ଚଳିତ ମାସରେ ବାହା ହେବେ ସିନ୍ଧୁ, ଜଣାନ୍ତୁ କାହାକୁ
ନୂଆଦିଲ୍ଲୀ,୨ା୧୨: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁରରେ ସିନ୍ଧୁ ଡିସେମ୍ବର ୨୨ ତାରିଖରେ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ବାପା ପି.ଭି. ରମଣା। ପୋସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଥିବା ଭେଙ୍କଟ ଦତ୍ତଙ୍କୁ ସିନ୍ଧୁ ବିବାହ କରିବେ ବୋଲି ଜଣାପଡିଛି। ରବିବାର ସିନ୍ଧୁ ୨ ବର୍ଷର ଟାଇଟଲ ମରୁଡିର ଅନ୍ତ ଘଟାଇ ଲକ୍ଷ୍ନୌରେ ଅନୁଷ୍ଠିତ ସୟଦ ମୋଦି […] The post ଚଳିତ ମାସରେ ବାହା ହେବେ ସିନ୍ଧୁ, ଜଣାନ୍ତୁ କାହାକୁ appeared first on Dharitri Odia News.
ନୂଆଦିଲ୍ଲୀ,୨ା୧୨: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁରରେ ସିନ୍ଧୁ ଡିସେମ୍ବର ୨୨ ତାରିଖରେ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ବାପା ପି.ଭି. ରମଣା।
ପୋସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଥିବା ଭେଙ୍କଟ ଦତ୍ତଙ୍କୁ ସିନ୍ଧୁ ବିବାହ କରିବେ ବୋଲି ଜଣାପଡିଛି। ରବିବାର ସିନ୍ଧୁ ୨ ବର୍ଷର ଟାଇଟଲ ମରୁଡିର ଅନ୍ତ ଘଟାଇ ଲକ୍ଷ୍ନୌରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବା ପରେ ପରିବାର ଲୋକ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି। ଉଭୟଙ୍କ ପରିବାର ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଥିବା ବେଳେ ମାସେ ତଳେ ବିବାହ ସମ୍ପର୍କରେ ଆଲୋଚନା ହୋଇଥିବା ରମଣା ପ୍ରକାଶ କରିଛନ୍ତି।
ଡିସେମ୍ବର ୨୦ରୁ ବିବାହର ପ୍ରସ୍ତୁତି ଆରମ୍ଭ ହେବାକୁ ଥିବା ବେଳେ ହାଇଦ୍ରାବାଦରେ ରିସେପ୍ସନ ପାର୍ଟି ଡିସେମ୍ବର ୨୪ ତାରିଖରେ ପ୍ରଦାନ କରାଯିବ। ଭାରତର ଅନ୍ୟତମ ଶ୍ରେଷ୍ଠ ଆଥଲେଟ ସିନ୍ଧୁ ୫ ଥର ବିଶ୍ୱ ଚାମ୍ପିୟନଶିପ ପଦକ ଜିତିଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ସେ ଏକ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିବାର ଗୌରବ ଅର୍ଜନ କରିଥିଲେ।
The post ଚଳିତ ମାସରେ ବାହା ହେବେ ସିନ୍ଧୁ, ଜଣାନ୍ତୁ କାହାକୁ appeared first on Dharitri Odia News.