ଚମ୍ପାମାଳ ଚମ୍ପେଶ୍ଵର ବାବାଙ୍କ ପଞ୍ଚ ଦୋଳ ଯାତ୍ରା ମହୋତ୍ସବ

ପ୍ରଥମ ସନ୍ଧ୍ୟାରେ “ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା, ଦ୍ଵିତୀୟ ସନ୍ଧ୍ୟା ରେ ରେମେଣ୍ଡା କୃଷ୍ଣଗୁରୁ ପରିବେଷଣ । ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ପ୍ରସିଦ୍ଧ ଶୈବ ପୀଠ ଚମ୍ପlମାଲ ଚମ୍ପେଶ୍ୱର ପଞ୍ଚଦୋଳ ଯାତ୍ରା ମହୋତ୍ସବ ରେ ବାବା ଚମ୍ପେଶ୍ୱର ମନ୍ଦିର ରୁ ବାହାରି ଦୋଳ ମଣ୍ଡପ ରେ ଦୋଳ ରେ ଝୁଲିବା ସହିତ ପୂଜାର୍ଚନା କରାଯାଇଥିଲା l ଏହି ଉପଲକ୍ଷେ ଆୟୋଜିତ ଏକ ଉଦଘାଟନ ସଭା ରେ ଯାତ୍ରା କମିଟି ସଭାପତି […] The post ଚମ୍ପାମାଳ ଚମ୍ପେଶ୍ଵର ବାବାଙ୍କ ପଞ୍ଚ ଦୋଳ ଯାତ୍ରା ମହୋତ୍ସବ appeared first on Odisha.News.

ଚମ୍ପାମାଳ ଚମ୍ପେଶ୍ଵର ବାବାଙ୍କ ପଞ୍ଚ ଦୋଳ ଯାତ୍ରା ମହୋତ୍ସବ

ପ୍ରଥମ ସନ୍ଧ୍ୟାରେ “ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା, ଦ୍ଵିତୀୟ ସନ୍ଧ୍ୟା ରେ ରେମେଣ୍ଡା କୃଷ୍ଣଗୁରୁ ପରିବେଷଣ । ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ପ୍ରସିଦ୍ଧ ଶୈବ ପୀଠ ଚମ୍ପlମାଲ ଚମ୍ପେଶ୍ୱର ପଞ୍ଚଦୋଳ ଯାତ୍ରା ମହୋତ୍ସବ ରେ ବାବା ଚମ୍ପେଶ୍ୱର ମନ୍ଦିର ରୁ ବାହାରି ଦୋଳ ମଣ୍ଡପ ରେ ଦୋଳ ରେ ଝୁଲିବା ସହିତ ପୂଜାର୍ଚନା କରାଯାଇଥିଲା l ଏହି ଉପଲକ୍ଷେ ଆୟୋଜିତ ଏକ ଉଦଘାଟନ ସଭା ରେ ଯାତ୍ରା କମିଟି ସଭାପତି କିଶୋର ହୋତା ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ , ଚମ୍ପlମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା , ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ପ୍ରମୁଖ ମଂଚାସୀନ ହୋଇ ସଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ମହେଶ ଶତପଥୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଭଜନ କାର୍ଯ୍ୟକ୍ରମରେ କଣ୍ଠ ଶିଳ୍ପୀ ମୋନାଲିସା ନନ୍ଦ , ଅର୍ପିତା ପଟନାୟକ , ଭାଗ୍ୟଶ୍ରୀ ପାଣିଗ୍ରାହୀ , ସୁଦର୍ଶନ ବିଶ୍ୱାଳ, ମଣ୍ଟୁ ଶତପଥି , ଶ୍ରବଣ ମହାରଣା , ରତନ ବାଘ , କାର୍ତ୍ତିକ ଭୁକ୍ତା ପ୍ରମୁଖ ବିଭିନ୍ନ ଭଜନ ପରିବେଷଣ କରିଥିଲ । ରାଜେଶ ଶତପଥି , ପୃଥ୍ୱୀରାଜ ଜଗଦଲା , ବିମଲ କୁମାର , ଭକ୍ତି ମହାନନ୍ଦ,ଜେ.କି ସାହୁ ପ୍ରମୁଖ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ । ଆଜି ବିମାନରେ ବାବା ଚମ୍ପେଶ୍ୱର ବିରାଜମାନ କରିଥିଲେ ଓ ଦୋଳ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଯାତ୍ରା କମିଟି ଉପସଭାପତି ବିଶ୍ୱନାଥ ଥନାପତି , ପ୍ରମୋଦ ପୁରୋହିତ,ସମ୍ପାଦକ ଆଶୁତୋଷ କର୍ଣ୍ଣ , ଭୋଳାନାଥ ସେଠି , ପଞ୍ଚାନନ ମହାରଣା , ରବିଚନ୍ଦ୍ର ବିଶି , ଦେବରାଜ ପୁରୋହିତ , ଭୀଷ୍ମ ଥନାପତି , ଫଗୁ ଭୁକ୍ତା ପ୍ରମୁଖ ସହଯୋଗ କରିଥିଲେ l

The post ଚମ୍ପାମାଳ ଚମ୍ପେଶ୍ଵର ବାବାଙ୍କ ପଞ୍ଚ ଦୋଳ ଯାତ୍ରା ମହୋତ୍ସବ appeared first on Odisha.News.