ଚର୍ଚ୍ଚାରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ପ୍ରଶ୍ନ । ରାହୁଲ ଗାନ୍ଧୀଙ୍କୁ ପଚାରିଲେ, ଦଳରେ ମୋର କ’ଣ ଭୂମିକା ?
କନକ ବ୍ୟୁରୋ : କଂଗ୍ରେସରୁ ଦୂରେଇ ଯାଉଛନ୍ତି କି ଶଶୀ ଥରୁର୍। ଦଳରେ ଏହି ବରିଷ୍ଠ ନେତାଙ୍କୁ କରାଯାଉଛି କି ଅବହେଳା। ହାତ ଛାଡ଼ି ପଦ୍ମ ଧରିବେ କି କଂଗ୍ରେସର ଏହି ଭେଟେରାନ। ଏବେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏହି ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି କି ଶଶୀ ଥରୁର ରାହୁଲ ଗାନ୍ଧୀଙ୍କୁ ଭେଟି ଦଳରେ ନିଜର ଭୂମିକା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଥିରୁଅନନ୍ତପୁରମରୁ ସାଂସଦ ଶଶୀ ଥରୁରଙ୍କ ଉପରେ ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। କିଛି ଦିନ ପୂର୍ବରୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆଲୋଚନା ସମୟରେ ଥରୁର ନିଜର ଅସନ୍ତୋଷ ଜାହିର କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଓ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟକୁ ନେଇ ବିଜେପିକୁ ସୁହାଇଲା ଭଳି ମନ୍ତବ୍ୟ ଦେଇଥିଲେ କଂଗ୍ରେସର ଏହି ବରିଷ୍ଠ ସାଂସଦ। ଯାହାକୁ ନେଇ ରାଜ୍ୟ ତଥା ଜାତୀୟ ସ୍ତରର ନେତାମାନେ ତାଙ୍କ ପ୍ରତି ଅସନ୍ତୁଷ୍ଟ ରହିଥିବା ଜଣାପଡିଛି। ରାହୁଲ ଗାନ୍ଧୀଙ୍କୁ ଭେଟି ଦଳରେ ସେ ନିଜର ଭୂମିକା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଏଥି ସହିତ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ଦାୟିତ୍ୱରୁ ତାଙ୍କୁ କିପରି ହଟାଇ ଦିଆଯାଇଛି ବୋଲି ସେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ କଂଗ୍ରେସ ଦଳର ଏହି ବରିଷ୍ଠ ସାଂସଦଙ୍କ ଆଭିମୁଖ୍ୟ କଣ ରହିବ ତା ଉପରେ ନଜର ରହିଛି।

କନକ ବ୍ୟୁରୋ : କଂଗ୍ରେସରୁ ଦୂରେଇ ଯାଉଛନ୍ତି କି ଶଶୀ ଥରୁର୍। ଦଳରେ ଏହି ବରିଷ୍ଠ ନେତାଙ୍କୁ କରାଯାଉଛି କି ଅବହେଳା। ହାତ ଛାଡ଼ି ପଦ୍ମ ଧରିବେ କି କଂଗ୍ରେସର ଏହି ଭେଟେରାନ। ଏବେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏହି ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି କି ଶଶୀ ଥରୁର ରାହୁଲ ଗାନ୍ଧୀଙ୍କୁ ଭେଟି ଦଳରେ ନିଜର ଭୂମିକା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଥିରୁଅନନ୍ତପୁରମରୁ ସାଂସଦ ଶଶୀ ଥରୁରଙ୍କ ଉପରେ ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। କିଛି ଦିନ ପୂର୍ବରୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆଲୋଚନା ସମୟରେ ଥରୁର ନିଜର ଅସନ୍ତୋଷ ଜାହିର କରିଥିଲେ।
ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଓ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟକୁ ନେଇ ବିଜେପିକୁ ସୁହାଇଲା ଭଳି ମନ୍ତବ୍ୟ ଦେଇଥିଲେ କଂଗ୍ରେସର ଏହି ବରିଷ୍ଠ ସାଂସଦ। ଯାହାକୁ ନେଇ ରାଜ୍ୟ ତଥା ଜାତୀୟ ସ୍ତରର ନେତାମାନେ ତାଙ୍କ ପ୍ରତି ଅସନ୍ତୁଷ୍ଟ ରହିଥିବା ଜଣାପଡିଛି। ରାହୁଲ ଗାନ୍ଧୀଙ୍କୁ ଭେଟି ଦଳରେ ସେ ନିଜର ଭୂମିକା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଏଥି ସହିତ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ଦାୟିତ୍ୱରୁ ତାଙ୍କୁ କିପରି ହଟାଇ ଦିଆଯାଇଛି ବୋଲି ସେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ କଂଗ୍ରେସ ଦଳର ଏହି ବରିଷ୍ଠ ସାଂସଦଙ୍କ ଆଭିମୁଖ୍ୟ କଣ ରହିବ ତା ଉପରେ ନଜର ରହିଛି।