ଚମକିଲା ଭାଗ୍ୟ

ମୁମ୍ବାଇ: ରାତାରାତି ଚମକିଲା ଭାଗ୍ୟ। ରିଆଲିଟି ଶୋ’ ବିଗ୍‌ବସ୍‌ରେ ଲୋକପ୍ରିୟତା ହାସଲ ପରେ ମିଳିଛି ବଡ଼ ବ୍ରେକ୍‌। ଆମେ କହୁଛୁ ଚୁଲବୁଲି ଆୟେଶା ଖାନ୍‌ଙ୍କ କଥା। ଅପକମିଂ ସାଉଥ୍‌ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ୍‌ ଗୋଦାବରୀ’ରେ ନଜର ଆସିବେ ସେ। ଫିଲ୍ମରେ ଅଭିନେତା ବିଶ୍ୱକ୍‌ ସେନ ତାଙ୍କ ନାୟକ ସାଜିବେ। ଏନେଇ ନିର୍ମାତାମାନଙ୍କ ତରଫରୁ ସବୁଜ ସଙ୍କେତ ମିଳିଛି। କାହାଣୀ ପସନ୍ଦ ଆସିବା ପରେ ହଁ ଭରିଛନ୍ତି ଆୟେଶା। କିଛି ଦିନରେ ଏହାର ଶୁଟିଂ ଆରମ୍ଭ ହେବ। ବିଗ୍‌ବସ୍‌ରେ […] The post ଚମକିଲା ଭାଗ୍ୟ appeared first on Dharitri Odia News.

ଚମକିଲା ଭାଗ୍ୟ

ମୁମ୍ବାଇ: ରାତାରାତି ଚମକିଲା ଭାଗ୍ୟ। ରିଆଲିଟି ଶୋ’ ବିଗ୍‌ବସ୍‌ରେ ଲୋକପ୍ରିୟତା ହାସଲ ପରେ ମିଳିଛି ବଡ଼ ବ୍ରେକ୍‌। ଆମେ କହୁଛୁ ଚୁଲବୁଲି ଆୟେଶା ଖାନ୍‌ଙ୍କ କଥା। ଅପକମିଂ ସାଉଥ୍‌ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ୍‌ ଗୋଦାବରୀ’ରେ ନଜର ଆସିବେ ସେ। ଫିଲ୍ମରେ ଅଭିନେତା ବିଶ୍ୱକ୍‌ ସେନ ତାଙ୍କ ନାୟକ ସାଜିବେ। ଏନେଇ ନିର୍ମାତାମାନଙ୍କ ତରଫରୁ ସବୁଜ ସଙ୍କେତ ମିଳିଛି। କାହାଣୀ ପସନ୍ଦ ଆସିବା ପରେ ହଁ ଭରିଛନ୍ତି ଆୟେଶା। କିଛି ଦିନରେ ଏହାର ଶୁଟିଂ ଆରମ୍ଭ ହେବ। ବିଗ୍‌ବସ୍‌ରେ ଆୟେଶା ମୁନାଓ୍ବର ଫାରୁକିଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ବିବାଦୀୟ ହେବା ସତ୍ତ୍ୱେ ରାତାରାତି ତାଙ୍କୁ ମିଳିଛି ଫେମ୍‌। ଶୋ’ରେ ତାଙ୍କର ନୃତ୍ୟଶୈଳୀ ଦେଖି ନିର୍ମାତାମାନେ ତାଙ୍କୁ କାଷ୍ଟ କରିଛନ୍ତି। ସୁନ୍ଦରତାରେ ମଧ୍ୟ ସେ ବଡ଼ ବଡ଼ ହିରୋଇନ୍‌ଙ୍କୁ ଟକ୍କର ଦେଉଥିବା ଯୋଗୁ ତାଙ୍କୁ ଦର୍ଶକେ ପସନ୍ଦ କରିବେ ବୋଲି ଆଶା ରହିଛି।

The post ଚମକିଲା ଭାଗ୍ୟ appeared first on Dharitri Odia News.