ଘୋଷଣା ହେଲା ଟି-୨୦ ବିଶ୍ୱକପ ମ୍ୟାଚ୍ସୂଚୀ, ଜୁନ୍ ୯ ରେ ଭାରତ-ପାକିସ୍ତାନ ଲଢେଇ
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଚଳିତ ଟି-୨୦ ବିଶ୍ୱକପ ଜୁନ ୧ରୁ ଆରମ୍ଭ ହେବ। ଏଥର ୨୦ଟି ଟିମକୁ ନେଇ ଟି-୨୦ ବିଶ୍ୱକପ୍ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ଜୁନ୍ ୧ ରୁ ଆରମ୍ଭ ହୋଇ ଜୁନ୍ ୨୯ ଯାଏଁ ଚାଲିବ। ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି। ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ […]

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଚଳିତ ଟି-୨୦ ବିଶ୍ୱକପ ଜୁନ ୧ରୁ ଆରମ୍ଭ ହେବ। ଏଥର ୨୦ଟି ଟିମକୁ ନେଇ ଟି-୨୦ ବିଶ୍ୱକପ୍ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ଜୁନ୍ ୧ ରୁ ଆରମ୍ଭ ହୋଇ ଜୁନ୍ ୨୯ ଯାଏଁ ଚାଲିବ।
ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି। ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିଛନ୍ତି। ଲିଗ ମ୍ୟାଚ୍ ପରେ ପ୍ରତି ଗ୍ରୁପରୁ ୨ଟି ଲେଖାଏଁ ଦଳ ଗ୍ରୁପ ୮ ପର୍ଯ୍ୟାୟକୁ ଯିବେ। ଯୋଗ୍ୟତା ଅର୍ଜନ କରିଥିବା ୮ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପର ଟପ୍ ୨ଟି ଲେଖାଏଁ ଦଳ ସେମି ଫାଇନାଲ ପର୍ଯ୍ୟାୟକୁ ଯିବେ। ଏହାପରେ ୨୯ ତାରିଖରେ ଦୁଇ ଶ୍ରେଷ୍ଠ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।
ଜୁନ୍ ୯ ରେ ଭାରତ-ପାକିସ୍ତାନ ସଂଘର୍ଷ
ନ୍ୟୁୟର୍କରେ ଜୁନ୍ ୯ରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ମୁହାଁମୁହିଁ ହେବେ। ଟି-୨୦ ବିଶ୍ୱକପର ଗ୍ରୁପ ଏରେ ଭାରତ ରହିଛି। ଭାରତ ସହ ଆମେରିକା, ପାକିସ୍ତାନ, କାନାଡା ଓ ଆୟର୍ଲ୍ୟାଣ୍ଡ ଏହି ଗ୍ରୁପରେ ରହିଛନ୍ତି। ଚଳିତ ବିଶ୍ବକପ୍ରେ ଭାରତ ତା’ର ଅଭିଯାନ ଜୁନ ୫ରେ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ଆମେରିକା ଓ ଜୁନ ୧୫ରେ ଦଳ ଶେଷ ଲିଗ ମ୍ୟାଚ୍ କାନାଡା ବିପକ୍ଷରେ ଖେଳିବ।