ଚଳନ୍ତା ଟ୍ରେନରେ ନିଆଁ : ହୁତୁ ହୁତୁ ହୋଇ ଜଳିଲା ତାଜ ଏକ୍ସପ୍ରେସ
ନୂଆଦିଲ୍ଲୀ : ଚଳନ୍ତା ଟ୍ରେନରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳିଗଲା ତାଜ ଏକ୍ସପ୍ରେସର ଦୁଇଟି ବଗି। ଏପରି ଏକ ଅଘଟଣ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି। #WATCH | Delhi: A fire broke out in two coaches of Taj Express between Tughlakabad – Okhla. All passengers are safe: CPRO, Northern Railway A total of 6 fire tenders were rushed to the […]

ନୂଆଦିଲ୍ଲୀ : ଚଳନ୍ତା ଟ୍ରେନରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳିଗଲା ତାଜ ଏକ୍ସପ୍ରେସର ଦୁଇଟି ବଗି। ଏପରି ଏକ ଅଘଟଣ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି।
#WATCH | Delhi: A fire broke out in two coaches of Taj Express between Tughlakabad – Okhla. All passengers are safe: CPRO, Northern Railway
A total of 6 fire tenders were rushed to the site. There is no injury or harm to any person, said DCP Railway pic.twitter.com/GG4417ssJh
— ANI (@ANI) June 3, 2024
ସୂଚନା ଅନୁଯାୟୀ, ତାଜ ଏକ୍ସପ୍ରେସ ଟ୍ରେନ୍ ନମ୍ବର 12280ର ଦୁଇଟି ବଗିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନାହିଁ। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରାଯାଉଛି। ୬ଟି ଅଗ୍ନିଶମ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନିକାଣ୍ଡ କିପରି ଘଟିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।