ଚର୍ଚ୍ଚାରେ ବିଜୟଙ୍କ ରାଜନୈତିକ ଭବିଷ୍ୟତ: କଂଗ୍ରେସରେ ଯୋଗଦେବେ କି ବିଜୟ ମହାପାତ୍ର?
କନକ ବ୍ୟୁରୋ: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ୱିକିପିଡିଆରେ ଥିବା ବ୍ୟକ୍ତିଗତ ବିବରଣୀରେ ତାଙ୍କର ବର୍ତମାନ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି । କିନ୍ତୁ ସାଂଗଠନିକ ବୈଠକ ହେଉ ଅବା ରାଜନୈତିକ ସଭା କେଉଁଥିରେ ବି ବିଜୟଙ୍କୁ ଦେଖିବାକୁ ମିଳେ ନାହିଁ । ତେଣୁ ନିଜ ନାଁ ସହ କୌଣସି ଦଳକୁ ନଯୋଡି ବରିଷ୍ଠ ନେତା କହିବାକୁ ଅଧିକ ପସନ୍ଦ କରୁଛନ୍ତି ବିଜୟ ମହାପାତ୍ର । ଆଉ ଏହାରି ଭିତରେ ବିଜୟ କଂଗ୍ରେସରେ ଯୋଗ […] The post ଚର୍ଚ୍ଚାରେ ବିଜୟଙ୍କ ରାଜନୈତିକ ଭବିଷ୍ୟତ: କଂଗ୍ରେସରେ ଯୋଗଦେବେ କି ବିଜୟ ମହାପାତ୍ର? first appeared on Kanak News.

କନକ ବ୍ୟୁରୋ: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ୱିକିପିଡିଆରେ ଥିବା ବ୍ୟକ୍ତିଗତ ବିବରଣୀରେ ତାଙ୍କର ବର୍ତମାନ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି । କିନ୍ତୁ ସାଂଗଠନିକ ବୈଠକ ହେଉ ଅବା ରାଜନୈତିକ ସଭା କେଉଁଥିରେ ବି ବିଜୟଙ୍କୁ ଦେଖିବାକୁ ମିଳେ ନାହିଁ । ତେଣୁ ନିଜ ନାଁ ସହ କୌଣସି ଦଳକୁ ନଯୋଡି ବରିଷ୍ଠ ନେତା କହିବାକୁ ଅଧିକ ପସନ୍ଦ କରୁଛନ୍ତି ବିଜୟ ମହାପାତ୍ର । ଆଉ ଏହାରି ଭିତରେ ବିଜୟ କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ଯୋର ଧରିଛି । ପାଟକୁରାରୁ ରାଜଧାନୀ ପର୍ଯ୍ୟନ୍ତ ଆଲୋଚନା ପରେ କଂଗ୍ରେସରେ ଯୋଗଦେବା ନେଇ କୌଣସି ସିଧାସଳଖ ପ୍ରତିକ୍ରିୟା ଦେଇ ନାହାନ୍ତି ବିଜୟ । କହିଛନ୍ତି
ନିଷ୍ପତି ଖୁବ କମ ସମୟରେ ହୋଇଥାଏ
ଯୋଗାଯୋଗ ସବୁ ଦଳ ସହିତ ରହିଛି
ଯୋଗାଯୋଗରୁ ରାଜନୈତିକ ନିଷ୍ପତ୍ତି ନେବା କଥା କହି ହେବନି
ରାଜନୈତିକ ନିଷ୍ପତ୍ତିି କଲାବେଳେ ଶୀର୍ଷସ୍ତରୀୟ ନେତା ବସି ଆଲୋଚନା କରିବେ
ସେପଟେ କଂଗ୍ରେସର ପ୍ରତିକ୍ରିୟା ଚର୍ଚ୍ଚାକୁ ଆହୁରି ଆଗକୁ ବଢାଇଛି । ବିଜୟ ମହାପାତ୍ର ଜଣେ ପୁରୁଖା ନେତା । କଂଗ୍ରେସରେ ଯୋଗଦାନ କରିବେ କି ନାହିଁ ତାହା ସମୟ କହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ ।
ଓଡିଶା ରାଜନୀତିରେ ଜଣେ ଜଣାଶୁଣା ନାଁ ବିଜୟ ମହାପାତ୍ର । କେନ୍ଦ୍ରାପଡା ଜିଲ୍ଲା ପାଟକୁରାରୁ ଚାରି ଚାରିଥର ବିଧାୟକ ହୋଇଛନ୍ତି । ବିଜେଡି ଛାଡିବା ପରେ ଅନେକ ରାଜନୈତିକ ଦଳରେ ରହି ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । କିନ୍ତୁ ଗତ ୨୩ ବର୍ଷ ଧରି ବିଧାନସଭା ବାହାରେ ରହିଛନ୍ତି ବିଜୟ ।
The post ଚର୍ଚ୍ଚାରେ ବିଜୟଙ୍କ ରାଜନୈତିକ ଭବିଷ୍ୟତ: କଂଗ୍ରେସରେ ଯୋଗଦେବେ କି ବିଜୟ ମହାପାତ୍ର? first appeared on Kanak News.