ଚରମ ସୀମାରେ ପାରାଦୀପ BJD କଳି, ସମ୍ବିତଙ୍କୁ ଦଳୀୟ କର୍ମୀଙ୍କ ଶାଣିତ ଆକ୍ରମଣ
ସାଙ୍ଗଠନିକ ବୈଠକକୁ ସମ୍ବିତ ରାଉତରାୟଙ୍କୁ ଡକାହେଲାନି । ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବୈଠକ ।
ଚରମ ସୀମାରେ ପାରାଦୀପ ବିଜେଡ଼ି କଳି। ଜଳ ଜଳ ଦେଖାଯାଉଛି ଦଳରେ ଫାଟ। ପାରାଦୀପ ରାଜନୀତିକୁ ସରଗରମ କରିଛି ଢୋଲ ଭିତରେ ମୂଷା ଉପାଖ୍ୟାନ। ସାଙ୍ଗଠନିକ ବୈଠକକୁ ଡକାହେଲାନି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ବରଂ ବୈଠକରେ ସମ୍ବିତଙ୍କୁ ଦଳୀୟ ନେତା ଓ କର୍ମୀ ଶାଣିତ ଆକ୍ରମଣ କରିଛନ୍ତି।
କହିଲେ ‘ଆପଣଙ୍କ ବାପା କରିଥିଲେ ସଂଗଠନ, ଆପଣ ତାକୁ ଭାଙ୍ଗନ୍ତୁନି। ନିର୍ବାଚନ ବେଳେ ଆମକୁ ପଚାରିଲେନି କି ଖୋଜିଲେନି। ନିଜେ ଗୋଟିଏ ବଡ ମୂଷାକୁ ଆଣି ଦଳ ଭିତରେ ପୂରାଇ ଢୋଲ ଫଟାଇଦେଲେ। କିନ୍ତୁ କହିଲେ କଣ ନା ଢୋଲ ଭିତରେ ମୂଷା କିଏ। ଯେଉଁମାନେ ତୁମକୁ ସାହାଯ୍ୟ କରିଥିଲେ ସେମାନଙ୍କୁ ତୁମେ ବିଶ୍ୱାସକୁ ନେଲନି। ତୁମ ଅହଙ୍କାର, ଓଭର କନଫିଡେନ୍ସ ଏବଂ କର୍ମୀଙ୍କୁ ଅବିଶ୍ୱାସ ପାରାଦୀପରେ ବିଜେଡି ହାରିବାର ମୁଖ୍ୟ କାରଣ ବୋଲି ସଫା ସଫା କହିଛନ୍ତି ନେତା ଓ କର୍ମୀ ।’
ପାରାଦୀପ ନଗର ବିଜେଡି ସଭାପତି ତଥା ମ୍ୟୁନିସିପାଲିଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ସାଂଗଠନିକ ବୈଠକରେ ନେତାମାନେ ବିଷ ଉଗାରିଥିଲେ । ଏଥିରେ ପୂର୍ବତନ ସାଂସଦ ଡକ୍ଟର କୁଳମଣି ସାମଲ ମଧ୍ୟ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ଉପରେ ବର୍ଷିଥିଲେ । ନିଜର ଅପାରଗତା ଲୁଚାଇବାକୁ ଯାଇ ସମ୍ବିତ ଢୋଲ ଭିତରେ ମୂଷା ଉପାଖ୍ୟାନ ଉଠାଇଥିବା ଅଭିଯୋଗ କରିଥିଲେ ଅନେକ ବିଜେଡି ନେତା ।
ଏହାର ପ୍ରତିକ୍ରିୟାରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ଗତ ନିର୍ବାଚନରେ ବସନ୍ତ ବିଶ୍ୱାଳଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା। ସେମାନେ ବିଜେପି ପାଇଁ କାମ କରୁଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ସମ୍ବିତ।
ଚରମ ସୀମାରେ ପାରାଦୀପ ବିଜେଡ଼ି କଳି। ଜଳ ଜଳ ଦେଖାଯାଉଛି ଦଳରେ ଫାଟ । ପାରାଦୀପ ରାଜନୀତିକୁ ସରଗରମ କରିଛି ଢୋଲ ଭିତରେ ମୂଷା ଉପାଖ୍ୟାନ#BJD #Paradeep #Politics pic.twitter.com/YYC0KeScvK — ଓଟିଭି (@otvkhabar) September 12, 2024