ଚଳିତ ବର୍ଷ ରଥ ଟାଣିବେ ରାଷ୍ଟ୍ରପତି । ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ

କନକବ୍ୟୁରୋ:ଚଳିତ ବର୍ଷ ରଥ ଟାଣିବେ ରାଷ୍ଟ୍ରପତି । ନୂଆ ସରକାର ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ କରିଛି । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା ଗୋଟିଏ ବଡ ଚ୍ୟାଲେଞ୍ଜ ପାଲଟିଛି । ରଥଟାଣିବାଠୁ ଆରମ୍ଭ କରି କ୍ୟାମ୍ପ ଅଫିସ ଜଗିବା ପର୍ଯ୍ୟନ୍ତ ଦାୟିତ୍ୱ ବଂଟା ହୋଇଛି । ସେପଟେ ହାତରେ ଆଉ ଅଳ୍ପ ଦିନ ଥିବାରୁ ରଥ କାରିଗରଙ୍କ ହାତକୁ ଫୁରସତ ନାହିଁ । ତିନି ରଥର ପ୍ରଭା କାମ ଚାଲିଥିବା ବେଳେ ବେଦୀ […] The post ଚଳିତ ବର୍ଷ ରଥ ଟାଣିବେ ରାଷ୍ଟ୍ରପତି । ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ first appeared on Kanak News.

ଚଳିତ ବର୍ଷ ରଥ ଟାଣିବେ ରାଷ୍ଟ୍ରପତି । ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ

କନକବ୍ୟୁରୋ:ଚଳିତ ବର୍ଷ ରଥ ଟାଣିବେ ରାଷ୍ଟ୍ରପତି । ନୂଆ ସରକାର ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ କରିଛି । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା ଗୋଟିଏ ବଡ ଚ୍ୟାଲେଞ୍ଜ ପାଲଟିଛି । ରଥଟାଣିବାଠୁ ଆରମ୍ଭ କରି କ୍ୟାମ୍ପ ଅଫିସ ଜଗିବା ପର୍ଯ୍ୟନ୍ତ ଦାୟିତ୍ୱ ବଂଟା ହୋଇଛି । ସେପଟେ ହାତରେ ଆଉ ଅଳ୍ପ ଦିନ ଥିବାରୁ ରଥ କାରିଗରଙ୍କ ହାତକୁ ଫୁରସତ ନାହିଁ । ତିନି ରଥର ପ୍ରଭା କାମ ଚାଲିଥିବା ବେଳେ ବେଦୀ ସିଂହାସନ କାମ ଚାଲିଛି । ଘୋଷଯାତ୍ରା ପାଇଁ ହାତରେ ଆଉ ମାତ୍ର ୮ଦିନ । ତେଣୁ ସୁରକ୍ଷା ବ୍ୟବସ୍ଥା ପାଇଁ ଦାୟିତ୍ୱ ବଣ୍ଟା ହୋଇଛି ।

ରଥ ସୁରକ୍ଷା ପାଇଁ ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ଦାୟିତ୍ୱ
ପୋଲିସ ପରିଚାଳନା ବୁଝିବେ ଆଇପିଏସ ସଂଜୟ କୁମାର
ଶ୍ରୀମନ୍ଦିର ଭିତର ବ୍ୟବସ୍ଥା ବୁଝିବେ ଆଇପିଏସ ସାର୍ଥକ ଷଡଙ୍ଗୀ
ନୀତି ଶୃଙ୍ଖଳିତ କରିବାକୁ ମିଳିଛି ଦାୟିତ୍ୱ
ଆଇପିଏସ ଦେବ ଦତ୍ତ ସିଂହଙ୍କୁ କର୍ଡନ ମ୍ୟାନେଜମେଂଟ ଦାୟିତ୍ୱ
ଗହଳି ନିୟନ୍ତ୍ରଣ ପାଇଁ ଆଇପିଏସ ଉମାଶଙ୍କର ଦାଶଙ୍କୁ ଦାୟିତ୍ୱ
ଆଇପିଏସ ରାଜେଶ କୁମାରଙ୍କୁ ରେଳ ଓ ଉପକୂଳ ସୁରକ୍ଷା ଦାୟିତ୍ୱ
ସଂଚାର ଦାୟିତ୍ୱରେ ଅଛନ୍ତି ଜେ.କେ ବେହେରା
ଭିଆଇପି ସୁରକ୍ଷା ପାଇଁ ଦୁର୍ବାସା ନାୟକଙ୍କୁ ଦାୟିତ୍ୱ
ଏ.କେ ମହାନ୍ତିଙ୍କୁ ପୋଲିସ ଓ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଦାୟିତ୍ୱ

ରଥଯାତ୍ରା ପାଇଁ ହାତରେ ଅଛି ଆଉ ମାତ୍ର ୮ଦିନ । ତେଣୁ ରଥ କାରିଗରଙ୍କ ହାତକୁ ଫୁରସତ ନାହିଁ । ତିନି ରଥର ପ୍ରଭା କାମ ଚାଲିଥିବା ବେଳେ ବେଦୀ ସିଂହାସନ କାମ ଚାଲିଛି । ସେହିପରି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ସେପଟେ ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ଏକାଦଶୀ ତିଥିରେ ଦଶମୂଳକ ଖାଇବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ନୀଳାଦ୍ରିପତି । ଚଳିତ ବର୍ଷ ଗୋଟିଏ ଦିନରେ ପଡୁଛି ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତେଣୁ ଶୃଙ୍ଖଳିତ ନୀତିକାନ୍ତି ସହ ସୁରକ୍ଷା ବ୍ୟବସ୍ଥା ନୂଆ ସରକାର ପାଇଁ ହେବ ବଡ଼ ଚାଲେଞ୍ଜ ।

The post ଚଳିତ ବର୍ଷ ରଥ ଟାଣିବେ ରାଷ୍ଟ୍ରପତି । ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ first appeared on Kanak News.