ଏକ ହାର୍ଡ କପି ରଖନ୍ତୁ ।

ଏହି ଲିଙ୍କ୍‌କୁ କ୍ଳିକ୍ କରି ମଧ୍ୟ ଡାଉନଲୋଡ୍ କରିପାରିବେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୪ ବିଜ୍ଞପ୍ତି

ପ୍ରକାଶ ଥାଉ କି, ଏପ୍ରିଲ ୧୯ରୁ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ଅନ୍ୟ ପର୍ଯ୍ୟାୟଗୁଡିକ ଏପ୍ରିଲ୍ ୨୬, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ ।