ଚଳନ୍ତା ବୁଲେଟ୍‌ରେ ଗୋଡ଼ ଉପରେ ଗୋଡ଼ ପକାଇ ବସିଲେ ସର୍ଦ୍ଦାର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ରାସ୍ତାରେ ଉଚ୍ଚ ବେଗରେ ବାଇକ ଚଳାଉଥିବାର ଅନେକ ଯୁବକଙ୍କୁ ଦେଖିଥିବେ। ବାଇକ ଚଲାଇବାକୁ ନେଇ ଯୁବକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଏ। କିନ୍ତୁ ବୁଦ୍ଧଙ୍କୁ ବାଇକ୍‌ରେ ଷ୍ଟଣ୍ଟ କରିବା ଖୁବ୍‌ କମ୍‌ ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ପଞ୍ଜାବୀ ପଗଡି ପିନ୍ଧି ବୁଲେଟ୍‌ ଚଳାଉଥିବାର ନଜର ଆସିଛନ୍ତି। ବୁଲେଟ୍‌ ଚାଲିଛି କିନ୍ତୁ ପଛ ସିଟ୍‌ ବ୍ୟକ୍ତି ଜଣଙ୍କ ଗୋଡ ଉପରେ ଗୋଡ […] The post ଚଳନ୍ତା ବୁଲେଟ୍‌ରେ ଗୋଡ଼ ଉପରେ ଗୋଡ଼ ପକାଇ ବସିଲେ ସର୍ଦ୍ଦାର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.

ଚଳନ୍ତା ବୁଲେଟ୍‌ରେ ଗୋଡ଼ ଉପରେ ଗୋଡ଼ ପକାଇ ବସିଲେ ସର୍ଦ୍ଦାର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ରାସ୍ତାରେ ଉଚ୍ଚ ବେଗରେ ବାଇକ ଚଳାଉଥିବାର ଅନେକ ଯୁବକଙ୍କୁ ଦେଖିଥିବେ। ବାଇକ ଚଲାଇବାକୁ ନେଇ ଯୁବକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଏ। କିନ୍ତୁ ବୁଦ୍ଧଙ୍କୁ ବାଇକ୍‌ରେ ଷ୍ଟଣ୍ଟ କରିବା ଖୁବ୍‌ କମ୍‌ ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି।
ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ପଞ୍ଜାବୀ ପଗଡି ପିନ୍ଧି ବୁଲେଟ୍‌ ଚଳାଉଥିବାର ନଜର ଆସିଛନ୍ତି। ବୁଲେଟ୍‌ ଚାଲିଛି କିନ୍ତୁ ପଛ ସିଟ୍‌ ବ୍ୟକ୍ତି ଜଣଙ୍କ ଗୋଡ ଉପରେ ଗୋଡ ପକାଇ ବସିଛନ୍ତି। ସେ ଆରାମରେ ଦର୍ଶନୀୟ ସ୍ଥାନକୁ ଯାଉଛନ୍ତି। ବୁଲେଟ ନିଜେ ଗତି କରୁଥିବା ଦେଖାଯାଉଛି। ଅର୍ଥାତ୍‌ ବୁଲେଟ୍‌ଟି ଅଟୋ ପାଇଲଟ ମୋଡରେ ଚାଲିଛି। ବୃଦ୍ଧଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଭିଡିଓ ଇନଷ୍ଟାଗ୍ରାମରେ @ 000thingsinludhiana ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧.୫ ଲକ୍ଷରୁ ଅଧିକ ଲାଇକ ପାଇଛି।

The post ଚଳନ୍ତା ବୁଲେଟ୍‌ରେ ଗୋଡ଼ ଉପରେ ଗୋଡ଼ ପକାଇ ବସିଲେ ସର୍ଦ୍ଦାର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.