ଘୋଷଣା ହୋଇଗଲା ଷ୍ଟକ୍ ଏକ୍ସଚେଞ୍ଜର ମୂହୁର୍ତ୍ତ ଟ୍ରେଡିଂ ସମୟ, ଦୀପାବଳିରେ ଘଣ୍ଟାକର ନିବେଶ ବଦଳାଇ ପାରେ ଭାଗ୍ୟ
ମୁମ୍ବାଇ ୨୦।୧୦: ପ୍ରତିବର୍ଷ ଭାରତୀୟ ସେୟାର ମାର୍କେଟରେ ମୁହୂର୍ତ୍ତ ଟ୍ରେଡିଂ ଅଧିବେଶନର ଆୟୋଜନ ହୋଇଥାଏ। ମାତ୍ର ୧ ଘଣ୍ଟାର ଏହି ଅଧିବେଶନ କାଳରେ ନିବେଶକ ବହୁଳ ଟ୍ରେଡିଂ କରନ୍ତି, ଏହି ଅବଧିରେ କରାଯାଇଥିବା ଟ୍ରେଡିଂର ନିଜର ଏକ ମହତ୍ୱ ରହିଛି। ଚଳିତବର୍ଷ ଦୀପାବଳିରେ ମଧ୍ୟ ମୁହୂର୍ତ୍ତ ଟ୍ରେଡିଂ ହେବ। ଦେଶର ସବୁଠୁ ବଡ଼ ଷ୍ଟକ୍ ଏକ୍ସଚେଞ୍ଜ ଦୀପାବଳିର ଏହି ଶୁଭ ମୁହୂର୍ତ୍ତ ଘୋଷଣା କରିଛନ୍ତି। ଚଳିତବର୍ଷ ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ଅଧିବେଶନ ୧ ନଭେମ୍ବର ଶୁକ୍ରବାର ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ମୁହୂର୍ତ୍ତ ଟ୍ରେଡିଂ ସହିତ ହିନ୍ଦୁ କ୍ୟାଲେଣ୍ଡରର ନୂଆବର୍ଷ ସମ୍ବତ ୨୦୮୧ର ପ୍ରାରମ୍ଭ ହେବ। ଦୀପାବଳି ଦିନ ନିୟମିତ ଟ୍ରେଡିଂ ବନ୍ଦ ରହିବ। ତେବେ ସନ୍ଧ୍ୟାରେ ଏହି ଘଣ୍ଟିକିଆ ଟ୍ରେଡିଂ ଅଧିବେଶନ ଖୋଲାଯିବ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ଙ୍କ ଅନୁସାରେ ମୁଖ୍ୟ ଟ୍ରେଡିଂ ୱିଣ୍ଡୋରେ ଠିକ୍ ସନ୍ଧ୍ୟା ୫ଟା ୪୫ ମିନିଟରୁ ୬ଟା ବାଜିବା ପର୍ଯ୍ୟନ୍ତ ପ୍ରି-ଓପନିଂ ସେସନ ଅନୁଷ୍ଠିତ ହେବ। ମୂହୂର୍ତ୍ତ ଟ୍ରେଡିଂ ପରମ୍ପରା ଜ୍ୟୋତିଷୀୟ ଆଧାରରେ କରାଯାଇଛି, ଯେତେବେଳେ ଗ୍ରହଙ୍କ ସ୍ଥିତି ବ୍ୟବସାୟ ଅନୁକୂଳ କରିବା ପାଇଁ ଶୁଭ ଥାଏ ସେତେବେଳେ ଟ୍ରେଡିଂ କରାଯାଏ। ଏହି ଅଧିବେଶନ କାଳରେ ନିବେଶକ ଦୀପର ଆଲୋକ ଓ ରଙ୍ଗୀନ ଝୋଟିରେ ସେମାନଙ୍କ ନିବେଶ ଆରମ୍ଭ କରନ୍ତି। ଏହାକୁ ସମୃଦ୍ଧି ଓ ସଫଳତାର ପ୍ରତୀକ ମନେ କରାଯା
ମୁମ୍ବାଇ ୨୦।୧୦: ପ୍ରତିବର୍ଷ ଭାରତୀୟ ସେୟାର ମାର୍କେଟରେ ମୁହୂର୍ତ୍ତ ଟ୍ରେଡିଂ ଅଧିବେଶନର ଆୟୋଜନ ହୋଇଥାଏ। ମାତ୍ର ୧ ଘଣ୍ଟାର ଏହି ଅଧିବେଶନ କାଳରେ ନିବେଶକ ବହୁଳ ଟ୍ରେଡିଂ କରନ୍ତି, ଏହି ଅବଧିରେ କରାଯାଇଥିବା ଟ୍ରେଡିଂର ନିଜର ଏକ ମହତ୍ୱ ରହିଛି। ଚଳିତବର୍ଷ ଦୀପାବଳିରେ ମଧ୍ୟ ମୁହୂର୍ତ୍ତ ଟ୍ରେଡିଂ ହେବ। ଦେଶର ସବୁଠୁ ବଡ଼ ଷ୍ଟକ୍ ଏକ୍ସଚେଞ୍ଜ ଦୀପାବଳିର ଏହି ଶୁଭ ମୁହୂର୍ତ୍ତ ଘୋଷଣା କରିଛନ୍ତି। ଚଳିତବର୍ଷ ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ଅଧିବେଶନ ୧ ନଭେମ୍ବର ଶୁକ୍ରବାର ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଆୟୋଜିତ ହେବ।
ଏହି ମୁହୂର୍ତ୍ତ ଟ୍ରେଡିଂ ସହିତ ହିନ୍ଦୁ କ୍ୟାଲେଣ୍ଡରର ନୂଆବର୍ଷ ସମ୍ବତ ୨୦୮୧ର ପ୍ରାରମ୍ଭ ହେବ। ଦୀପାବଳି ଦିନ ନିୟମିତ ଟ୍ରେଡିଂ ବନ୍ଦ ରହିବ। ତେବେ ସନ୍ଧ୍ୟାରେ ଏହି ଘଣ୍ଟିକିଆ ଟ୍ରେଡିଂ ଅଧିବେଶନ ଖୋଲାଯିବ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ଙ୍କ ଅନୁସାରେ ମୁଖ୍ୟ ଟ୍ରେଡିଂ ୱିଣ୍ଡୋରେ ଠିକ୍ ସନ୍ଧ୍ୟା ୫ଟା ୪୫ ମିନିଟରୁ ୬ଟା ବାଜିବା ପର୍ଯ୍ୟନ୍ତ ପ୍ରି-ଓପନିଂ ସେସନ ଅନୁଷ୍ଠିତ ହେବ। ମୂହୂର୍ତ୍ତ ଟ୍ରେଡିଂ ପରମ୍ପରା ଜ୍ୟୋତିଷୀୟ ଆଧାରରେ କରାଯାଇଛି, ଯେତେବେଳେ ଗ୍ରହଙ୍କ ସ୍ଥିତି ବ୍ୟବସାୟ ଅନୁକୂଳ କରିବା ପାଇଁ ଶୁଭ ଥାଏ ସେତେବେଳେ ଟ୍ରେଡିଂ କରାଯାଏ।
ଏହି ଅଧିବେଶନ କାଳରେ ନିବେଶକ ଦୀପର ଆଲୋକ ଓ ରଙ୍ଗୀନ ଝୋଟିରେ ସେମାନଙ୍କ ନିବେଶ ଆରମ୍ଭ କରନ୍ତି। ଏହାକୁ ସମୃଦ୍ଧି ଓ ସଫଳତାର ପ୍ରତୀକ ମନେ କରାଯାଏ। ଇତିହାସ ଦେଖିଲେ ମୁହୂର୍ତ୍ତ ଟ୍ରେଡିଂରେ କରାଯାଇଥିବା ନିବେଶ ପ୍ରାୟତଃ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଛି। ଗତ ୧୭ଟି ଅଧିବେଶନରୁ ୧୩ଟିରେ ବିଏସଇ ସେନସେକ୍ସ ସକରାତ୍ମକ ନୋଟ୍ରେ ବନ୍ଦ ହୋଇଛି। ତେବେ ଏହା ଏକ ଘଣ୍ଟିକିଆ ଟ୍ରେଡିଂ ହୋଇଥିବାରୁ ଟ୍ରେଡିଂର ଭଲ୍ୟୁମ କମ ହୋଇଥାଏ, ଏହା ସତ୍ତ୍ୱେ ମଧ୍ୟ ନିବେଶକ ଲାଭ ଅର୍ଜନ କରନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୦୮ ମସିହା ଏକ ଅପବାଦ ଥିଲା, ଯେଉଁଥିରେ ସେନସେକ୍ସ ମୁହୂର୍ତ୍ତ ଟ୍ରେଡିଂର ଘଣ୍ଟାକ ମଧ୍ୟରେ ୫.୮୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା। ସେଦିନ ସେନସେକ୍ସ ୯୦୦୮ପଏଣ୍ଟରେ ବନ୍ଦ ହୋଇଥିଲା। ତେବେ ବୈଶ୍ୱିକ ଆର୍ଥିକ ସଂକଟ ସାମ୍ନାକୁ ଅସିବା କାରଣରୁ ବଜାର ବର୍ଷତମାମ ସୀମିତ ପରିସରରେ ରହିଥିଲା। ୨୦୧୨ରୁ ଏ ପର୍ଯ୍ୟନ୍ତ ୧୨ ଥରରୁ ୯ ଥର ସେନସେକ୍ସ ମୁହୂର୍ତ୍ତ ଟ୍ରେଡିଂରେ ବୃଦ୍ଧିର ସହ ବନ୍ଦ ହୋଇଛି। ଗତବର୍ଷ ଅର୍ଥାତ ୧୨ ନଭେମ୍ବର ୨୦୨୩ରେ ସେନସେକ୍ସରେ ୩୫୫ ପଏଣ୍ଟ (୦.୫୫ପ୍ରତିଶତ) ବୃଦ୍ଧି ହୋଇଥିଲା।
ତେବେ ଗତ ୧୧ ବର୍ଷରେ ୭ ଥର ମୁହୂର୍ତ୍ତ ଟ୍ରେଡିଂ ପରେ ବଜାର ତଳମୁହାଁ ହୋଇଛି ଓ ସେନସେକ୍ସ ତଳକୁ ଖସିଛି। ତେବେ ମୁହୂର୍ତ୍ତ ଟ୍ରେଡିଂ ଭାରତରେ ଷ୍ଟକ୍ ବ୍ରୋକରଙ୍କ ଲାଗି ନୂଆ ଆର୍ଥିକ ବର୍ଷର ପ୍ରାରମ୍ଭର ପ୍ରତୀକ। କୁହାଯାଏ ଏହି ଅବଧିରେ କରାଯାଇଥିବା ନିବେଶ ପୁରା ବର୍ଷ ପାଇଁ ସମୃଦ୍ଧି ଓ ଭଲ ରିଟର୍ଣ୍ଣ ଦେଇଥାଏ। ଏହା ଛଡା ଏହା ଟ୍ରେଡରଙ୍କୁ ସେମାନଙ୍କ ପୋର୍ଟଫୋଲିଓରେ ବିବିଧତା ଆଣିବା ଓ ନୂଆ ସେଟେଲମେଣ୍ଟ ଆକାଉଣ୍ଟ ଖୋଲିବାକୁ ମଧ୍ୟ ଅବସର ଦେଇଥାଏ।