ଚଳିତ ରବି ସିଜନରେ ମସୁର ଉତ୍ପାଦନରେ ରେକର୍ଡ କରିବ ଭାରତ

ନୂଆଦିଲ୍ଲୀ: ବର୍ଷ ୨୦୨୩-୨୪ ରବି ସିଜନରେ ଦେଶର ସର୍ବାଧିକ ମସୁର ଡାଲି ଉତ୍ପଦାନ ହୋଇପାରେ। ରବି ସିଜନରେ ମସୁର ଉତ୍ପାଦନ ୧୬ ଲକ୍ଷ ଟନ୍ ହୋଇପାରେ ବୋଲି ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି। ୨୦୨୨-୨୩ ରବି ସିଜନ୍‌ରେ ମସୁର ଉତ୍ପାଦନ ୧୫.୫ ଲକ୍ଷ ଟନ୍‌ ଥିଲା। ଗ୍ଲୋବାଲ ପଲ୍ସ କନଫେଡେରେସନ (ଜିପିସି) କାର୍ଯ୍ୟକ୍ମରେ ସଚିବ କହିଛନ୍ତି ଯେ ଚଳିତ ବର୍ଷ ସବୁଠାରୁ ଅଧିକ ମସୁର  ଡାଲି ଉତ୍ପାଦନ ହୋଇପାରେ। ବିଶ୍ୱର ଅନ୍ୟ ଦେଶ ଠାରୁ ଭାରତରେ ସର୍ବାଧିକ ମସୁର ଉତ୍ପାଦନ ହେବ। କାରଣ ଏଥର ଅଧିକ ଚାଷ ହୋଇଛି। ପଢ଼ନ୍ତୁ-ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ପାଇଲା ଭାରତୀୟ ବାସୁମତି ଚାଉଳ ବିଶ୍ୱର ଭାରତର ସର୍ବାଧିକ ଡାଲି ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା ବେଳେ ଏହାର ଚାହିଦା ଅଧିକ ରହୁଥିବାରୁ ମସୁର ସମେତ ହରଡ଼ ଡାଲି ମଧ୍ୟ ଆମଦାନୀ କରିବାକୁ ପଡ଼ୁଛି ବୋଲି ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି। ଜାନୁଆରୀ ୧୨ ସୁଦ୍ଧା କୃଷି ମନ୍ତ୍ରଣାଳୟର ଆକଳନ ଅନୁସାରେ, ଚଳିତ ରବି ସିଜନ୍‌ରେ ମୋଟ ୧୯.୪ ଲକ୍ଷ ହେକ୍ଟରେ ମସୁର ଡାଲି ଚାଷ କରାଯାଇଛି। ପୂର୍ବବର୍ଷ ସମାନ ସମୟରେ ୧୮.୩ ଲକ୍ଷ ହେକ୍ଟର ଜମିରେ ମସୁରା ଚାଷ ହୋଇଥିଲା। ତେଣୁ ରବି ଫସଲ ସମୟରେ ୧୬ ଲକ୍ଷ ଟନ୍ ମସୁର ଉତ୍ପାଦନ ହୋଇପାରେ ବୋଲି ରୋହିତ କୁମାର କହିଛନ୍ତି। ଚଣା ଓ ମୁଗ ଉତ୍ପାଦନରେ ଆତ୍ମନିର୍ଭର ଭାରତ ଖାଉଟି ବ୍ୟାପାର ସଚିବ ରୋହିତ କୁମ

ଚଳିତ ରବି ସିଜନରେ ମସୁର ଉତ୍ପାଦନରେ ରେକର୍ଡ କରିବ ଭାରତ

internet

ନୂଆଦିଲ୍ଲୀ: ବର୍ଷ ୨୦୨୩-୨୪ ରବି ସିଜନରେ ଦେଶର ସର୍ବାଧିକ ମସୁର ଡାଲି ଉତ୍ପଦାନ ହୋଇପାରେ। ରବି ସିଜନରେ ମସୁର ଉତ୍ପାଦନ ୧୬ ଲକ୍ଷ ଟନ୍ ହୋଇପାରେ ବୋଲି ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି। ୨୦୨୨-୨୩ ରବି ସିଜନ୍‌ରେ ମସୁର ଉତ୍ପାଦନ ୧୫.୫ ଲକ୍ଷ ଟନ୍‌ ଥିଲା।

ଗ୍ଲୋବାଲ ପଲ୍ସ କନଫେଡେରେସନ (ଜିପିସି) କାର୍ଯ୍ୟକ୍ମରେ ସଚିବ କହିଛନ୍ତି ଯେ ଚଳିତ ବର୍ଷ ସବୁଠାରୁ ଅଧିକ ମସୁର  ଡାଲି ଉତ୍ପାଦନ ହୋଇପାରେ। ବିଶ୍ୱର ଅନ୍ୟ ଦେଶ ଠାରୁ ଭାରତରେ ସର୍ବାଧିକ ମସୁର ଉତ୍ପାଦନ ହେବ। କାରଣ ଏଥର ଅଧିକ ଚାଷ ହୋଇଛି।

ପଢ଼ନ୍ତୁ-ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ପାଇଲା ଭାରତୀୟ ବାସୁମତି ଚାଉଳ

ବିଶ୍ୱର ଭାରତର ସର୍ବାଧିକ ଡାଲି ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା ବେଳେ ଏହାର ଚାହିଦା ଅଧିକ ରହୁଥିବାରୁ ମସୁର ସମେତ ହରଡ଼ ଡାଲି ମଧ୍ୟ ଆମଦାନୀ କରିବାକୁ ପଡ଼ୁଛି ବୋଲି ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି।

ଜାନୁଆରୀ ୧୨ ସୁଦ୍ଧା କୃଷି ମନ୍ତ୍ରଣାଳୟର ଆକଳନ ଅନୁସାରେ, ଚଳିତ ରବି ସିଜନ୍‌ରେ ମୋଟ ୧୯.୪ ଲକ୍ଷ ହେକ୍ଟରେ ମସୁର ଡାଲି ଚାଷ କରାଯାଇଛି। ପୂର୍ବବର୍ଷ ସମାନ ସମୟରେ ୧୮.୩ ଲକ୍ଷ ହେକ୍ଟର ଜମିରେ ମସୁରା ଚାଷ ହୋଇଥିଲା। ତେଣୁ ରବି ଫସଲ ସମୟରେ ୧୬ ଲକ୍ଷ ଟନ୍ ମସୁର ଉତ୍ପାଦନ ହୋଇପାରେ ବୋଲି ରୋହିତ କୁମାର କହିଛନ୍ତି।

ଚଣା ଓ ମୁଗ ଉତ୍ପାଦନରେ ଆତ୍ମନିର୍ଭର ଭାରତ

ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି ଯେ ଦେଶରେ ବାର୍ଷିକ ୨.୬ ରୁ ୨.୭ କୋଟି ଟନ୍‌ ଡାଲି ଉତ୍ପାଦନ ହୋଇଥାଏ। ତେବେ ଚଣା ଓ ମୁଗ ଉତ୍ପାଦନରେ ଦେଶକୁ ଆମଦାନୀ କରିବାକୁ ପଡ଼ୁ ନାହିଁ। ଦେଶ ଆତ୍ମନିର୍ଭର ଅଛି। ହେଲେ ହରଡ଼ ଓ ମସୁର ଡାଲିକୁ ଆମଦାନୀ କରିବାକୁ ପଡ଼ୁଛି। ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର କଥା କହୁଥିବା ବେଳେ ଆଉ କିଛି ବର୍ଷ ଆମଦାନୀ କରିବାକୁ ପଡିପାରେ ବୋଲି ସଚିବ ରୋହିତ କୁମାର ସିଂହ କହିଛନ୍ତି।    

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତର ହରଡ଼ ଡାଲି ଆମଦାନୀକୁ ସମ୍ମାନଜନକ ନୁହେଁ ବୋଲି କହିଥିଲେ। କୃଷକଙ୍କୁ ସିଧାସଳଖ ଫାଇଦା ଦେବାକୁ ଡାଲି ଚାଷ ବୃଦ୍ଧି କରିବାକୁ ଅମିତ ଶାହ ଏକ ପୋର୍ଟାଲ୍ ଲଞ୍ଚ କରିଥିଲେ। ଏହା ମାଧ୍ୟମରେ କୃଷକ ସିଧାସଳଖ ଡାଲି ବିକ୍ରି କରି ଲାଭ ପାଇପାରିବ।

The post ଚଳିତ ରବି ସିଜନରେ ମସୁର ଉତ୍ପାଦନରେ ରେକର୍ଡ କରିବ ଭାରତ appeared first on Prameya News7.