ଚମ୍ପୁଆ ରେଞ୍ଜରେ ହାତୀପଲ ଉପଦ୍ରବ, ବିଳମ୍ବିତ ରାତିରେ ଭାଙ୍ଗିଲେ ଘର
ପାଟଣା ୨୭/୦୭: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେସ୍କନ ଅଞ୍ଚଳରେ ୨୭ ଟିକିଆ ଝାରଖଣ୍ଡୀ ହାତୀପଲ ଉପଦ୍ରବ । ହାତୀପଲ ୩୯ରୁ ଉର୍ଦ୍ଧ ଘର ଭାଙ୍ଗି ସାରିଲେଣି । ବିଳମ୍ବିତ ରାତିରେ ଏହି ହାତୀପଲ ରାଣୀପୁର ଗ୍ରାମରେ ୮ଟି ଘର ସହ ବୈକୁଣ୍ଠ ପୁର ଗ୍ରାମରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ପରିବାର ଲୋକେ ଶୋଇଥିବା ସମୟରେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ହାତୀପଲ ଅଞ୍ଚଳରେ ଏକ ସପ୍ତାହରୁ ଉର୍ଦ୍ଧ୍ବ ହେବ ଆତଙ୍କ ଖେଳାଇ ଥିବା ବେଳେ ଅପରାହ୍ନରେ ଏହି ହାତୀପଲ ବାରିଆ ଗାଁ ନିକଟରେ ଥିବା ଏକ ପୋଖରୀରେ ଘଣ୍ଟା ଘଣ୍ଟା ଧରି ଜଳକ୍ରୀଡା କରିଥିଲେ। ହାତୀପଲଙ୍କ ଉପଦ୍ରବରେ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ହାତୀପଲଙ୍କ ଜଳକ୍ରୀଡାର ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଡାକବାଜି ଯନ୍ତ୍ର ସହାୟତାରେ ବନ ବିଭାଗ ଲୋକଙ୍କୁ ସଚେତନ କରିବା ସହ ହାତୀପଲ ଙ୍କ ଉପରେ କଡା ନଜର ରଖିଛି ।
ପାଟଣା ୨୭/୦୭: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେସ୍କନ ଅଞ୍ଚଳରେ ୨୭ ଟିକିଆ ଝାରଖଣ୍ଡୀ ହାତୀପଲ ଉପଦ୍ରବ । ହାତୀପଲ ୩୯ରୁ ଉର୍ଦ୍ଧ ଘର ଭାଙ୍ଗି ସାରିଲେଣି । ବିଳମ୍ବିତ ରାତିରେ ଏହି ହାତୀପଲ ରାଣୀପୁର ଗ୍ରାମରେ ୮ଟି ଘର ସହ ବୈକୁଣ୍ଠ ପୁର ଗ୍ରାମରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି ।
ପରିବାର ଲୋକେ ଶୋଇଥିବା ସମୟରେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ହାତୀପଲ ଅଞ୍ଚଳରେ ଏକ ସପ୍ତାହରୁ ଉର୍ଦ୍ଧ୍ବ ହେବ ଆତଙ୍କ ଖେଳାଇ ଥିବା ବେଳେ ଅପରାହ୍ନରେ ଏହି ହାତୀପଲ ବାରିଆ ଗାଁ ନିକଟରେ ଥିବା ଏକ ପୋଖରୀରେ ଘଣ୍ଟା ଘଣ୍ଟା ଧରି ଜଳକ୍ରୀଡା କରିଥିଲେ।
ହାତୀପଲଙ୍କ ଉପଦ୍ରବରେ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ହାତୀପଲଙ୍କ ଜଳକ୍ରୀଡାର ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଡାକବାଜି ଯନ୍ତ୍ର ସହାୟତାରେ ବନ ବିଭାଗ ଲୋକଙ୍କୁ ସଚେତନ କରିବା ସହ ହାତୀପଲ ଙ୍କ ଉପରେ କଡା ନଜର ରଖିଛି ।