ଚରମ୍ପା ସ୍କୁଲ ରୋଡରେ ବୋମାମାଡ଼, ଜଣେ ଗୁରୁତର
ଭଦ୍ରକ: ଚରମ୍ପା ସ୍କୁଲ ରୋଡ ପୂଜା ମଣ୍ଡପ ନିକଟରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ବୋମା ଫିଙ୍ଗିଥିଲେ ଦୁର୍ବୁତ୍ତ।ବୋମାମାଡ଼ରେ ଜଣେ ଗୁରୁତର ଓ ଅନ୍ୟ ଜଣେ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣେ ଯୁବକ ଏହି ବୋମାମାଡ଼ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ବିଭିନ୍ନ ସ୍ଥାନରେ […]

ଭଦ୍ରକ: ଚରମ୍ପା ସ୍କୁଲ ରୋଡ ପୂଜା ମଣ୍ଡପ ନିକଟରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ବୋମା ଫିଙ୍ଗିଥିଲେ ଦୁର୍ବୁତ୍ତ।ବୋମାମାଡ଼ରେ ଜଣେ ଗୁରୁତର ଓ ଅନ୍ୟ ଜଣେ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣେ ଯୁବକ ଏହି ବୋମାମାଡ଼ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ବୋମାମାଡ଼ କରିଥିବା ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା ଟାଉନ ଥାନା ପୁଲିସ। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ପୁଲିସ ସୂଚନା ଦେଇଛି।।