ଚର୍ଚ୍ଚା ପ୍ରଚାର ପରେ ଦିଲ୍ଲୀରେ ମୁହଁ ଖୋଲିଲେ ବିଜେଡି ସାଂସଦ, କହିଲେ 'ନବୀନଙ୍କ ସହ ଥିଲୁ, ଅଛୁ, ରହିବୁ'

ନୂଆଦିଲ୍ଲୀ ୧୭/୧୨: ଦିଲ୍ଲୀରେ ବିଜେଡି ସାଂସଦଙ୍କ ବଡ଼ ପ୍ରେସମିଟ୍ । ବିଜେଡିର ୭ ରାଜ୍ୟସଭା ସାଂସଦ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି ସମସ୍ତ ସାଂସଦ । ଆମେ ୭ ସାଂସଦ ଏକାଠି ଅଛୁ ଆଉ ବିଜେଡି ସହ ସବୁବେଳେ ରହିଥିବୁ । ନବୀନ ବାବୁଙ୍କ ସହ ଦୃଢ ଭାବେ ଛିଡା ହୋଇଛୁ । ଯେଉଁ ଅପପ୍ରଚାର କରାଯାଉଛି ତାକୁ ନିନ୍ଦା କରିଛନ୍ତି ବୋଲି ବିଜେଡି ସାଂସଦ କହିଛନ୍ତି । ସୂଚନା ଥାଉକି, ବିଜେଡି ସାଂସଦ ମାନଙ୍କର ବିଜେପି ଯିବା ଚର୍ଚ୍ଚା ଉପରେ ବିଜେଡି ରାଜ୍ୟସଭା ସାଂସଦ ମାନଙ୍କର ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ । ଆମେ ଏକ ଅଛୁ, ନବୀନଙ୍କ ନେତୃତ୍ୱରେ ଅଛୁ। ଗଣ ମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ଏବଂ ଭ୍ରମାତ୍ମକ, କପୋଳ କଳ୍ପିତ।  ଆମେ ଏକାଠି ଅଛୁ। ନବୀନ ଆମର ଧ୍ରୁବତାରା । ସଂସଦରେ ଉପରାଷ୍ଟ୍ରପତି ରାଜ୍ୟସଭାର ସଭାପତି, ଏହା ଏକ ସାମ୍ବିଧାନିକ ପଦ। ତାଙ୍କ ସହ ଦେଖା କରିବାରେ କୌଣସି ଭୁଲ ନାହିଁ। ଆମେ ଆମର ଦାବି ନେଇ ଭେଟିଥିଲୁ କିନ୍ତୁ ସେହି ଫୋଟୋକୁ ଦେଖାଇ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ବିଷୟ। ଏଥିରେ ମାନସ ମଙ୍ଗରାଜ ଏବଂ ସୁବାସିଷ ଖୁଣ୍ଟିଆଙ୍କ ଫଟୋ ଦେଖଇ ମିଛ ପ୍ରସାରଣ କରାଯାଇଛି। ଆମେ ବିଜେଡି ରେ ଅଛୁ। ଏବଂ ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ସ୍ବାର୍ଥ ପାଇଁ ସଂସଦରେ ସ୍ୱର ଉଠେଇଛୁ ଆଗକୁ ମଧ୍ୟ ଉଠେଇବୁ। ଆଜି ଗଣମାଧ୍ୟମ

ଚର୍ଚ୍ଚା ପ୍ରଚାର ପରେ ଦିଲ୍ଲୀରେ ମୁହଁ ଖୋଲିଲେ ବିଜେଡି ସାଂସଦ, କହିଲେ 'ନବୀନଙ୍କ ସହ ଥିଲୁ, ଅଛୁ, ରହିବୁ'

ନୂଆଦିଲ୍ଲୀ ୧୭/୧୨: ଦିଲ୍ଲୀରେ ବିଜେଡି ସାଂସଦଙ୍କ ବଡ଼ ପ୍ରେସମିଟ୍ । ବିଜେଡିର ୭ ରାଜ୍ୟସଭା ସାଂସଦ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି ସମସ୍ତ ସାଂସଦ । ଆମେ ୭ ସାଂସଦ ଏକାଠି ଅଛୁ ଆଉ ବିଜେଡି ସହ ସବୁବେଳେ ରହିଥିବୁ । ନବୀନ ବାବୁଙ୍କ ସହ ଦୃଢ ଭାବେ ଛିଡା ହୋଇଛୁ । ଯେଉଁ ଅପପ୍ରଚାର କରାଯାଉଛି ତାକୁ ନିନ୍ଦା କରିଛନ୍ତି ବୋଲି ବିଜେଡି ସାଂସଦ କହିଛନ୍ତି । 

ସୂଚନା ଥାଉକି, ବିଜେଡି ସାଂସଦ ମାନଙ୍କର ବିଜେପି ଯିବା ଚର୍ଚ୍ଚା ଉପରେ ବିଜେଡି ରାଜ୍ୟସଭା ସାଂସଦ ମାନଙ୍କର ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ । ଆମେ ଏକ ଅଛୁ, ନବୀନଙ୍କ ନେତୃତ୍ୱରେ ଅଛୁ। ଗଣ ମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ଏବଂ ଭ୍ରମାତ୍ମକ, କପୋଳ କଳ୍ପିତ।  ଆମେ ଏକାଠି ଅଛୁ। ନବୀନ ଆମର ଧ୍ରୁବତାରା । ସଂସଦରେ ଉପରାଷ୍ଟ୍ରପତି ରାଜ୍ୟସଭାର ସଭାପତି, ଏହା ଏକ ସାମ୍ବିଧାନିକ ପଦ। ତାଙ୍କ ସହ ଦେଖା କରିବାରେ କୌଣସି ଭୁଲ ନାହିଁ। 


ଆମେ ଆମର ଦାବି ନେଇ ଭେଟିଥିଲୁ କିନ୍ତୁ ସେହି ଫୋଟୋକୁ ଦେଖାଇ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ବିଷୟ। ଏଥିରେ ମାନସ ମଙ୍ଗରାଜ ଏବଂ ସୁବାସିଷ ଖୁଣ୍ଟିଆଙ୍କ ଫଟୋ ଦେଖଇ ମିଛ ପ୍ରସାରଣ କରାଯାଇଛି। ଆମେ ବିଜେଡି ରେ ଅଛୁ। ଏବଂ ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ସ୍ବାର୍ଥ ପାଇଁ ସଂସଦରେ ସ୍ୱର ଉଠେଇଛୁ ଆଗକୁ ମଧ୍ୟ ଉଠେଇବୁ। ଆଜି ଗଣମାଧ୍ୟମ ନିଜ କର୍ତ୍ତବ୍ୟରୁ ଓହରି ଯାଇଛି । ଏହା ଠିକ୍ ନୁହେଁ । ଗଣମାଧ୍ୟମ ଖବର ପ୍ରସାରଣ ପୂର୍ବରୁ ଆମର ମତାମତ ନେବା ମଧ୍ୟ ଆବଶ୍ୟକତା ଥିଲା।  ଯଦି ଆଗକୁ ଏମିତି ହୁଏ ଆମେ ସମୟ ହିସାବରେ ପଦକ୍ଷେପ ନେବୁ ।  

ଯଦି ଆବଶ୍ୟକ ପଡେ ଆମେ ୧୦୦୦ କୋଟିର ମାନହାନି ମକଦ୍ଦମା ମଧ୍ୟ କରିବୁ ବୋଲି କହିଲେ ନିଶିକାନ୍ତ ବିଶି। ବିଜେଡିର ସାଂସଦ ବିଜେଡିରେ ହିଁ ରହିବେ। କେହି ବିଜେଡି ଛାଡ଼ୁ ନାହାନ୍ତି। ବିଜେଡି ସାଂସଦ ଏକ ଅଛନ୍ତି। ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ସ୍ବାର୍ଥ ପାଇଁ କାମ କରୁଛୁ । ଆମେ ନା ଏନ୍ ଡି ଏ ସହିତ ଅଛୁ ନା ଇଣ୍ଡିଆ ସହିତ ଅଛୁ। ଆମେ ଓଡ଼ିଶାର ସ୍ବାର୍ଥ ପାଇଁ କାମ କରୁଛୁ। ଆଗାମୀ ସମୟରେ ମଧ୍ୟ କରିବୁ।