ଚଳନ୍ତା ଭ୍ୟାନ୍‌ରୁ ଛିଟିକି ପଡ଼ିଲେ ଦୁଇ ଛାତ୍ରୀ, ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଦ୍ରୁତ ଗତିରେ ଯାଉଥିଲା ସ୍କୁଲ ଭ୍ୟାନ୍‌ । ମାତ୍ର ହଠାତ୍‌ ଖୋଲିଗଲା ଡୋର ଆଉ ବାହାରକୁ ଛିଟିକି ପଡ଼ିଲେ ଦୁଇ ଛାତ୍ରୀ। ଏହାସତ୍ତ୍ୱେ ବି ଡ୍ରାଇଭର ଗାଡ଼ି ନ ଅଟକାଇ ନେଇ ଫେରାର ହୋଇଗଲେ।

ଚଳନ୍ତା ଭ୍ୟାନ୍‌ରୁ ଛିଟିକି ପଡ଼ିଲେ ଦୁଇ ଛାତ୍ରୀ, ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଦ୍ରୁତ ଗତିରେ ଯାଉଥିଲା ସ୍କୁଲ ଭ୍ୟାନ୍‌ । ମାତ୍ର ହଠାତ୍‌ ଖୋଲିଗଲା ଡୋର ଆଉ ବାହାରକୁ ଛିଟିକି ପଡ଼ିଲେ ଦୁଇ ଛାତ୍ରୀ। ଏହାସତ୍ତ୍ୱେ ବି ଡ୍ରାଇଭର ଗାଡ଼ି ନ ଅଟକାଇ ନେଇ ଫେରାର ହୋଇଗଲେ। ଏପରି ଏକ ଛାତିଥରା ଘଟଣା ଗୁଜରାଟର ବଡୋଦରାରେ ଘଟିଛି। ଏହି ଘଟଣାରେ ପୁଲିସ୍ ତୁରନ୍ତ ଡ୍ରାଇଭରଙ୍କୁ ବାନ୍ଧିଛି।

ଏହି ଘଟଣା ଗତ ବୁଧବାରର ବୋଲି ଜଣା ପଡ଼ିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି, ଗାଡ଼ିଟି ଏକ କଲୋନୀରେ ଯାଉଥିବା ବେଳେ ହଠାତ୍‌ ତାହାର ପଛ ଡୋର ଖୋଲି ଯାଇଥିଲା ଓ ୨ ଛାତ୍ରୀ ଛିଟିକି ବାହାରେ ପଡ଼ିଥିଲେ। ଭାଗ୍ୟବଶଃତ ପଛରେ ଗାଡ଼ି ନ ଥିବାରୁ ସେମାନେ ବର୍ତ୍ତି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଛାତ୍ରୀଦ୍ୱୟ ଆହତ ହୋଇଥିବା ବେଳେ ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ଡ୍ରାଇଭର ବୟସ ୨୩ ହୋଇଥିବା ବେଳେ ତାଙ୍କ ନିକଟରେ ଲର୍ଣ୍ଣିଂ ଲାଇସେନ୍ସ ଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାରେ ତୁରନ୍ତ ଆକ୍ସନ ନେଇ ଭ୍ୟାନ୍‌ ଡ୍ରାଇଭର ଓ ମାଲିକଙ୍କୁ ଗିରଫ କରିଛି।

ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ଭ୍ୟାନ୍‌ ମାଲିକ ନିଜ ଗାଡ଼ିକୁ ଏକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବାରେ ଲଗାଇଥିଲେ। ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ତାଙ୍କ ଦାୟିତ୍ୱହୀନତା ଯୋଗୁ ଏପରି ଅଘଟଣ ଘଟିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାଙ୍କ ଲାଇସେନ୍ସ ରଦ୍ଦ ପାଇଁପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।