ଚଞ୍ଚକତା କରି ଗ୍ରାହକଙ୍କୁ ଲୁଟିଲେ ବ୍ୟାଙ୍କ ଅଧିକାରୀ
କଟକ: ଚଞ୍ଚକତା କରି ଗ୍ରାହକଙ୍କୁ ଲୁଟିଲେ ବ୍ୟାଙ୍କ ଅଧିକାରୀ। ଜଣେ ମହିଳା ଡାକ୍ତରଙ୍କ ଠାରୁ ଲୁଟିଲେ ଦୁଇ କୋଟି ୩୦ ଲକ୍ଷ ଟଙ୍କା। ଠକେଇ ଅଭିଯୋଗରେ କଟକ ବକ୍ସିବଜାର ସ୍ଥିତ ଆକ୍ସିସ ବ୍ୟାଙ୍କର ରିଲେସନସିପ ମ୍ୟାନେଜର ଗିରଫ। ରିଲେସନସିପ ମ୍ୟାନେଜର କ୍ଷୀରୋଦ ନାୟକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମହିଳାଙ୍କ ଖାତାରେ ଥିଲା ଅଢେଇ କୋଟି ଟଙ୍କା। ଗ୍ରାହକଙ୍କୁ ଫୁସଲାଇ ଦୁଇ କୋଟି ୩୦ ଲକ୍ଷ ଟଙ୍କାକୁ ଏଫଡି କରାଇଥିଲା କ୍ଷୀରୋଦ। ପରେ ଗ୍ରାହକଙ୍କ ଅଜାଣରେ ସେହି ଏଫଡି […]

କଟକ: ଚଞ୍ଚକତା କରି ଗ୍ରାହକଙ୍କୁ ଲୁଟିଲେ ବ୍ୟାଙ୍କ ଅଧିକାରୀ। ଜଣେ ମହିଳା ଡାକ୍ତରଙ୍କ ଠାରୁ ଲୁଟିଲେ ଦୁଇ କୋଟି ୩୦ ଲକ୍ଷ ଟଙ୍କା। ଠକେଇ ଅଭିଯୋଗରେ କଟକ ବକ୍ସିବଜାର ସ୍ଥିତ ଆକ୍ସିସ ବ୍ୟାଙ୍କର ରିଲେସନସିପ ମ୍ୟାନେଜର ଗିରଫ। ରିଲେସନସିପ ମ୍ୟାନେଜର କ୍ଷୀରୋଦ ନାୟକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ।
ମହିଳାଙ୍କ ଖାତାରେ ଥିଲା ଅଢେଇ କୋଟି ଟଙ୍କା। ଗ୍ରାହକଙ୍କୁ ଫୁସଲାଇ ଦୁଇ କୋଟି ୩୦ ଲକ୍ଷ ଟଙ୍କାକୁ ଏଫଡି କରାଇଥିଲା କ୍ଷୀରୋଦ। ପରେ ଗ୍ରାହକଙ୍କ ଅଜାଣରେ ସେହି ଏଫଡି ଖାତାରୁ ଋଣ ଉଠାଇଥିଲା। ଋଣ ଅର୍ଥକୁ ନିଜ ପରିବାର ଲୋକଙ୍କ ନାଁରେ ଡିପୋଜିଟ କରିଥିଲା। ଠକେଇ ହୋଇଥିବା ଟଙ୍କା ମଧ୍ୟରୁ ୨୦ ଲକ୍ଷ ଟଙ୍କା ଫ୍ରିଜ କଲା କ୍ରାଇମବ୍ରାଞ୍ଚ ।କ୍ଷୀରୋଦ ପାଖରୁ ୩୨ଟି ଏଟିଏମ କାର୍ଡ, ୫ଟି ପାସବୁକ ଓ ୩୭ ଟି ଚେକବୁକ ଜବତ।