ଚତୁର୍ଥ ବ୍ୟାଚ ଅଗ୍ନିବୀରଙ୍କ ପାସିଂ ଆଉଟ ପରେଡ ସମାରୋହ, ସାମିଲ ହେଲେ ୧୩୮୯ ଅଗ୍ନିବୀର

ଭାରତୀୟ ନୌସେନାରେ ନବ ନିଯୁକ୍ତ ଅଗ୍ନିବୀର ଚତୁର୍ଥ ବ୍ୟାଚର ପାସିଂ ଆଉଟ ପରେଡ ସମାରୋହ ଅନୁଷ୍ଠିତ  l ଆଇଏନଏସ ଚିଲିକାର ଭବ୍ୟ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏହି ସମାରୋହରେ ଭାରତୀୟ ନୌସେନାର ୨୧୬ ମହିଳା ଅଗ୍ନିବୀରଙ୍କ ସମେତ ୧୩୮୯ ଅଗ୍ନିବୀର ସାମିଲ ହୋଇଥିଲେ  l ମୁଖ୍ୟ ଅତିଥି ଭାବେ ନାଭାଲ ଷ୍ଟାଫ ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ସାମିଲ ହୋଇ ନବନିଯୁକ୍ତ ଅଗ୍ନିବୀରଙ୍କ ପ୍ୟାରେଡର ସମୀକ୍ଷା କରି ଅଭିବାଦନ ଗ୍ରହଣ କରିଥିଲେ  l ନୌସେନାରେ ଅଗ୍ନିବୀରଙ୍କ […] The post ଚତୁର୍ଥ ବ୍ୟାଚ ଅଗ୍ନିବୀରଙ୍କ ପାସିଂ ଆଉଟ ପରେଡ ସମାରୋହ, ସାମିଲ ହେଲେ ୧୩୮୯ ଅଗ୍ନିବୀର appeared first on KNews Odisha.

ଚତୁର୍ଥ ବ୍ୟାଚ ଅଗ୍ନିବୀରଙ୍କ ପାସିଂ ଆଉଟ ପରେଡ ସମାରୋହ, ସାମିଲ ହେଲେ ୧୩୮୯ ଅଗ୍ନିବୀର
agniveer

ଭାରତୀୟ ନୌସେନାରେ ନବ ନିଯୁକ୍ତ ଅଗ୍ନିବୀର ଚତୁର୍ଥ ବ୍ୟାଚର ପାସିଂ ଆଉଟ ପରେଡ ସମାରୋହ ଅନୁଷ୍ଠିତ  l ଆଇଏନଏସ ଚିଲିକାର ଭବ୍ୟ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏହି ସମାରୋହରେ ଭାରତୀୟ ନୌସେନାର ୨୧୬ ମହିଳା ଅଗ୍ନିବୀରଙ୍କ ସମେତ ୧୩୮୯ ଅଗ୍ନିବୀର ସାମିଲ ହୋଇଥିଲେ  l ମୁଖ୍ୟ ଅତିଥି ଭାବେ ନାଭାଲ ଷ୍ଟାଫ ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ସାମିଲ ହୋଇ ନବନିଯୁକ୍ତ ଅଗ୍ନିବୀରଙ୍କ ପ୍ୟାରେଡର ସମୀକ୍ଷା କରି ଅଭିବାଦନ ଗ୍ରହଣ କରିଥିଲେ  l

ନୌସେନାରେ ଅଗ୍ନିବୀରଙ୍କ ଯାତ୍ରା ରୋମାଞ୍ଚକର ରହିବ  l ଦେଶର ରାଷ୍ଟ୍ରୀୟ ହିତ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବାକୁ ଆହ୍ୱାନ ଦେଇଥିଲେ ନୌସେନା ମୁଖ୍ୟ ଆଡମିରାଲ ତ୍ରିପାଠୀ  l ଅନ୍ୟତମ ଅତିଥି ଭାବେ ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ- ଇନ୍ -ଚିଫ୍ ତଥା ଭାଇସ୍ ଆଡମିରାଲ ଭି. ଶ୍ରୀନିବାସ ପ୍ୟାରେଡ୍ ର ପରିଚାଳନା କରିଥିଲେ  l ୧୬ ସପ୍ତାହର ପ୍ରାରମ୍ଭିକ ପ୍ରଶିକ୍ଷଣ ପରେ ଏବେ ଯୁଦ୍ଧ ପ୍ରସ୍ତୁତି ଏବଂ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭକରିବେ ଅଗ୍ନିବୀର  l ପ୍ୟାରେଡ ସମୟରେ ଯୋଗ୍ୟ ଅଗ୍ନିବୀରମାନଙ୍କୁ ବିଭିନ୍ନ ବର୍ଗରେ ନୌସେନା ମୁଖ୍ୟ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଅଗ୍ନିବୀରଙ୍କ ପରିବାର, ବରିଷ୍ଠ ନୌସେନା ଅଧିକାରୀ ଏବଂ କ୍ରୀଡ଼ାବିତ ଉପସ୍ଥିତ ରହିଥିଲେ ।

The post ଚତୁର୍ଥ ବ୍ୟାଚ ଅଗ୍ନିବୀରଙ୍କ ପାସିଂ ଆଉଟ ପରେଡ ସମାରୋହ, ସାମିଲ ହେଲେ ୧୩୮୯ ଅଗ୍ନିବୀର appeared first on KNews Odisha.