ଚଳିତ ଆର୍ଥିକ ବର୍ଷରେ ଖୋଲିବନି ନୂଆ ମଦ ଦୋକାନ, ଡାନ୍ସବାରକୁ ମନା
ଭୁବନେଶ୍ବର: ରାଜ୍ଯରେ ଆସିଲା ନୂଆ ଅବକାରୀ ନୀତି । ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବ... The post ଚଳିତ ଆର୍ଥିକ ବର୍ଷରେ ଖୋଲିବନି ନୂଆ ମଦ ଦୋକାନ, ଡାନ୍ସବାରକୁ ମନା appeared first on .
ଭୁବନେଶ୍ବର: ରାଜ୍ଯରେ ଆସିଲା ନୂଆ ଅବକାରୀ ନୀତି । ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବ ନାହିଁ । ବାର ଗୁଡିକରେ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣକୁ ଅନୁମତି ଦିଆଯିବ ନାହିଁ। ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ ସପକୁ ପୁନଃ ନବୀନକରଣ କରାଯିବ ନାହିଁ ।
ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factorର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । ରାଜ୍ଯର ଗ୍ରାମୀଣ ଅଞ୍ଚଳରେ ମଦ ବାର୍ ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର ହୋଟେଲକୁ ନୂଆ ବାର୍ ଲାଇସେନ୍ସ ମିଳିବ । ବିଚରେ ମଦ ସ୍ଯାକ୍ସ ଏବଂ କ୍ୟାବିନ ଖୋଲିବାକୁ ଅନୁମତି ଦେବ ପର୍ଯ୍ୟଟନ ବିଭାଗ । ବିଚ ସ୍ଯାକ୍ସର ବାର୍ଷିକ ଲାଇସେନ୍ସ ଦର ହେବ ୫୦ ହଜାର ଟଙ୍କା ।
ଯାହା OTDC ପାଖରେ ପୈଠ କରାଯିବ । ନିଶା ସେବନ ବିରୁଦ୍ଧ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି।ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି I ଭାଙ୍ଗ, ପୋଚ ଓ ତାଡ଼ି ପାଇଁ ବି ଲାଗୁହେବ ନୂଆ ଅବକାରୀ ନୀତି । ଆସନ୍ତା ସେପ୍ଟେମ୍ବର ପହିଲାରୁ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ଯନ୍ତ ନୂଆ ଅବକାରୀ ନୀତି ଲାଗୁ ହେବ ।
The post ଚଳିତ ଆର୍ଥିକ ବର୍ଷରେ ଖୋଲିବନି ନୂଆ ମଦ ଦୋକାନ, ଡାନ୍ସବାରକୁ ମନା appeared first on .