ଚକାଚକ୍ ରହିବ ଜାତୀୟ ରାଜପଥ: ରକ୍ଷଣାବେକ୍ଷଣ ପାଇଁ ୯,୫୯୯ କୋଟି ଟଙ୍କା ମଞ୍ଜୁର କଲେ ସରକାର

ନୂଆଦିଲ୍ଲୀ: ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ୯୫୯୯ କୋଟି ଟଙ୍କା ଅନୁମନୋଦନ ଦେଲେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସଂସଦରେ ସୂଚନା ଦେଇଛନ୍ତି। ଗୁରୁବାର ମନ୍ତ୍ରୀ କହିଛନ୍ତି ଯେ ସରକାର ଜାତୀୟ ରାଜପଥ (NH) ନେଟୱାର୍କର ରକ୍ଷଣାବେକ୍ଷଣ ପାଇଁ ଚଳିତ ଆର୍ଥିକ ବର୍ଷରେ ୧୭,୮୮୪ କିଲୋମିଟର ଲମ୍ବ ପାଇଁ ସ୍ୱଳ୍ପକାଳୀନ ରକ୍ଷଣାବେକ୍ଷଣ ଚୁକ୍ତି (STMC)କୁ ଅନୁମୋଦନ କରାଯାଇଛି। ଏଥିପାଇଁ ୨,୮୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ୬,୧୧୮ କିଲୋମିଟର ଲମ୍ବା ରାସ୍ତା ପାଇଁ କାର୍ଯ୍ୟଦକ୍ଷତା ଭିତ୍ତିକ ରକ୍ଷଣାବେକ୍ଷଣ (PBMC) କାର୍ଯ୍ୟକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିପାଇଁ ୬,୭୫୭ କୋଟି ଟଙ୍କାଙ୍କ ଆବଣ୍ଟିନ କରାଯାଇଛି।ଲୋକସଭାରେ ଏକ ଲିଖିତ ବିବୃତ୍ତିରେ, କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସରକାର ଜାତୀୟ ରାଜପଥ ନେଟୱାର୍କର ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦେଇଛନ୍ତି। ଏକ ମେଣ୍ଟାନାନ୍ସସ ଏଜେନ୍ସି ମାଧ୍ୟମରେ ସମସ୍ତ ଜାତୀୟ ରାଜପଥ ସେକ୍ସନର ରକ୍ଷଣାବେକ୍ଷଣ ଏବଂ ମରାମତି ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଦେଶରେ ୮.୧୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ୩୧,୧୮୭ କିଲୋମିଟର ଲମ୍ବ ବିଶିଷ୍ଟ ୧,୩୧୦ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ସୂଚନା ଦେଇଛନ୍ତି। ପଢନ୍ତୁ- ଲୋକସଭାରେ ଆପ୍ରବାସନ ବିଲ୍ ପାସ୍, ଶାହ କହିଲେ-ଭା

ଚକାଚକ୍ ରହିବ ଜାତୀୟ ରାଜପଥ: ରକ୍ଷଣାବେକ୍ଷଣ ପାଇଁ ୯,୫୯୯ କୋଟି ଟଙ୍କା ମଞ୍ଜୁର କଲେ ସରକାର

ନୂଆଦିଲ୍ଲୀ: ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ୯୫୯୯ କୋଟି ଟଙ୍କା ଅନୁମନୋଦନ ଦେଲେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସଂସଦରେ ସୂଚନା ଦେଇଛନ୍ତି। 

ଗୁରୁବାର ମନ୍ତ୍ରୀ କହିଛନ୍ତି ଯେ ସରକାର ଜାତୀୟ ରାଜପଥ (NH) ନେଟୱାର୍କର ରକ୍ଷଣାବେକ୍ଷଣ ପାଇଁ ଚଳିତ ଆର୍ଥିକ ବର୍ଷରେ ୧୭,୮୮୪ କିଲୋମିଟର ଲମ୍ବ ପାଇଁ ସ୍ୱଳ୍ପକାଳୀନ ରକ୍ଷଣାବେକ୍ଷଣ ଚୁକ୍ତି (STMC)କୁ ଅନୁମୋଦନ କରାଯାଇଛି। ଏଥିପାଇଁ ୨,୮୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ୬,୧୧୮ କିଲୋମିଟର ଲମ୍ବା ରାସ୍ତା ପାଇଁ କାର୍ଯ୍ୟଦକ୍ଷତା ଭିତ୍ତିକ ରକ୍ଷଣାବେକ୍ଷଣ (PBMC) କାର୍ଯ୍ୟକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିପାଇଁ ୬,୭୫୭ କୋଟି ଟଙ୍କାଙ୍କ ଆବଣ୍ଟିନ କରାଯାଇଛି।

ଲୋକସଭାରେ ଏକ ଲିଖିତ ବିବୃତ୍ତିରେ, କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସରକାର ଜାତୀୟ ରାଜପଥ ନେଟୱାର୍କର ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦେଇଛନ୍ତି। ଏକ ମେଣ୍ଟାନାନ୍ସସ ଏଜେନ୍ସି ମାଧ୍ୟମରେ ସମସ୍ତ ଜାତୀୟ ରାଜପଥ ସେକ୍ସନର ରକ୍ଷଣାବେକ୍ଷଣ ଏବଂ ମରାମତି ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଦେଶରେ ୮.୧୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ୩୧,୧୮୭ କିଲୋମିଟର ଲମ୍ବ ବିଶିଷ୍ଟ ୧,୩୧୦ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ସୂଚନା ଦେଇଛନ୍ତି। 

ପଢନ୍ତୁ- ଲୋକସଭାରେ ଆପ୍ରବାସନ ବିଲ୍ ପାସ୍, ଶାହ କହିଲେ-ଭାରତ ଧର୍ମଶାଳା ନୁହେଁ, କଡ଼ା ନଜର ରଖାଯିବ

ସ୍ୱଳ୍ପକାଳୀନ ରକ୍ଷଣାବେକ୍ଷଣ (STMC) କାର୍ଯ୍ୟ ପାଇଁ କଣ୍ଟ୍ରାକ୍ଟ ଅବଧି ସାଧାରଣତଃ ୧-୨ ବର୍ଷ ମଧ୍ୟରେ ହୋଇଥାଏ। ସେହିପରି ପରଫର୍ମାନ୍ସସ ବେସ୍ଡ ମ୍ୟାଣ୍ଟେନାନ୍ସସ (PBMC ) କାର୍ଯ୍ୟ ପାଇଁ ଚୁକ୍ତିନାମା ପ୍ରାୟ ୫-୭ ବର୍ଷ ପାଇଁ ରହିଥାଏ। ହେଲେ ସରକାର ଜାତୀୟ ରାଜପଥକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ମଝଭୁତ ରଖିବାକୁ ସମୟ ଅନୁସାରେ ଟେକ୍ନୋଲୋଜୀର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଛନ୍ତି। 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସରକାର କାମ ଆରମ୍ଭ କରିବା ପୂର୍ବରୁ ଏବଂ ସମାପ୍ତି ପ୍ରମାଣପତ୍ର ଦେବା ପୂର୍ବରୁ ନେଟୱାର୍କ ସର୍ଭେ ଭେଇକିଲ୍ସ (NSV) ମାଧ୍ୟମରେ ରାସ୍ତାର ଅବସ୍ଥା ତଦାରଖ କରନ୍ତି। ରାସ୍ତାର ମାନ ଭଲ ଅଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ କାମ ସମାପ୍ତ ହେବାର ଛଅ ମାସର ନିୟମିତ ବ୍ୟବଧାନରେ ମୂଲ୍ୟାଙ୍କନ କରାଯାଏ। କେବଳ ସେତିକି ନୁହେଁ ଆଡ୍‌ଭାନ୍ସ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ଇନଷ୍ଟଲ କରିବା ଉପରେ ବି କାମ ଜାରି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। 

ପଢନ୍ତୁ- ଭିସା ଜାଲିଆତି ବିରୋଧରେ ଆମେରିକା ଦୂତାବାସର କଡ଼ା କାର୍ଯ୍ୟାନୁଷ୍ଠାନ: ୨୦୦୦ ଭାରତୀୟଙ୍କ ଆପଏଣ୍ଟଟମେଣ୍ଟ ବାତିଲ

ନୀତୀନ ଗଡ଼କରୀ କହିଛନ୍ତି ଯେ ସରକାର ଚାରି ଲେନ୍ ଏବଂ ତଦୁର୍ଦ୍ଧ୍ୱ ଜାତୀୟ ରାଜପଥରେ ଆଡଭାନ୍ସଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ATMS) ସ୍ଥାପନ ପାଇଁ କାମ ଆରମ୍ଭ କରିଛନ୍ତି। "ATMS ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ ସାହାଯ୍ୟରେ ରାଜପଥର ଭଲ ତଦାରଖ କରି ହେବ। ଫଳରେ ଘଟଣାର ସମାଧାନ ପାଇଁ ଆକ୍ସନ ନେବାରେ ବିଳମ୍ବ ହେବ ନାହିଁ।