ଚତୁର୍ଥ ପର୍ଯ୍ୟାୟରେ ‘ସୁଭଦ୍ରା ଟଙ୍କା’ ପାଇବେ ୨୦ ଲକ୍ଷ ମହିଳା, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା…

ଭୁବନେଶ୍ୱର,୨୧।୧୨: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଉପରୁ ହଟିଛି ପରଦା। ଏବେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ସରିଲେ ଆସନ୍ତା ୩୦ରେ ଟଙ୍କା ଦେବାକୁ ଟାର୍ଗେଟ ରଖାଯାଇଛି। ଯଦି ଏହା ନ ସରେ ତେବେ ଜାନୁଆରୀରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେହିଭଳି ବଣ୍ଡାଘାଟିରେ ସୁଭଦ୍ରା ସମୀକ୍ଷା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସେ ୧୨ ହଜାର ବଣ୍ଡା ମହିଳା ସୁଭଦ୍ରା ପାଇଁ ଆବେଦନ […] The post ଚତୁର୍ଥ ପର୍ଯ୍ୟାୟରେ ‘ସୁଭଦ୍ରା ଟଙ୍କା’ ପାଇବେ ୨୦ ଲକ୍ଷ ମହିଳା, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା… appeared first on Dharitri Odia News.

ଚତୁର୍ଥ ପର୍ଯ୍ୟାୟରେ ‘ସୁଭଦ୍ରା ଟଙ୍କା’ ପାଇବେ ୨୦ ଲକ୍ଷ ମହିଳା, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା…

ଭୁବନେଶ୍ୱର,୨୧।୧୨: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଉପରୁ ହଟିଛି ପରଦା। ଏବେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ସରିଲେ ଆସନ୍ତା ୩୦ରେ ଟଙ୍କା ଦେବାକୁ ଟାର୍ଗେଟ ରଖାଯାଇଛି। ଯଦି ଏହା ନ ସରେ ତେବେ ଜାନୁଆରୀରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ସେହିଭଳି ବଣ୍ଡାଘାଟିରେ ସୁଭଦ୍ରା ସମୀକ୍ଷା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସେ ୧୨ ହଜାର ବଣ୍ଡା ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିଲେ। ପ୍ରଥମ କିସ୍ତିରେ ୯ ହଜାର ବଣ୍ଡା ମହିଳା ଟଙ୍କା ପାଇଛନ୍ତି। ୩ ହଜାର ଟଙ୍କା ପାଇ ନାହାନ୍ତି। ଏହି ସମସ୍ୟାର ସମାଧାନ ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କୁ ଟଙ୍କା ମିଳିବ ବୋଲି ସେ କହିଛନ୍ତି।

The post ଚତୁର୍ଥ ପର୍ଯ୍ୟାୟରେ ‘ସୁଭଦ୍ରା ଟଙ୍କା’ ପାଇବେ ୨୦ ଲକ୍ଷ ମହିଳା, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା… appeared first on Dharitri Odia News.