ଚକୋଲେଟ୍‌ରୁ ବାହାରିଲା ନକଲି ଦାନ୍ତ

ଚକୋଲେଟ୍‌ ଖାଇବାକୁ ପ୍ରାୟତଃ ସବୁବର୍ଗର ଲୋକେ ପସନ୍ଦ କରନ୍ତି। ଚକୋଲେଟ୍‌ ଖାଇବା ଦ୍ବାରା ଅନେକ ମାନସିକ ତୃପ୍ତି ଅନୁଭବ କରିଥାନ୍ତି। ତେବେ ମଧ୍ୟପ୍ରଦେଶର ଖାରଗନ୍‌ ଅଞ୍ଚଳରେ ରହୁଥିବା ମହିଳା ଖାଉଥିବା ଏକ ଚକୋଲେଟ୍ ପ୍ୟାକେଟ୍‌ରୁ ନକଲି ଦାନ୍ତର ଏକ ସେଟ୍‌ ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି। ମାୟାଦେବୀ ଗୁପ୍ତା ନାମ୍ନୀ ଜଣେ ମହିଳା ଏକ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାାଇଥିଲେ। ସେଠାରେ ତାଙ୍କୁ ଏକ ଚକୋଲେଟ୍‌ ପ୍ୟାକେଟ୍‌ ମିଳିଥିଲା। ତେବେ ସେ ତାହାକୁ ତୁରନ୍ତ ନ […]

ଚକୋଲେଟ୍‌ରୁ ବାହାରିଲା ନକଲି ଦାନ୍ତ

ଚକୋଲେଟ୍‌ ଖାଇବାକୁ ପ୍ରାୟତଃ ସବୁବର୍ଗର ଲୋକେ ପସନ୍ଦ କରନ୍ତି। ଚକୋଲେଟ୍‌ ଖାଇବା ଦ୍ବାରା ଅନେକ ମାନସିକ ତୃପ୍ତି ଅନୁଭବ କରିଥାନ୍ତି। ତେବେ ମଧ୍ୟପ୍ରଦେଶର ଖାରଗନ୍‌ ଅଞ୍ଚଳରେ ରହୁଥିବା ମହିଳା ଖାଉଥିବା ଏକ ଚକୋଲେଟ୍ ପ୍ୟାକେଟ୍‌ରୁ ନକଲି ଦାନ୍ତର ଏକ ସେଟ୍‌ ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି। ମାୟାଦେବୀ ଗୁପ୍ତା ନାମ୍ନୀ ଜଣେ ମହିଳା ଏକ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାାଇଥିଲେ। ସେଠାରେ ତାଙ୍କୁ ଏକ ଚକୋଲେଟ୍‌ ପ୍ୟାକେଟ୍‌ ମିଳିଥିଲା।

ତେବେ ସେ ତାହାକୁ ତୁରନ୍ତ ନ ଖାଇ ଘରକୁ ନେଇ ଆସିଥିଲେ। ପରଦିନ ସେ ପ୍ୟାକେଟ୍‌ ଖୋଲି ଚକୋଲେଟ୍‌ ଖାଇବା ଆରମ୍ଭ କରିବାର କିଛିସମୟ ମଧ୍ୟରେ ପାଟି ମଧ୍ୟରେ କିଛିଟା ଟାଣ ଜିନିଷ ରହିଥିବା ଅନୁଭବ କରିଥିଲେ। ସେ ତାହାକୁ ବାହାରକୁ ଆଣି ଯାଞ୍ଚ କରିବା ପରେ ତାହା ଏକ ନକଲି ଦାନ୍ତର ସେଟ୍‌ ବୋଲି ଜାଣିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ଜିଲା ଖାଦ୍ୟ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏହି ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।