ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୧।୧: ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି। ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିବା ପରେ ବିଧାୟକଙ୍କ ସହ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ଦେଇଛନ୍ତି। ଏହାପରେ ଜେଜେଏମ ଏବଂ କଂଗ୍ରେସ ବିଧାୟକମାନେ ଚମ୍ପଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। Champai Soren to be the new Chief Minister of Jharkhand pic.twitter.com/xWeGAqKr8A — ANI (@ANI) January 31, […] The post ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୧।୧: ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି। ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିବା ପରେ ବିଧାୟକଙ୍କ ସହ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ଦେଇଛନ୍ତି। ଏହାପରେ ଜେଜେଏମ ଏବଂ କଂଗ୍ରେସ ବିଧାୟକମାନେ ଚମ୍ପଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।

ହେମନ୍ତ ସୋରେନଙ୍କ ଗିରଫ ପରେ ରାଜଭବନକୁ ଇଡି ସହ ସେ ଯାଇଥିଲେ। ରାଞ୍ଚିରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଡିଜିପି ଏବଂ ମୁଖ୍ୟ ସଚିବ ମଧ୍ୟ ମୁଖ୍ୟମନ୍ତ୍ରୀ ବାସଭବନରେ ପହଞ୍ଚିଛନ୍ତି।

ଝାଡ଼ଖଣ୍ଡ କଂଗ୍ରେସ ସଭାପତି ରାଜେଶ ଠାକୁର କହିଛନ୍ତି, “ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସୋରେନଙ୍କୁ ବିଧାନସଭା ଦଳର ନୂତନ ନେତା ଭାବରେ ମନୋନୀତ କରାଯାଇଛି … ସମସ୍ତ ବିଧାୟକ ଆମ ସହ ଅଛନ୍ତି।”

The post ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ appeared first on Dharitri Odia News.