ଚକ୍ଷୁ କର୍କଟର ଚିକିତ୍ସା ପାଇଁ ଦିଲ୍ଲୀ AIIMSରେ ହେବ ‘ଗାମା’ ଥେରାପି
ନୂଆଦିଲ୍ଲୀ ୧୪।୫: ଛୋଟ ପିଲାଙ୍କ ଆଖିରେ କର୍କଟ ଅର୍ଥାତ ରେଟିନୋ ବ୍ଲାଷ୍ଟୋମା ଏବେ ଦ୍ରୁତ ପ୍ରସରୁଛି। ଏହି ରୋଗ ଯୋଗୁ ସାରା ବିଶ୍ୱରେ ହଜାର ହଜାର ଶିଶୁ ଦୃଷ୍ଟିଶକ୍ତି ହରାଉଛନ୍ତି। ତେବେ ରେଟିନୋବ୍ଲାଷ୍ଟୋମା ଉପଚାର ଏବେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍)ରେ ସମ୍ଭବ ହୋଇ ପାରିବ। ଏଥି ପାଇଁ ଖୁବ ଶୀଘ୍ର ଗାମା ଥେରାପି ଆରମ୍ଭ ହେବ। ଏମସ ନ୍ୟୁରୋ ସର୍ଜନ ଦୀପକ ଅଗ୍ରୱାଲ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିକଟରେ ଗାମା ନାଇଫ ଦ୍ୱାରା ଦୁଇଟି ପିଲାଙ୍କ ସର୍ଜରୀ କରାଯାଇଥିଲା। ଏଥିରେ କର୍କଟ ଆକ୍ରାନ୍ତ ଟ୍ୟୁମର ଅଥବା ଘାକୁ ବିକିରଣରେ ଲକ୍ଷ୍ୟ କରାଯାଏ, ଯାହା କ୍ୟାନସର ସେଲକୁ ନଷ୍ଟ କରିଦିଏ। ଏଥିରେ କଟାକଟି କରିବାକୁ ପଡି ନଥାଏ। ଏଣୁ ଏହି ଚିକିତ୍ସା ଦ୍ୱାରା ସଂକ୍ରମଣ ଅଥବା ରକ୍ତସ୍ରାବର ଭୟ ନଥାଏ। ବୁଧବାର ଏମସରେ ରେଟିନୋବ୍ଲାଷ୍ଟୋମା ସଚେତନତା ମାସ ଲାଗି ସେମିନାର ଅନୁଷ୍ଠିତ ହୋଇଯାଇଛି। ଡାକ୍ତରମାନେ କହିଛନ୍ତି ଯେ ଏହା ଏକ ବିରଳ ପ୍ରକାରର ନେତ୍ର ରୋଗ ଯାହା ୩ରୁ ୫ ବର୍ଷର ପିଲାଙ୍କଠାରେ ଦେଖାଯାଇଥାଏ। ଏହାର ଲକ୍ଷଣରେ ଆଖିଡୋଳାରେ ଧଳା ଚିହ୍ନ (ଲ୍ୟୁକୋକୋରିୟା), ଆଖି ଟେରା ହେବା ଓ ଆଖି ଲାଲ ପଡିବା କିମ୍ବା ଯନ୍ତ୍ରଣା ହେବା ଆଦି ଦେଖାଯାଏ। ଏହି ରୋଗ କେତେମାତ୍ରାରେ ପ୍ରସରୁଛି ତାହା ଦିଲ୍ଲୀ ଏମସର ଚିକିତ୍ସା ରେକର୍ଡରୁ ଜଣାପଡିଛି। ଏହି ରୋଗରେ ବାର୍ଷିକ ପ୍ରାୟ ୩୫୦ ରୋଗୀ ଏମସକୁ ଚିକିତ୍ସିତ ହେ
ନୂଆଦିଲ୍ଲୀ ୧୪।୫: ଛୋଟ ପିଲାଙ୍କ ଆଖିରେ କର୍କଟ ଅର୍ଥାତ ରେଟିନୋ ବ୍ଲାଷ୍ଟୋମା ଏବେ ଦ୍ରୁତ ପ୍ରସରୁଛି। ଏହି ରୋଗ ଯୋଗୁ ସାରା ବିଶ୍ୱରେ ହଜାର ହଜାର ଶିଶୁ ଦୃଷ୍ଟିଶକ୍ତି ହରାଉଛନ୍ତି। ତେବେ ରେଟିନୋବ୍ଲାଷ୍ଟୋମା ଉପଚାର ଏବେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍)ରେ ସମ୍ଭବ ହୋଇ ପାରିବ। ଏଥି ପାଇଁ ଖୁବ ଶୀଘ୍ର ଗାମା ଥେରାପି ଆରମ୍ଭ ହେବ। ଏମସ ନ୍ୟୁରୋ ସର୍ଜନ ଦୀପକ ଅଗ୍ରୱାଲ ବୁଧବାର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ନିକଟରେ ଗାମା ନାଇଫ ଦ୍ୱାରା ଦୁଇଟି ପିଲାଙ୍କ ସର୍ଜରୀ କରାଯାଇଥିଲା। ଏଥିରେ କର୍କଟ ଆକ୍ରାନ୍ତ ଟ୍ୟୁମର ଅଥବା ଘାକୁ ବିକିରଣରେ ଲକ୍ଷ୍ୟ କରାଯାଏ, ଯାହା କ୍ୟାନସର ସେଲକୁ ନଷ୍ଟ କରିଦିଏ। ଏଥିରେ କଟାକଟି କରିବାକୁ ପଡି ନଥାଏ। ଏଣୁ ଏହି ଚିକିତ୍ସା ଦ୍ୱାରା ସଂକ୍ରମଣ ଅଥବା ରକ୍ତସ୍ରାବର ଭୟ ନଥାଏ। ବୁଧବାର ଏମସରେ ରେଟିନୋବ୍ଲାଷ୍ଟୋମା ସଚେତନତା ମାସ ଲାଗି ସେମିନାର ଅନୁଷ୍ଠିତ ହୋଇଯାଇଛି।
ଡାକ୍ତରମାନେ କହିଛନ୍ତି ଯେ ଏହା ଏକ ବିରଳ ପ୍ରକାରର ନେତ୍ର ରୋଗ ଯାହା ୩ରୁ ୫ ବର୍ଷର ପିଲାଙ୍କଠାରେ ଦେଖାଯାଇଥାଏ। ଏହାର ଲକ୍ଷଣରେ ଆଖିଡୋଳାରେ ଧଳା ଚିହ୍ନ (ଲ୍ୟୁକୋକୋରିୟା), ଆଖି ଟେରା ହେବା ଓ ଆଖି ଲାଲ ପଡିବା କିମ୍ବା ଯନ୍ତ୍ରଣା ହେବା ଆଦି ଦେଖାଯାଏ। ଏହି ରୋଗ କେତେମାତ୍ରାରେ ପ୍ରସରୁଛି ତାହା ଦିଲ୍ଲୀ ଏମସର ଚିକିତ୍ସା ରେକର୍ଡରୁ ଜଣାପଡିଛି। ଏହି ରୋଗରେ ବାର୍ଷିକ ପ୍ରାୟ ୩୫୦ ରୋଗୀ ଏମସକୁ ଚିକିତ୍ସିତ ହେବାକୁ ଆସୁଥିବା ଜଣାପଡିଛି।
ଏହି ରୋଗରେ ପୀଡ଼ିତ ପିଲାର ଆଖିରେ ଟ୍ୟୁମର ହୋଇଥାଏ। ଏଣୁ ପିଲାର ଆଖି ବାହାରକୁ ବାହାରି ଆସିଥିବା ପରି ଦେଖାଯାଏ। ପିଲା ସିଧା କିଛି ଦେଖି ପାରେ ନାହିଁ ଓ ତାର ଦୃଷ୍ଟି ଶକ୍ତି ମଧ୍ୟ ଦୁର୍ବଳ ହେବାରେ ଲାଗେ। ଯଦି ଏହି କ୍ୟାନସର ଆଖି ସହ ମସ୍ତିଷ୍କକୁ ବ୍ୟାପିଯାଏ ତେବେ ପିଲାର ମୁଣ୍ଡବିନ୍ଧା ହେବା, ଭୋକ ନଲାଗିବା ଓ ବାନ୍ତି ହେବା ଆଦି ଲକ୍ଷଣ ଦେଖାଯାଇଥାଏ। ଏଣୁ ସେତେବେଳେ ପିଲାର ଚିକିତ୍ସା କଷ୍ଟକର ହୋଇପଡେ ବୋଲି ଡାକ୍ତର କହିଛନ୍ତି।