ଚର୍ଚ୍ଚାରେ ଯାତ୍ରା ଜଗତର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ

ଗଞ୍ଜାମ,୧୪।୪,(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ଦଣ୍ଡ ପର୍ବ l ଦଣ୍ଡନାଟ ଆରମ୍ଭ ହେବା ମାତ୍ରେ ପୁଣି ଚର୍ଚ୍ଚାକୁ ଆସିଯାନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ତଥା ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ କୁମାର ପଣ୍ଡା l ଗଞ୍ଜାମ ଜିଲାର ଦଣ୍ଡନାଟ ଯାତ୍ରାରେ ତାଙ୍କ ନିଖୁଣ, ଜୀବନ୍ତ ଅଭିନୟ ପାଇଁ ସେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛନ୍ତି। ଗଞ୍ଜାମ ସହ ସହରର ଦୂର୍ଗାଦେବୀ ସାହି ବାସିନ୍ଦା ପ୍ରଦୀପ କୁମାର ପଣ୍ଡା ପେସାରେ ଜଣେ ସାମ୍ବାଦିକ, […] The post ଚର୍ଚ୍ଚାରେ ଯାତ୍ରା ଜଗତର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ appeared first on Dharitri Odia News.

ଚର୍ଚ୍ଚାରେ ଯାତ୍ରା ଜଗତର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ

ଗଞ୍ଜାମ,୧୪।୪,(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ଦଣ୍ଡ ପର୍ବ l ଦଣ୍ଡନାଟ ଆରମ୍ଭ ହେବା ମାତ୍ରେ ପୁଣି ଚର୍ଚ୍ଚାକୁ ଆସିଯାନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ତଥା ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ କୁମାର ପଣ୍ଡା l ଗଞ୍ଜାମ ଜିଲାର ଦଣ୍ଡନାଟ ଯାତ୍ରାରେ ତାଙ୍କ ନିଖୁଣ, ଜୀବନ୍ତ ଅଭିନୟ ପାଇଁ ସେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛନ୍ତି। ଗଞ୍ଜାମ ସହ ସହରର ଦୂର୍ଗାଦେବୀ ସାହି ବାସିନ୍ଦା ପ୍ରଦୀପ କୁମାର ପଣ୍ଡା ପେସାରେ ଜଣେ ସାମ୍ବାଦିକ, ସମାଜସେୀ ଓ ନିଶା ତାଙ୍କର ଅଭିନୟ l ସେ ହିଞ୍ଜିଳିକାଟୁ ଦଣ୍ଡନାଟ ବଡ଼ପାର୍ଟିରେ ଅଭିନୟ କରୁଛନ୍ତି l ବରିଷ୍ଠ ନିର୍ଦ୍ଦେଶକ ଚିରଞ୍ଜିବି ସାହୁଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ
‘ହା କୃଷ୍ଣ ବୋଲି ଯାଉ ମୋ ଜୀବନ’ରେ ଖଳନାୟକ ଭାବେ ନନ୍ଦଲାଲ ଭୂମିକାରେ ସେ ଅଭିନୟ କରୁଛନ୍ତି I ଜଣେ ବଡ଼ପଣ୍ଡାଙ୍କ ପୁଅ ହୋଇବି ଦୁର୍ଦ୍ଧାନ୍ତ ଖଳନାୟକ ଭୂମିକାକୁ ଜୀବନ୍ତ ରୁପ ଦେଉଛନ୍ତି । ସେ ମଞ୍ଚକୁ ଆସିବା ମାତ୍ରେ ଲୋକଙ୍କ ପ୍ରଶଂସା ସାଉଁଟିବା ସହ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି । ଅଭିନୟ ଜଗତରେ ଯେତେ
ଦୁର୍ଦ୍ଧାନ୍ତ ଖଳନାୟକ ହେଲେବି ପ୍ରଦୀପ ବାସ୍ତବରେ ଜଣେ ଶାନ୍ତ, ଶିଷ୍ଟ ଓ ମିଷ୍ଟାଭାସି ସାମ୍ବାଦିକ ରୂପେ ପରିଚିତ। ଅନେକ ତାଙ୍କ କଳାର ଭୂୟସୀ ପ୍ରଶଂସା କରିଥିଲେ l ଆମ ପ୍ରତିନିଧି ତାଙ୍କ ସହ ଭେଟି କିଛି କଥା ସାଉଣ୍ଟିଥିଲେ। ପିଲାବେଳୁ ଅଭିନୟ ପ୍ରତି ତାଙ୍କର ରହିଛି ଦୁର୍ବଳତା l ୨୦୦୮ ମସିହାରେରେ ଗଞ୍ଜାମ ଏନଏସିରେ ସ୍ବାୟତ ଶାସନ ଦିବସରେ ଫୁଲ ବଉଳ ବେଣୀ ନାଟକରେ ପ୍ରଥମେ ଖଳନାୟକ ଭୂମିକାରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ପରେ ସହର ଓ ଆଖିପାଖ ଅଞ୍ଚଳରେ ବିଭିନ୍ନ ମଞ୍ଚରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ବିଶେଷକରି ଫଗୁଣ ଦେଇଛି ପହିଲି ଚିଠି, ଖରାପ ଝିଅର ଗପ, ରାମ ବନବାସ କାହାଣି ଶେଷ, ଭୁଲତୋର ଭୋଗୁଛି ମୁଁ, ବରଣୀ କନ୍ୟା ବର୍ଷା ରାଣୀ, ପର ହୋଇଗଲା ପଣତ କାନି, କିଏ କାନ୍ଦି ନାହିଁ ହାତ ଟେକ, ସେ ଗୋଟେ ଭୁଲ ପାଇଁ, ପ୍ରମୁଖ
ବହିରେ ଖଳନାୟକ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା। ଗତ ସାତ ବର୍ଷ ଧରି ସେ କମାପଲ୍ଲୀ ଦଣ୍ଡକାଳି ଯାତ୍ରାରେ ଅଭିନୟ କରିଆସୁଥିଲେ l ଚଳିତ ବର୍ଷ ହିଞ୍ଜିଳିକାଟୁ ବଡ଼ ପାର୍ଟିରେ ସେ ଅଭିନୟ କରୁଛନ୍ତି l ମଞ୍ଚଉପରକୁ ଆସିବା ମାତ୍ରେ ଦର୍ଶକଙ୍କ ଏପରି ଆକ୍ରୋଶ ହେବା ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ବୋଲି ସେ କହିଛନ୍ତି । ଏହା ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ଏପରି ଶେଷ ଜୀବନ ପର୍ଯ୍ୟନ୍ତ ରହୁବୋଲି ସେ କହିଛନ୍ତି । ପ୍ରଦୀପ ବର୍ତ୍ତମାନ ଗଞ୍ଜାମ କଳା ସଂସ୍କୃତିକ ମଞ୍ଚର ଜଣେ ବରିଷ୍ଠ କଳାକାର ଓ କର୍ମକର୍ତା ଅଛନ୍ତି l

The post ଚର୍ଚ୍ଚାରେ ଯାତ୍ରା ଜଗତର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ appeared first on Dharitri Odia News.