ଚର୍ଚ୍ଚା ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଲା JSW, ଓଡ଼ିଶାରୁ ଓହରି ନାହିଁ କମ୍ପାନୀ

ଭୁବନେଶ୍ୱର,୨୪।୯: ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି। ଓଡ଼ିଶାରୁ ଏହି ପ୍ରକଳ୍ପକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ପକ୍ଷରୁ ଏହି ପ୍ରତିକ୍ରିୟା ମିଳିଛି। ଗଣମାଧ୍ୟମର ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ କର୍ପୋରେଟ୍ ଷ୍ଟ୍ରାଟେଜି କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ […] The post ଚର୍ଚ୍ଚା ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଲା JSW, ଓଡ଼ିଶାରୁ ଓହରି ନାହିଁ କମ୍ପାନୀ appeared first on Dharitri Odia News.

ଚର୍ଚ୍ଚା ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଲା JSW, ଓଡ଼ିଶାରୁ ଓହରି ନାହିଁ କମ୍ପାନୀ

ଭୁବନେଶ୍ୱର,୨୪।୯: ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି। ଓଡ଼ିଶାରୁ ଏହି ପ୍ରକଳ୍ପକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ପକ୍ଷରୁ ଏହି ପ୍ରତିକ୍ରିୟା ମିଳିଛି।

ଗଣମାଧ୍ୟମର ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ କର୍ପୋରେଟ୍ ଷ୍ଟ୍ରାଟେଜି କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ ନାୟକ କହିଛନ୍ତି ଯେ ଆମେ ଏହି ପ୍ରକଳ୍ପ ଓଡିଶାରୁ ପ୍ରତ୍ୟାହାର କରୁନାହୁଁ।

ଜେଏସଡବ୍ଲୁ ଗୋଷ୍ଠୀ ରାଜ୍ୟରେ ୪୦,୦୦୦ କୋଟି ଟଙ୍କା ବିନିଯୋଗରେ ଏକ ସମନ୍ୱିତ ବୈଦୁତିକ ଯାନ ଏବଂ ଇଭି ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଫେବୃଆରୀ ୧୦, ୨୦୨୪ ରେ ଓଡିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା।

କଟକ ଜିଲାର ନାରାଜରେ ଜେଏସଡବ୍ଲୁ ଗ୍ରୁପ୍ ଏକ ଇଭି ଗାଡି ଏବଂ ଉପାଦାନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ଜଗତସିଂହପୁର ଜିଲାର ପାରାଦୀପରେ ଏକ ତମ୍ବା ସ୍ମେଲଟର ଏବଂ ଲିଥିୟମ୍ ରିଫାଇନାରୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲା।

ଏହି ପ୍ରୋଜେକ୍ଟରେ ୫୦ GWH EV ବ୍ୟାଟେରୀ ପ୍ଲାଣ୍ଟ, ଇଭି, ଲିଥିୟମ୍ ରିଫାଇନାରୀ, ତମ୍ବା ସ୍ମେଲଟର ଏବଂ ଆନୁଷଙ୍ଗିକ ଉପାଦାନ ଉତ୍ପାଦନ ୟୁନିଟ୍ ସ୍ଥାପନା ହେବାକୁ ଅଛି। କମ୍ପାନୀର ଉଚ୍ଚାଭିଳାଷୀ ଇଭି ଏବଂ ଉପାଦାନ ଉତ୍ପାଦନ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଅନୁମୋଦନ କରିବା ପରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

ଅନ୍ୟପଟେ ମହାରାଷ୍ଟ୍ରକୁ ଏହାର ପ୍ରକଳ୍ପ ସ୍ଥାନାନ୍ତର କରିବାକୁ କମ୍ପାନୀର ଯୋଜନା ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟ ମଧ୍ୟରେ, ଓଡିଶା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଙ୍ଗଳବାର କହିଛନ୍ତି ଯେ ରାଜ୍ୟରେ ଇଭି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜେଏସଡବ୍ଲୁ ଗୋଷ୍ଠୀ ସହ ରାଜ୍ୟ ସରକାର କଥାବାର୍ତ୍ତା କରୁଛନ୍ତି। ତେବେ କଂପାନିର ଯୋଜନା ବିଷୟରେ ରାଜ୍ୟ ସରକାର ଅବଗତ ନୁହଁନ୍ତି।

“ଯଦିଓ ଚଳିତ ବର୍ଷ ଫେବୃଆରୀରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ଏବଂ ପୂର୍ବ ସରକାର JSW ର ପ୍ରକଳ୍ପ ପାଇଁ ଜମି ଆବଣ୍ଟନ କରିନାହାଁନ୍ତି। ବର୍ତ୍ତମାନ, ଆମେ ଏହାର କାରଖାନା ସ୍ଥାପନ କରିବାକୁ କମ୍ପାନୀ ସହିତ କଥା ହେଉଛୁ। ଓଡିଶାରୁ କାରଖାନା ସ୍ଥାନାନ୍ତର ବିଷୟରେ ଆମକୁ ସୂଚନା ଦିଆଯାଇ ନାହିଁ। ତେବେ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଛି ବୋଲି ସ୍ୱାଇଁ ପିଟିଆଇକୁ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଭାଜପା ଅଧୀନରେ ନୂତନ ସରକାର କାର୍ଯ୍ୟକାଳର ପ୍ରଥମ ୧୦୦ ଦିନ ମଧ୍ୟରେ ରାସାୟନିକ ପଦାର୍ଥ, ସେମିକଣ୍ଡକ୍ଟର, ଷ୍ଟିଲ ପାଇପ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୪୫,୦୦୦କୋଟି ଟଙ୍କା ବିନିଯୋଗ କରିଛନ୍ତି। ତେଣୁ ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ସରକାର ଗମ୍ଭୀର ଅଛନ୍ତି ବୋଲି ସେ କହିଛନ୍ତି।

The post ଚର୍ଚ୍ଚା ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଲା JSW, ଓଡ଼ିଶାରୁ ଓହରି ନାହିଁ କମ୍ପାନୀ appeared first on Dharitri Odia News.