ଚଳିତ ବର୍ଷ ତାତି ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ଲହରି, ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର,୯ା୩: ରାଜ୍ୟରେ ଚଳିତ ବର୍ଷ ପ୍ରବଳ ତାତି ସାଙ୍ଗକୁ ଗ୍ରୀଷ୍ମ ଲହରି ଅନୁଭୂତ ହେବ। ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ଦିନର ତାପମାତ୍ରାରେ ବୃଦ୍ଧି ଘଟିବ । ଅନ୍ୟପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୧ ତାରିଖ ପରେ ଦିନର […] The post ଚଳିତ ବର୍ଷ ତାତି ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ଲହରି, ବୃଦ୍ଧି ପାଇବ ଦିନ ତାପମାତ୍ରା appeared first on Dharitri Odia News.

ଚଳିତ ବର୍ଷ ତାତି ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ଲହରି, ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର,୯ା୩: ରାଜ୍ୟରେ ଚଳିତ ବର୍ଷ ପ୍ରବଳ ତାତି ସାଙ୍ଗକୁ ଗ୍ରୀଷ୍ମ ଲହରି ଅନୁଭୂତ ହେବ। ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ଦିନର ତାପମାତ୍ରାରେ ବୃଦ୍ଧି ଘଟିବ ।

ଅନ୍ୟପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୧ ତାରିଖ ପରେ ଦିନର ସର୍ବାଧିକ ତାପମାତ୍ରା ବୃଦ୍ଧି ହେବ। କିଛି କିଛି ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରି ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

 

The post ଚଳିତ ବର୍ଷ ତାତି ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ଲହରି, ବୃଦ୍ଧି ପାଇବ ଦିନ ତାପମାତ୍ରା appeared first on Dharitri Odia News.