ଚଳଚଞ୍ଚଳ ବାବା ଧବଳେଶ୍ୱର ପୀଠ, ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
ଆଠଗଡ଼ ୦୪।୧୧ : ମହାକାର୍ତ୍ତିକ ମାସର ତୃତୀୟ ସୋମବାର। ଚଳଚଞ୍ଚଳ ହୋଇପଡିଛି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ। ଶିବଶଙ୍କର ଅତିପ୍ରିୟ ବାର ସୋମବାରରେ ମହାପ୍ରଭୁ ଧବଳେଶ୍ବରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର।ତେବେ ପୂଜକ ସମିତି ପକ୍ଷରୁ ଭୋର୍ ୪ ଟାରୁ ଦ୍ୱାର ଫିଟାଯାଇ ୧୦୮ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ସମସ୍ତ ନୀତି ସମାପନ କରିବା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟାଯାଇଥିଲା । ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା ସହିତ କଂକ୍ରିଟ ସେତୁରେ ଭିଡ ରୋକିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଆଠଗଡ଼ ୦୪।୧୧ : ମହାକାର୍ତ୍ତିକ ମାସର ତୃତୀୟ ସୋମବାର। ଚଳଚଞ୍ଚଳ ହୋଇପଡିଛି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ। ଶିବଶଙ୍କର ଅତିପ୍ରିୟ ବାର ସୋମବାରରେ ମହାପ୍ରଭୁ ଧବଳେଶ୍ବରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର।
ତେବେ ପୂଜକ ସମିତି ପକ୍ଷରୁ ଭୋର୍ ୪ ଟାରୁ ଦ୍ୱାର ଫିଟାଯାଇ ୧୦୮ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ସମସ୍ତ ନୀତି ସମାପନ କରିବା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟାଯାଇଥିଲା । ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା ସହିତ କଂକ୍ରିଟ ସେତୁରେ ଭିଡ ରୋକିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।