ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହେଲା ହୃଦଘାତ, କଣ୍ଡକ୍ଟରଙ୍କ ପାଇଁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ

ବସ୍‌ର ସ୍ପିଡ ପିକ୍‌ରେ ଥିବା ବେଳେ ହଠାତ୍‌ ଡ୍ରାଇଭର ହୃଦଘାତର ଶିକାର ହୋଇଥିଲେ। ବସ୍‌ ନିୟନ୍ତ୍ରଣ ବାହାକୁ ଚାଲି ଯାଇଥିଲା।

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହେଲା ହୃଦଘାତ, କଣ୍ଡକ୍ଟରଙ୍କ ପାଇଁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ

ବସ୍‌ ବିଚ୍‌ ରାସ୍ତାରେ ଯାତ୍ରୀଙ୍କୁ ଧରି ନିଜ ଗନ୍ତବ୍ୟ ସ୍ଥଳରେ ଆଗେଇ ଚାଲିଥାଏ ବସ। ଡ୍ରାଇଭର ମଧ୍ୟ ବେଶ ଦ୍ରୁତଗତିରେ ଗାଡ଼ିକୁ ଆଗକୁ ନେଇ ଚାଲିଥିଲେ। ବାସ୍‌ ଏତିକି ବେଳେ ଘଟିଲା ଅଘଟଣ। ବସ୍‌ର ସ୍ପିଡ ପିକ୍‌ରେ ଥିବା ବେଳେ ହଠାତ୍‌ ଡ୍ରାଇଭର ହୃଦଘାତର ଶିକାର ହୋଇଥିଲେ। ବସ୍‌ ନିୟନ୍ତ୍ରଣ ବାହାକୁ ଚାଲି ଯାଇଥିଲା।

ଲୋକମାନେ ଚିତ୍କାର କରିଥିଲେ। କିନ୍ତୁ ବସ୍‌ର କଣ୍ଡକର ନିଜର ଉପସ୍ଥିତି ବୁଦ୍ଧି ଖଟାଇଥିଲେ। ତାଙ୍କ ଯୋଗୁ ବସ୍‌ରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ସେ ନିଶ୍ଚିତ ଦୁର୍ଘଟଣାରୁ ବସ୍‌ ଓ ଏଥିରେ ଥିବା ଲୋକଙ୍କୁ ରକ୍ଷା କରିପାରିଛନ୍ତି। ତାମିଲନାଡୁର ଦିନଦିଗୁଲ ଜିଲ୍ଲାରେ ଏପରି ଘଟଣା ଘଟିଛି।

ବସ୍‌ ଚାଳକ ପ୍ରଭୁ ହୃଦଘାତରେ ପ୍ରାଣ ହରାଇଛନ୍ତି। ଚଳନ୍ତା ବସ୍‌ରେ ସେ ହୃଦଘାତର ଶିକାର ହୋଇଥିଲେ। କିନ୍ତୁ ସତର୍କ ରହିଥିବା କଣ୍ଡକ୍ଟର ଓ କିଛି ଯାତ୍ରୀଙ୍କ ଯୋଗୁ ବଡ଼ ଦୁର୍ଘଟଣା ଟଳି ଯାଇଛି। ବସ୍‌ ଭିତରେ ଲାଗିଥିବା ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି। ବସ୍‌ଟି ଲୋକଙ୍କୁ ନେଇ ପୁଡୁକୋଟ୍ଟାଇ ଯାଉଥିଲା। ଏହା କନକମପାଟ୍ଟି ଅତିକ୍ରମ କରିବା ପରେ ପ୍ରଭୁ ବସ୍‌ର କଣ୍ଡକ୍ଟରଙ୍କୁ ନିଜ ପାଖକୁ ଡାକିଥିଲେ।

ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିବା କଥା ଜଣାଇଥିଲେ। କଣ୍ଡକ୍ଟର କିମ୍ବା ସେଠାରେ ଥିବା ଯାତ୍ରୀ କିଛି କରିବା ପୂର୍ବରୁ ହିଁ ପ୍ରଭୁ ଅଚେତ ହୋଇଯାଇଥିଲେ। ସେ ନିଜ ସିଟରେ ଅଚେତ ହୋଇଯିବାରୁ ବସ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। କିନ୍ତୁ ବସ୍‌ର କଣ୍ଡକ୍ଟର ଓ କିଛି ଯାତ୍ରୀ ନିଜର ଉପସ୍ଥିତି ବୁଦ୍ଧି ଖଟାଇଥିଲେ। ପ୍ରଭୁ ଅଚେତ ହୋଇ ରହିଥିବା ବେଳେ କଣ୍ଡକ୍ଟର ଜଣଙ୍କ ତୁରନ୍ତ ଜରୁରିକାଳୀନ ବ୍ରେକକୁ ଲଗାଇ ଦେଇଥିଲେ। କିଛି ଯାତ୍ରୀ ମଧ୍ୟ ପ୍ରଭୁଙ୍କୁ ନିଜ ସିଟ୍‌ରୁ ବାହାର କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ।

ପ୍ରଭୁଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜକୁ ଜବତ କରିଛି।