ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ସରିଲା ପ୍ରଚାର: ୧୦ ରାଜ୍ୟରେ ୯୬ ଆସନ ପାଇଁ ହେବ ମତଦାନ, ଓଡ଼ିଶାର ୪ ଆସନରେ ଫାଇଟ୍
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ସରିଛି। ଚତୁର୍ଥ ପର୍ଯ୍ୟାୟ ପାଇଁ ମେ ୧୩ ତାରିଖ ସୋମବାର ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଶନିବାର (ମେ ୧୧) ନିର୍ବାଚନ ପ୍ରଚାର ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ୧୦ ଟି ରାଜ୍ୟରେ ମୋଟ ୯୬ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଆମ ରାଜ୍ୟ ଓଡ଼ିଶାର ୪ଟି ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ,କଳାହାଣ୍ଡି ଓ ନବରଙ୍ଗପୁରରେ ଭୋଟ୍ ପଡ଼ିବ। ସେହିପରି ଆନ୍ଧ୍ରପ୍ରଦେଶର ୨୫ ଟି ଆସନ ଏବଂ ତେଲେଙ୍ଗାନାର ସମସ୍ତ ୧୭ ଟି ଆସନରେ ମତଦାନ ହେବ। ଏହା ବ୍ୟତୀତ ଉତ୍ତରପ୍ରଦେଶରେ ୧୧ ଟି, ମହାରାଷ୍ଟ୍ରରେ ୧୧ ଟି, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୮ ଟି, ବିହାରରେ ୫ ଟି, ଝାଡ଼ଖଣ୍ଡରେ ୪ ଟି ଏବଂ ଜାମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟ ଭୋଟ ସରିବା ସହ ମୋଟ ୨୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩୮୧ ଟି ଆସନରେ ଭୋଟ୍ ଶେଷ ହୋଇଯିବ। ସେହିପରି ସୋମବାର ମଧ୍ୟ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଏହି ନେତାଙ୍କର ବାଗ୍ୟ ପରୀକ୍ଷାଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଅନେକ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। କନ୍ନୌଜରୁ ଅଖିଳେଶ ଯାଦବ, ଶ୍ରୀନଗରର ଓମାର ଅବଦୁଲ୍ଲା, ବେଗୁସରାଇରୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ବହରାମପୁରର ଅଧିର ରଂଜନ ଚୌଧୁରୀ, କୃଷ୍ଣନଗ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ସରିଛି। ଚତୁର୍ଥ ପର୍ଯ୍ୟାୟ ପାଇଁ ମେ ୧୩ ତାରିଖ ସୋମବାର ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଶନିବାର (ମେ ୧୧) ନିର୍ବାଚନ ପ୍ରଚାର ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ୧୦ ଟି ରାଜ୍ୟରେ ମୋଟ ୯୬ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଆମ ରାଜ୍ୟ ଓଡ଼ିଶାର ୪ଟି ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ,କଳାହାଣ୍ଡି ଓ ନବରଙ୍ଗପୁରରେ ଭୋଟ୍ ପଡ଼ିବ।
ସେହିପରି ଆନ୍ଧ୍ରପ୍ରଦେଶର ୨୫ ଟି ଆସନ ଏବଂ ତେଲେଙ୍ଗାନାର ସମସ୍ତ ୧୭ ଟି ଆସନରେ ମତଦାନ ହେବ। ଏହା ବ୍ୟତୀତ ଉତ୍ତରପ୍ରଦେଶରେ ୧୧ ଟି, ମହାରାଷ୍ଟ୍ରରେ ୧୧ ଟି, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୮ ଟି, ବିହାରରେ ୫ ଟି, ଝାଡ଼ଖଣ୍ଡରେ ୪ ଟି ଏବଂ ଜାମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟ ଭୋଟ ସରିବା ସହ ମୋଟ ୨୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩୮୧ ଟି ଆସନରେ ଭୋଟ୍ ଶେଷ ହୋଇଯିବ। ସେହିପରି ସୋମବାର ମଧ୍ୟ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଏହି ନେତାଙ୍କର ବାଗ୍ୟ ପରୀକ୍ଷା
ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଅନେକ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। କନ୍ନୌଜରୁ ଅଖିଳେଶ ଯାଦବ, ଶ୍ରୀନଗରର ଓମାର ଅବଦୁଲ୍ଲା, ବେଗୁସରାଇରୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ବହରାମପୁରର ଅଧିର ରଂଜନ ଚୌଧୁରୀ, କୃଷ୍ଣନଗରରୁ ମହୁଆ ମୋଇତ୍ର, ଆସାନସୋଲରୁ ଶତ୍ରୁଘ୍ନ ସିହ୍ନା ଓ କଡପ୍ପୋ ଆସନରୁ ୱାଇଏସ୍ ଶର୍ମିଲା ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସୀଙ୍କ ପାଇଁ ସୋମବାର ଭୋଟ୍ ଗ୍ରହଣ କରାଯିବ।
ତେବେ ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ରୋଚକ ଫାଇଟ୍ ହାଇଦ୍ରାବାଦ୍ରେ ହେବ। କାରଣ ଏହି ଆସନରୁ ବିଜେପି ହିନ୍ଦୁ ଚେହେରା ମାଧବୀ ଲତାଙ୍କୁ ପ୍ରାର୍ଥିନୀ କରିଛି। ଦୁଇ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଏହା ବାଦ୍ କନ୍ନୌଜରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ ସୁବ୍ରତ ତ୍ରିପାଠୀ। ପୁଣି ପଶ୍ଚିମବଙ୍ଗ ବରହମପୁର ଆସନରୁ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଓ ଟିଏମ୍ସି ପ୍ରାର୍ଥୀ ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ମଧ୍ୟରେ କଡ଼ା ଫାଇଟ୍ ହେବ। ସେହିପରି ଉନ୍ନାଓ ଆସନରୁ ବିଜେପିର ସାକ୍ଷୀ ମହାରାଜାଙ୍କ ଲଢ଼େଇ ସପା-କଂଗ୍ରେସ ମେଣ୍ଟ ପ୍ରାର୍ଥୀ ଅନୁ ଟଣ୍ଡନଙ୍କ ସହ ହେବ। ସାକ୍ଷୀ ମହାରାଜଙ୍କ ପାଇଁ ଉନ୍ନାଓ ସବୁବେଳେ ଚର୍ଚ୍ଚାରେ ରହି ଆସିଛି।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କେତେ ଜଣ କୋଟିପତି ପ୍ରାର୍ଥୀ ?
ଏହି ପର୍ଯ୍ୟାୟରେ ୪୭୬ ଜଣ ପ୍ରାର୍ଥୀ କୋଟିପତି ତାଲିକାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଟିଡିପି ପ୍ରାର୍ଥୀ ଡକ୍ଟର ଚନ୍ଦ୍ରଶେଖର ପେମ୍ମାସାନୀ ସବୁଠାରୁ ଧାନୀ। ତାଙ୍କ ସମ୍ପତ୍ତି ୫,୭୦୫ କୋଟି ଟଙ୍କା। ତା’ପରେ ବିଜେପି ପ୍ରାର୍ଥୀ କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀଙ୍କ ସମ୍ପତ୍ତି ୪,୫୮୮ କୋଟି ଟଙ୍କା। ଚତୁର୍ଥ ପର୍ଯ୍ୟାୟରେ ବିଜେପିର ୭୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣ କୋଟିପତି ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସର ୫୬ ଜଣ ପ୍ରାର୍ଥୀ କୋଟିପତି।