ଚଳନ୍ତା କାର ଉପରେ ଇସ୍ରାଏଲ କଲା ଏୟାର ଷ୍ଟ୍ରାଇକ୍, ହମାସ ମୁଖ୍ୟଙ୍କ ପରିବାର ଶେଷ
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ ବର୍ଷରୁ ଯୁଦ୍ଧ ଜାରି ରହିଛି । ୨୦୨୩ ଅକ୍ଟୋବର ୭ରୁ ହମାସ ଦ୍ୱାରା ଆକ୍ରମଣରେ ଇସ୍ରାଏଲର ବହୁ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଇସ୍ରାଏଲ ପ୍ରତିଶୋଧ ନେବା ପାଇଁ ପାଲଟା ଆକ୍ରମଣ କରିଥିଲା । ଯାହା ଏବେ ବି ଜାରି ରହିଛି । ଏହାରି ଭିତରେ ଖବର ଆସୁଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ଶୀର୍ଷ ଲିଡର ଇସ୍ମାଇଲ ହାନିୟେର ତିନି ପୁଅଙ୍କ ମୃତ୍ୟୁ ହୋଇଛି । ଏହାସହ ଦୁଇ ନାତିଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଇସ୍ରାଏଲ ପ୍ରତିଶୋଧ ନେବା ପାଇଁ ତାଙ୍କର ତିନି ପୁଅଙ୍କୁ ହତ୍ୟା କରିଥିବା ହମାସ ନେତା ହାନିୟେ ଅଭିଯୋଗ କରିଛନ୍ତି । କାରରେ ସମସ୍ତେ ଯାତ୍ରା କରିବା ବେଳେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି । ହାନିୟେ ବୁଧବାର ଅଲ-ଜଜିରାକୁ ଦେଇଥିବା ସାକ୍ଷାତକାରରେ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ପୁଅ ଜେରୁସଲମ ଏବଂ ଅଲ-ଅକ୍ସା ମସଜିଦକୁ ମୁକ୍ତ କରିବାକୁ ଯାଇ ପ୍ରାଣ ହରାଇଛନ୍ତି । ହାନିୟେ କହିଛନ୍ତି, ଶତ୍ରୁ ପ୍ରତିଶୋଧ ଏବଂ ହତ୍ୟା ମନୋବୃତ୍ତି ସହ ଆଗକୁ ବଢୁଛି ଏବଂ ସେ କୌଣସି ମାନଦଣ୍ଡ ଓ ଆଇନକୁ ଗୁରୁତ୍ୱ ଦେଉ ନାହିଁ । ଇସ୍ମାଇଲ ହାନିୟେ କତାରରେ ଶରଣ ନେଇ ରହିଛନ୍ତି ।ହମାସ କହିଛି ଯେ ଗାଜାର ଅଲ-ଶତୀ ଶିବିରରେ ଯେଉଁ କାରରେ ହାନିୟେଙ୍କ ପୁଅ ଥିଲେ, ତାହା ଉପରେ ବୋମା ମାଡ଼ କରାଯାଇଛି । ଏଥିରେ ତାଙ୍କର ତିନି ପୁଅ-ହଜେମ, ଅମୀର ଏବଂ ମହମ୍ମଦର ମୃତ୍ୟୁ ହ
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ ବର୍ଷରୁ ଯୁଦ୍ଧ ଜାରି ରହିଛି । ୨୦୨୩ ଅକ୍ଟୋବର ୭ରୁ ହମାସ ଦ୍ୱାରା ଆକ୍ରମଣରେ ଇସ୍ରାଏଲର ବହୁ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଇସ୍ରାଏଲ ପ୍ରତିଶୋଧ ନେବା ପାଇଁ ପାଲଟା ଆକ୍ରମଣ କରିଥିଲା । ଯାହା ଏବେ ବି ଜାରି ରହିଛି । ଏହାରି ଭିତରେ ଖବର ଆସୁଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ଶୀର୍ଷ ଲିଡର ଇସ୍ମାଇଲ ହାନିୟେର ତିନି ପୁଅଙ୍କ ମୃତ୍ୟୁ ହୋଇଛି । ଏହାସହ ଦୁଇ ନାତିଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଇସ୍ରାଏଲ ପ୍ରତିଶୋଧ ନେବା ପାଇଁ ତାଙ୍କର ତିନି ପୁଅଙ୍କୁ ହତ୍ୟା କରିଥିବା ହମାସ ନେତା ହାନିୟେ ଅଭିଯୋଗ କରିଛନ୍ତି । କାରରେ ସମସ୍ତେ ଯାତ୍ରା କରିବା ବେଳେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି ।
ହାନିୟେ ବୁଧବାର ଅଲ-ଜଜିରାକୁ ଦେଇଥିବା ସାକ୍ଷାତକାରରେ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ପୁଅ ଜେରୁସଲମ ଏବଂ ଅଲ-ଅକ୍ସା ମସଜିଦକୁ ମୁକ୍ତ କରିବାକୁ ଯାଇ ପ୍ରାଣ ହରାଇଛନ୍ତି । ହାନିୟେ କହିଛନ୍ତି, ଶତ୍ରୁ ପ୍ରତିଶୋଧ ଏବଂ ହତ୍ୟା ମନୋବୃତ୍ତି ସହ ଆଗକୁ ବଢୁଛି ଏବଂ ସେ କୌଣସି ମାନଦଣ୍ଡ ଓ ଆଇନକୁ ଗୁରୁତ୍ୱ ଦେଉ ନାହିଁ । ଇସ୍ମାଇଲ ହାନିୟେ କତାରରେ ଶରଣ ନେଇ ରହିଛନ୍ତି ।
ହମାସ କହିଛି ଯେ ଗାଜାର ଅଲ-ଶତୀ ଶିବିରରେ ଯେଉଁ କାରରେ ହାନିୟେଙ୍କ ପୁଅ ଥିଲେ, ତାହା ଉପରେ ବୋମା ମାଡ଼ କରାଯାଇଛି । ଏଥିରେ ତାଙ୍କର ତିନି ପୁଅ-ହଜେମ, ଅମୀର ଏବଂ ମହମ୍ମଦର ମୃତ୍ୟୁ ହୋଇଛି । ହାନିୟେଙ୍କ ବଡ଼ ପୁଅ ମଧ୍ୟ ଏକ ଫେସବୁକ ପୋଷ୍ଟରେ ତିନି ଭାଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ।
୨୦୧୭ରେ ହମାସର ଶୀର୍ଷ ପଦରେ ନିଯୁକ୍ତ, ହାନିୟେ ତୁର୍କୀ ଏବଂ କତାରର ରାଜଧାନୀ ଦୋହାର ମଧ୍ୟକୁ ଚାଲି ଯାଇଥିଲେ । ଯେଉଁଥି ପାଇଁ ଗାଜାରେ ଇସ୍ରାଏଲ ଦ୍ୱାରା ଲଗାଯାଇଥିବା ଯାତ୍ରା ପ୍ରତିବନ୍ଧକରୁ ସେ ମୁକ୍ତ ଅଛନ୍ତି । ଏହାସହ ଯୁଦ୍ଧବିରତି ବାର୍ତ୍ତାରେ ବାର୍ତ୍ତାକାର ରୂପେ କାର୍ଯ୍ୟ କରିବା ଏବଂ ହମାସର ମୁଖ୍ୟ ସହଯୋଗୀ ଇରାନ ସହ ଆଲୋଚନା କରୁଛନ୍ତି ।