ଚଳନ୍ତା ଟ୍ରକ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
କରଞ୍ଜିଆ ୧୭।୪: ଚଳନ୍ତା ଟ୍ରକ୍ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର । ୪୯ ନମ୍ବର ଜାତୀୟ ରାଜପଥର ସିଙ୍ଗଡା ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ଏକ ଲୁହାପଥର ବୋଝେଇ ୧୪ ଚକିଆ ଟ୍ରକଟି କେନ୍ଦୁଝର ପଟୁ କୋଲାକତା ଅଭିମୁଖେ ଯାଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ସିଙ୍ଗଡା ଛକ ନିକଟରେ ନିଆଁ ଲାଗିଯାଇଥିଲା । ଫଳରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା ଟ୍ରକ୍ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି । ରାସ୍ତା ଉପରେ ନିଆଁ ଲାଗିଥିବାରୁ ଉଭୟ ପଟରେ ଶହ ଶହ ଟ୍ରକ୍ ଅଟକି ରହିଛି । ତେବେ ନିଆଁ କିପରି ଲାଗିଲା ଜଣାପଡି ନଥିଲେ ବି ପ୍ରବଳ ରୌଦ୍ରତାପ ଯୋଗୁଁ ଟାୟାର ଗରମ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।You Can Read :ନିଆରା ପରମ୍ପରା, ଏହିଠାରେ ରାତିରେ ଟଣା ହୁଏ ରୁକୁଣା ରଥ
କରଞ୍ଜିଆ ୧୭।୪: ଚଳନ୍ତା ଟ୍ରକ୍ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର । ୪୯ ନମ୍ବର ଜାତୀୟ ରାଜପଥର ସିଙ୍ଗଡା ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଏକ ଲୁହାପଥର ବୋଝେଇ ୧୪ ଚକିଆ ଟ୍ରକଟି କେନ୍ଦୁଝର ପଟୁ କୋଲାକତା ଅଭିମୁଖେ ଯାଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ସିଙ୍ଗଡା ଛକ ନିକଟରେ ନିଆଁ ଲାଗିଯାଇଥିଲା । ଫଳରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା ଟ୍ରକ୍ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି । ରାସ୍ତା ଉପରେ ନିଆଁ ଲାଗିଥିବାରୁ ଉଭୟ ପଟରେ ଶହ ଶହ ଟ୍ରକ୍ ଅଟକି ରହିଛି । ତେବେ ନିଆଁ କିପରି ଲାଗିଲା ଜଣାପଡି ନଥିଲେ ବି ପ୍ରବଳ ରୌଦ୍ରତାପ ଯୋଗୁଁ ଟାୟାର ଗରମ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
You Can Read :
ନିଆରା ପରମ୍ପରା, ଏହିଠାରେ ରାତିରେ ଟଣା ହୁଏ ରୁକୁଣା ରଥ