ଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀ
ନୂଆଦିଲ୍ଲୀ,୧୦।୧: ଆଇପିଏଲ୍ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ସେନେଇ ନାନାଦି ଚର୍ଚ୍ଚା ଲାଗି ରହିଥିଲା। ଏବେ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଅଭ୍ୟାସ କରୁଥିବା ଦେଖାଯାଇଛି। ଏଣୁ ସେ ଆଇପିଏଲ୍ ୨୦୨୪ରେ ଖେଳିବା ସହ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି। ବୟସାଧିକ ହୋଇଥିବା ବେଳେ ଫିଟ୍ନେସ୍କୁ ନେଇ ଧୋନୀ ଆଇପିଏଲ୍ ଖେଳି ନ […] The post ଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୧: ଆଇପିଏଲ୍ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ସେନେଇ ନାନାଦି ଚର୍ଚ୍ଚା ଲାଗି ରହିଥିଲା। ଏବେ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଅଭ୍ୟାସ କରୁଥିବା ଦେଖାଯାଇଛି। ଏଣୁ ସେ ଆଇପିଏଲ୍ ୨୦୨୪ରେ ଖେଳିବା ସହ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି।
ବୟସାଧିକ ହୋଇଥିବା ବେଳେ ଫିଟ୍ନେସ୍କୁ ନେଇ ଧୋନୀ ଆଇପିଏଲ୍ ଖେଳି ନ ପାରନ୍ତି ବୋଲି କୁହାଯାଉଥିଲା। ବିଶେଷକରି ଉତ୍ତରାଖଣ୍ଡର ନିଜ ଗାଁରେ ଥିବା ବେଳେ ଧୋନୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ସେଥିରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ବାରି ହୋଇପଡ଼ୁଥିଲା। ଏଣୁ ପ୍ରଶଂସକମାନେ ତାଙ୍କ ଖେଳିବା ନେଇ ଚିନ୍ତିତ ହୋଇପଡ଼ିଥିଲେ। ଏବେ ଋଷଭ ପନ୍ତଙ୍କ ଭଉଣୀଙ୍କ ନିର୍ବନ୍ଧ ପାର୍ଟିରୁ ଘରକୁ ଫେରିବା ପରେ ସେ ଅଭ୍ୟାସ କରୁଥିବା ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିଲାଗି ସେ ଆଇପିଏଲ୍ ଲାଗି ଅଭ୍ୟାସ କରୁଥିବା ସ୍ପଷ୍ଟ ହୋଇଛି।
MS Dhoni has started his preparations for IPL 2024. pic.twitter.com/zYKaV8mdnp
— Mufaddal Vohra (@mufaddal_vohra) January 10, 2024
The post ଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀ appeared first on Dharitri Odia News.